News18 Odia Digital
ନୂଆ ଦିଲ୍ଲୀ: ପିଲାମାନଙ୍କର ବଦମାସି ବିଷୟରେ କ'ଣ କହିବା! ବେଳେବେଳେ ପିଲାମାନେ ଖୁବ୍ ସୁନ୍ଦର ବ୍ୟବହାର କରନ୍ତି, ହେଲେ ବେଳେବେଳେ ସେମାନେ ନିଜ ପିତାମାତାଙ୍କ ଜୀବନ ପାଇଁ ବିପଦ ହୋଇଯାଆନ୍ତି । ବିଶେଷ କରି ଯଦି ପିଲାଟି ଅତି ଦୁଷ୍ଟ ପିଲା (Naughty Child) ହୋଇଥାଏ, ତାହେଲେ ତ କଥା ସରିଲା । ଚୀନରେ ରହୁଥିବା ଜଣେ ମା’ ନିଜ ପିଲା ପାଇଁ ଏମିତି ଖୁବ୍ ବିହଦରେ ପଡ଼ିଥିଲେ ।
ଏହି ମହିଳାଙ୍କ ପିଲା ସାଇକେଲ୍ ଲକ୍ (Bicycle Lock) ବାହାର କରି ତାଙ୍କ ବେକରେ ଲଗାଇ ଦେଇଥିଲା । ତା’ ପରେ ପିଲାଟି ଲକ୍ କମ୍ବିନେସନ୍ ଭୁଲିଗଲା (Child Forgets Lock Combination), ଆଉ ତା’ ମା’ ଶ୍ୱାସରୁଦ୍ଧ ହେଉଥିଲେ!
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେ
ଏହି ଘଟଣା ଚୀନର (China) ଜିଆଙ୍ଗସୁ ପ୍ରଦେଶରେ (Jiangsu Province) ଘଟିଛି । ସେଠାରେ ଚାରି ବର୍ଷର ଏହି ବାଳକ ନିଜ ସାଇକେଲର U (ୟୁ) ଆକୃତିର ତାଲାକୁ ବାହାର କରି ନିଜ ମା’ଙ୍କ ବେକରେ ଲଗେଇଦେଲା । ସେହି ସମୟରେ ତା’ ମା’ ଘର ସଫା କରିବାରେ ବ୍ୟସ୍ତ ଥିଲେ । ତେଣୁ ସେ କୁନି ପୁଅଟି ତାଙ୍କ ବେକରେ ତାଲା ପକାଉଛି ବୋଲି ଜାଣି ପାରି ନ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର
କୁନି ପୁଅର ସେହି କାର୍ଯ୍ୟକୁ ତା’ ମା’ ପ୍ରଥମେ ଥଟ୍ଟା କରିଥିଲେ, କାରଣ ସେ ନିଜେ ସେହି ଲକର କୋଡ୍ ଜାଣିଥିଲେ । କିନ୍ତୁ ଘଟଣା ସେତେବେଳେ ମାରାତ୍ମକ ରୂପ ନେଲା ଯେତେବେଳେ ଜଣାପଡ଼ିଲା ଯେ ପିଲାଟି ଲକ୍ କମ୍ବିନେସନ୍ (Lock Combination) ବଦଳାଇ ଦେଇଛି ।
ଏହା ବି ପଢ଼ନ୍ତୁ | ଆସିଲା ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ଘଟିଛି; ଶେଷ ଫଟୋ ବି ମିଳିଲା
ପିଲାଟି ଅସଲରେ ତା’ ମା’ ଶୌଚାଳୟ ସଫା କରିବା (Toilet Cleaning) ସମୟରେ ତାଙ୍କ ବେକରେ ତାଲା ପକାଇ ଦେଇଥିଲା । ଯେତେବେଳେ ସେ ସେହି ତାଲାକୁ ପୁରୁଣା ଲକ୍ କମ୍ବିନେସନ୍ ଦେଇ ଖୋଲିବାକୁ ଚେଷ୍ଟା କଲେ, ତାଲା ଖୋଲିଲା ନାହିଁ । ସେ ଜାଣି ନ ଥିଲେ ଯେ ତାଙ୍କ ପୁଅ କୋଡ୍ ବଦଳେଇଦେଇଛି । କେବଳ ଏତିକି ନୁହେଁ, ପିଲାଟି ଲକ୍ କମ୍ବିନେସନକୁ ଭୁଲି ବି ଯାଇଥିଲା ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; ୧ କୋଟି ଟଙ୍କା ଜବତ, ୩ ଗିରଫ
ଏଭଳି ପରିସ୍ଥିତିରେ ମହିଳା ଜଣକ ତୁରନ୍ତ ପୋଲିସକୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ । ପୋଲିସ ଓ ସ୍ଥାନୀୟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ ଓ ସେହି ତାଲାର ତାର କାଟିବାକୁ ଚେଷ୍ଟା କରିଥିଲେ । ଗୋଟେ ତଉଲିଆକୁ ମହିଳାଙ୍କ ବେକରେ ରଖି ସେମାନେ ଧୀରେ ଧୀରେ ତାର କାଟିଲେ ଓ ମହିଳାଙ୍କ ବେକରୁ ସେହି ତାଲାକୁ ବାହାର କରିଥିଲେ ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ସେହି ମହିଳାଙ୍କ ବେକରେ ସାଇକେଲ ଲକ୍ ଫସି ରହିଥିବା (Child Puts Bicycle Lock Around Mother’s Neck) ଘଟଣା ସମଗ୍ର ଚୀନ୍ ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସୋସିଆଲ୍ ମିଡିଆରେ ଏହି ଘଟଣାର ଏକ ଭିଡିଓ (viral video) ବି ଭାଇରାଲ୍ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେ
ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକେ କହିଥିଲେ ଯେ ପିଲାମାନଙ୍କୁ ସେମାନଙ୍କର ସୀମା ଭିତରେ ରହିବାକୁ ମା’ବାପାମାନେ ଶିକ୍ଷା ଦେବା ଉଚିତ ଓ ସେଥି ପାଇଁ ସେମାନେ ଅଧିକ ପରିଶ୍ରମ କରିବା ଉଚିତ । ଜଣେ ଉପଭୋକ୍ତା ଏହି ଘଟଣା ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ଏହା ପିଲାମାନଙ୍କୁ ଶୃଙ୍ଖଳିତ ନ କରିବାର ଫଳ ।
ଏହା ବି ପଢ଼ନ୍ତୁ | OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍ ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ
ଏହି ଘଟଣା ବିଷୟରେ ଜାଣି ହସିବାର ଆବଶ୍ୟକତା ନାହିଁ, କିନ୍ତୁ ଏଥିରୁ ଶିଖିବାର ଆବଶ୍ୟକତା ଅଛି । ଯେମିତି ଏହି ପରି ଘଟଣାକୁ ଆମେ ନିଜ ଘରକୁ କେବେ ନିମନ୍ତ୍ରିତ ନ କରୁ ତା’ର ବ୍ୟବସ୍ଥା କରିବା ଉଚିତ ।