ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»‘ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍‌ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ

‘ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍‌ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ

ନୀନା ଗୁପ୍ତା କହିଛନ୍ତି ଯେ ବିବାହ କରି ନ ଥିବା ପିତାମାତାଙ୍କଠାରୁ ଜନ୍ମ ହୋଇଥିବା କାରଣରୁ ତାଙ୍କ ଝିଅ ମସାବା ଜୀବନରେ ବହୁତ କଷ୍ଟ ପାଇଛି । ‘‘ବିବାହିତ ପୁରୁଷଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ । ମୁଁ ଏହା ପୂର୍ବରୁ କରିସାରିଛି, ଆଉ ସେଥି ପାଇଁ ମୁଁ ଯନ୍ତ୍ରଣା ଭୋଗିଛି ।’’

‘ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍‌ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ
ନୀନା ଗୁପ୍ତା
  • News18 Odia
  • Last Updated: August 31, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜିର ଯୁବ ପୀଢ଼ି ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ (Neena Gupta) ଭଲ ପାଇବାର ଏକ ମୁଖ୍ୟ କାରଣ ହେଉଛି ଯେ ସେ ନିଜ ଜୀବନ ବିଷୟରେ ସବିଶେଷ ତଥ୍ୟ ଶେୟାର୍‌ କରିବାକୁ ପଛାନ୍ତି ନାହିଁ । ସେ ନିଜ ଜୀବନରେ ଯାହା ଯାହା ସାମ୍ନା କରିଛନ୍ତି ସେ ବିଷୟରେ ଅତି ଖୋଲାଖୋଲି ଭାବରେ କହନ୍ତି । ସେ ଏବେ କହିଛନ୍ତି ଯେ କୌଣସି ଝିଅ ବିବାହିତ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ରଖିବା ଉଚିତ ନୁହେଁ ।

୨୦୧୮ରେ ଫିଲ୍ମ ‘ବଧାଇ ହୋ’ର (Badhai Ho) ବିରାଟ ସଫଳତା ପର ଠାରୁ ନୀନୀ ଗୁପ୍ତାଙ୍କ ବିବାଦୀୟ ବ୍ୟକ୍ତିଗତ ଜୀବନକୁ ଲୋକେ ଟିକିନିକି କରି ଦେଖିବାରେ ଲାଗିଛନ୍ତି । ଅନେକ ଲୋକ ୱେଷ୍ଟ୍‌ ଇଣ୍ଡିଜ୍‌ କ୍ରିକେଟ୍‌ ଖେଳାଳି ସାର୍ ଭିଭିଆନ୍ ରିଚାର୍ଡସଙ୍କ (Vivian Richards) ସହ ତାଙ୍କ ସମ୍ପର୍କ ପ୍ରତି ନୂଆ କରି ଆଗ୍ରହ ଦେଖାଇଛନ୍ତି । ସେହି କ୍ରିକେଟରଙ୍କ ସହ ନୀନାଙ୍କର ଗୋଟିଏ ସନ୍ତାନ ଅଛି – ଡିଜାଇନର୍ ମସାବା ଗୁପ୍ତା (Masaba Gupta)।

ଏହା ବି ପଢ଼ନ୍ତୁ | ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌; କୋହଳ ହେଲା କଟକଣା; ରାଜ୍ୟରୁ ହଟିଲା ସପ୍ତାହାନ୍ତ ସଟଡାଉନ୍‌

ନୀନା ଗୁପ୍ତା କହିଛନ୍ତି ଯେ ବିବାହ କରି ନ ଥିବା ପିତାମାତାଙ୍କଠାରୁ ଜନ୍ମ ହୋଇଥିବା କାରଣରୁ ତାଙ୍କ ଝିଅ ମସାବା ଜୀବନରେ ବହୁତ କଷ୍ଟ ପାଇଛି । ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଥିବା ଏକ ଭିଡିଓରେ ନୀନା ଗୁପ୍ତା ତାଙ୍କ ମହିଳା ପ୍ରଶଂସକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ବିବାହିତ ପୁରୁଷମାନଙ୍କ ସହ ସେମାନେ କେବେ ପ୍ରେମରେ ପଡ଼ିବା ଉଚିତ ନୁହେଁ ।

ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

‘‘ଜଣେ ବିବାହିତ ପୁରୁଷ ଆପଣଙ୍କୁ କହିପାରନ୍ତି ଯେ ତାଙ୍କର ନିଜ ପତ୍ନୀଙ୍କ ସହ ପଡ଼ୁ ନାହିଁ, ଆଉ ସେଇଥି ପାଇଁ ଆପଣ ତାଙ୍କୁ ଭଲପାଇବା ଆରମ୍ଭ କରିବେ । ସେହି ପୁରୁଷଙ୍କୁ ପଚାରିଲେ ଯେ ସେ କାହିଁକି ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଉନାହାନ୍ତି, ସେ କହିବେ ‘ନା, ନା, ପିଲାମାନେ ଅଛନ୍ତି; ମୋତେ ତାହା ଠିକ୍‌ ଲାଗୁନାହିଁ; ଦେଖିବା ଆଗକୁ କ’ଣ ହେଉଛି; ହୁଏତ ଆଗକୁ ଦିନେ ତାହା ହେବ’ ଆଦି । ତେଣୁ ଆପଣ ତାଙ୍କ ସହିତ ଗୁପ୍ତରେ ସାକ୍ଷାତ କରିବା ଆରମ୍ଭ କରିବେ ଓ ଛୁଟିଦିନ ତାଙ୍କ ସହିତ କାଟିବା ପାଇଁ ଯିବେ, କିନ୍ତୁ ତାଙ୍କୁ ନିଜ ଯୋଜନା ବିଷୟରେ ସବୁ ବେଳେ ମିଛ କହିବାକୁ ପଡୁଥିବାରୁ ସେ ଖୁବ୍‌ କଷ୍ଟ ପାଉଥିବେ,’’ କହିଛନ୍ତି ନୀନା ଗୁପ୍ତା ।

ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO .୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ



ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

‘‘ତେଣୁ ଏହି ସବୁ ଜିନିଷରେ ଆପଣ ଜଡି଼ତ ହୁଅନ୍ତୁ ନାହିଁ । କୌଣସି ବିବାହିତ ପୁରୁଷଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ । ମୁଁ ଏହା ପୂର୍ବରୁ କରିସାରିଛି, ଆଉ ସେଥି ପାଇଁ ମୁଁ ଯନ୍ତ୍ରଣା ଭୋଗିଛି । ସେଥି ପାଇଁ ମୁଁ ମୋ’ର ବନ୍ଧୁମାନଙ୍କୁ କହୁଛି ଯେ ଆପଣ ସମସ୍ତେ ସେମିତି ନ କରିବାକୁ ଚେଷ୍ଟା କରନ୍ତୁ,’’ କହିଛନ୍ତି ନୀନା ଗୁପ୍ତା ।
Published by: Anand S.T. Das
First published: March 19, 2021, 9:43 PM IST