ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଟ୍ରୋଲର୍ସଙ୍କ ସହ କିପରି ଡିଲ୍ କରନ୍ତି Big Bଙ୍କ ନାତୁଣୀ; ମା' ପାଇଁ ସ୍ପେଶାଲ କଥା କହିଲେ ନବ୍ୟା ନବେଲି ନନ୍ଦା

ଟ୍ରୋଲର୍ସଙ୍କ ସହ କିପରି ଡିଲ୍ କରନ୍ତି Big Bଙ୍କ ନାତୁଣୀ; ମା' ପାଇଁ ସ୍ପେଶାଲ କଥା କହିଲେ ନବ୍ୟା ନବେଲି ନନ୍ଦା

ନବ୍ୟା କହିଛନ୍ତି ଯେ ସେ ସାଧାରଣତଃ ଏପରି କମେଣ୍ଟକୁ ଅଣଦେଖା କରିବାକୁ ପସନ୍ଦ କରନ୍ତି ଯାହା ଅଶ୍ଳୀଳ, କିନ୍ତୁ କିଛି ମନ୍ତବ୍ୟ ଦେଖିବା ପରେ ସେ ନିଜକୁ ଅଟକାଇ ପାରିନ୍ତି ନାହିଁ ଓ ଟ୍ରୋଲର୍ସଙ୍କୁ କଡ଼ା ପ୍ରତିକ୍ରିୟା ଦିଅନ୍ତି ।

ଟ୍ରୋଲର୍ସଙ୍କ ସହ କିପରି ଡିଲ୍ କରନ୍ତି Big Bଙ୍କ ନାତୁଣୀ; ମା' ପାଇଁ ସ୍ପେଶାଲ କଥା କହିଲେ ନବ୍ୟା ନବେଲି ନନ୍ଦା
ଟ୍ରୋଲର୍ସଙ୍କ ସହ କିପରି ଡିଲ୍ କରନ୍ତି Big Bଙ୍କ ନାତୁଣୀ
  • News18 Odia
  • Last Updated: August 12, 2021, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ାNews18 Odia Digital

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ସୋସିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ସେ ଏଯାବତ ବଲିଉଡଠୁ ଦୂରେଇ ଅଛନ୍ତି । ଏହା ସତ୍ତ୍ୱେ ସୋସିଆଲ ମିଡ଼ିଆରେ ତାଙ୍କ ଚାହିଦା ବେଶ୍ ଅଧିକା, ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଆକାଶ ଛୁଆଁ । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ ନିଜର ଫଟୋ ପୋଷ୍ଟ କରୁଥିବାର ନଜର ଆସନ୍ତି । ଇତିମଧ୍ୟରେ ସେ ଜଣାଇଛନ୍ତି ସେ କିପରି ସୋସିଆଲ ମିଡ଼ିଆ ଟ୍ରୋଲର୍ସଙ୍କ ସହ ଡିଲ୍ କରନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ନବ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ ସେ କିପରି ଟ୍ରୋଲ ସହିତ କାରବାର କରନ୍ତି । ସେ କହିଛନ୍ତି ଯେ ସେ ସାଧାରଣତଃ ଏପରି କମେଣ୍ଟକୁ ଅଣଦେଖା କରିବାକୁ ପସନ୍ଦ କରନ୍ତି ଯାହା ଅଶ୍ଳୀଳ, କିନ୍ତୁ କିଛି ମନ୍ତବ୍ୟ ଦେଖିବା ପରେ ସେ ନିଜକୁ ଅଟକାଇ ପାରିନ୍ତି ନାହିଁ ଓ ଟ୍ରୋଲର୍ସଙ୍କୁ କଡ଼ା ପ୍ରତିକ୍ରିୟା ଦିଅନ୍ତି ।

