News 18 odia digital
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୨ ବର୍ଷ ପୁରି ଗଲାଣି। କିନ୍ତୁ ଏହା ହତ୍ୟା କି ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଇ ପାରିଲାନି । ସେପଟେ ପରିବାର ଓ ଶୁଭେଚ୍ଛୁ ମାନେ ଅନେଇ ବସିଛନ୍ତି ନ୍ୟାୟ ପାଇବା ପାଇଁ । ଏହା ଭିତରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି। ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଏନସିବି ଦାବି କରିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଅଭିଯୁକ୍ତ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ କିଣି ଅଭିନେତା ସୁଶାନ୍ତ ସିଂଙ୍କୁ ଦେଇଛନ୍ତି। ମଙ୍ଗଳବାର ଶୁଣାଣି ହୋଇଥିବା ଏନଡିପିଏସ କୋର୍ଟରେ ସୁଶାନ୍ତ ମୃତ୍ୟୁ ମାମଲାରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଏନସିବି ଚାର୍ଜସିଟ ଦାଖଲ କରିଛି।
୧୨ ଜୁଲାଇରେ, ଏନସିବି ଆହୁରି ମଧ୍ୟ ଖୁଲସା କରିଛି ଯେ ରିୟା ଚକ୍ରବର୍ତ୍ତୀ, ଶୋଭିକଙ୍କ ସମେତ ସମସ୍ତ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ପରସ୍ପର ସହ ସମ୍ପର୍କ ଓ ଯୋଜନା କରି ବଲିଉଡ ଏବଂ ଉଚ୍ଚ କୋଟୀର ସମାଜରେ ଡ୍ରଗ୍ସ ବିତରଣ ଓ କିଣି ପାରୁଥିଲେ ।
ଏନସିବି ମଙ୍ଗଳବାର ଦିନ ଦାବି କରିଛି ଯେ ଅଭିଯୁକ୍ତ କେବଳ ମୁମ୍ବାଇ ଭିତରେ ଡ୍ରଗ୍ସ ଚୋରା ଚାଲାଣ ନୁହେଁ ବରଂ ଗଞ୍ଜେଇ ଓ କୋକେନ ଭଳି ନିଶା କାରବାର ମଧ୍ୟ କରିଛନ୍ତି । ବେଆଇନ କାରବାର ତଥା ଅପରାଧୀଙ୍କୁ ଲୁଚାଇବା ପାଇଁ ଏହି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା ୨୭ ଓ ୨୭ A ଲାଗୁ କରାଯାଇଛି। ଏହା ବ୍ୟତୀତ ଧାରା ୨୮ ଓ ଧାରା ୨୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ଏହି ଅଭିଯୋଗ ଗଠନ ପୂର୍ବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ନିର୍ଦ୍ଦୋଷ ଆବେଦନ ଉପରେ ବିଚାର କରିବେ। ଏନଡିପିଏସ୍ ଆଇନି ସହ ଜଡିତ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶୀ ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୨୭କୁ ସ୍ଥିର କରିଛନ୍ତି। ଅର୍ଥାତ୍ ବର୍ତ୍ତମାନ ୧୫ ଦିନ ପରେ ପରବର୍ତ୍ତୀ ଶୁଣାଣି ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।