ନବ୍ୟ ନାବେଲି ନନ୍ଦା ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଓ ବିଜନେସମ୍ୟାନ୍ ନିଖିଲ ନନ୍ଦଙ୍କ ଝିଅ। ନିକଟରେ ସେ Her Cycle ସହ କଥାବାର୍ତ୍ତା ସମୟରେ ସେ କହିଥିଲେ, ‘‘ବେଳେବେଳେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମୁଁ ଏହି ମନ୍ତବ୍ୟର ଉତ୍ତର ଦେବି ନା ଏହାକୁ ଅଣଦେଖା କରିବି । କିନ୍ତୁ ବେଳେବେଳେ ଏହା ଘଟେ ଯେ ଯଦିଓ ମୁଁ ଚାହେଁ ନାହିଁ, ମୋତେ କିଛି ମନ୍ତବ୍ୟର ଉତ୍ତର ଦେବାକୁ ପଡ଼ିବ, ଯାହା ପ୍ରକୃତରେ ମୋତେ ଭିତରୁ ହଲାଇଥାଏ । ମୋର ତଥାପି ଗୋଟିଏ ମନ୍ତବ୍ୟ ମନେ ଅଛି ଯାହା ମୋତେ ପ୍ରକୃତରେ ବିରକ୍ତ କରିଥିଲା ।’’

ସେ ଆହୁରି କହିଥିଲେ, ‘‘ମୋ ମା' କିପରି ମୋତେ ବହୁତ ପ୍ରେରଣା ଦେଲା ସେ ବିଷୟରେ ମୁଁ ଏକ ପୂର୍ବରୁ କହିସାରିଛି । ସେ ଜଣେ କାର୍ଯ୍ୟରତ ମହିଳା । କେହି ଜଣେ ମନ୍ତବ୍ୟ ଦେଇ ମୋତେ ପଚାରିଲେ ସେ କଣ କରନ୍ତି? ମୋର ଏହା ଉପରେ ପ୍ରତିକ୍ରିୟା ଥିଲା ଯେ ସେ ଜଣେ ମା' ଓ ଜଣେ ମାଟ ହେବା ଏକ ପୂର୍ଣ୍ଣ ସମୟର କାମ । ଯେତେବେଳେ ମୁଁ କିଛି ଜିନିଷ ପଢ଼ିଥାଏ ଯେଉଁଥିରେ ମୌଳିକ ଭୁଲ ଥାଏ ମୁଁ ସେଥିରେ ସହମତ ହୁଏନାହିଁ, କାରଣ ମୁଁ ଭାବୁଛି ଜଣେ ମା' ହେବା ବୋଧହୁଏ କଷ୍ଟକର କାର୍ଯ୍ୟ ଓ ଆମେ ଏହାକୁ ଅଧିକ ପ୍ରଶଂସା କରୁନାହୁଁ, ଆମେ ତାଙ୍କୁ ସେହି ଶ୍ରେୟ ଦେଉନାହେଁ ଯାହାର ସେମାନେ ଅଧିକାରୀ । ମା' ତାଙ୍କ ପିଢ଼ିର ଲୋକଙ୍କୁ ବଞ୍ଚାଇବା ଓ ସେମାନଙ୍କୁ ଉନ୍ନତ କରିବା ପାଇଁ ଦାୟୀ । ଲୋକେ ତାଙ୍କ କାର୍ଯ୍ୟକୁ କାମ ବୋଲି ଭାବନ୍ତି ନାହିଁ, କାରଣ ସେକୌଣସି କମ୍ପାନୀରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁନଥିବାରୁ ମା' ମାନଙ୍କ କାମକୁ କେହି କାମ ଭାବନ୍ତି ନାହିଁ । ଯାହା ଠିକ୍ କଥା ନୁହେଁ ।’’

ନବ୍ୟା ବଲିଉଡରେ କ୍ୟାରିୟର କରିବାକୁ ଚାହୁଁନାହାଁନ୍ତି। ସେ ତାଙ୍କ ମା' ଓ ବାପାଙ୍କ ପରି ବିଜେନସ କରିବାକୁ ଚାହୁଁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ, ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ ଓ ତାଙ୍କୁ ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।
Published by: Lipina Das
First published: August 12, 2021, 1:43 PM IST