- News18 Odia
- Last Updated :
- Other, India
News 18 Odia Digital
ମୁମ୍ବାଇ: ଆଜି ସାରା ଦେଶରେ ଜାତୀୟ ସିନେମା ଦିବସ ପାଳନ କରାଯିବ। ଜାତୀୟ ସିନେମା ଦିବସ ପାଳନ ପାଇଁ ପିଭିଆର, Inox, ସିନେପୋଲିସ୍, କାର୍ନିଭାଲ୍ ସମେତ ଦେଶର ମଲ୍ଟିପ୍ଲେକ୍ସରେ ୪୦୦୦ ରୁ ଅଧିକ ସ୍କ୍ରିନ ମିଳିତ ହୋଇଛି। ଜାତୀୟ ସିନେମା ଦିବସ ସବୁ ବୟସର ଦର୍ଶକଙ୍କୁ ଏକତ୍ର କରି ଚଳଚ୍ଚିତ୍ରରେ ଗୋଟିଏ ଦିନ ଉପଭୋଗ କରିବ ବୋଲି MAI ଆୟୋଜନ କରିଛି। ମଲ୍ଟିପ୍ଲେସ୍ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ୭୫ ଟଙ୍କା।କେବଳ ୭୫ ଟଙ୍କାରେ ବଲିଉଡ଼, ହଲିଉଡ, ଟଲିଉଡ ହେଉ କି ଓଲିଉଡ ସିନେମା ହଲରେ ଦେଖି ପାରିବେ ଦର୍ଶକ।
ଆଜିର ଦିନରେ ଦର୍ଶକଙ୍କୁୁ ଭିନ୍ନ ଅନୁଭୂତି ପରଷିବାକୁ ବୋଧେହୁଏ ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି । ନିକଟରେ ସୀତା ରାମ ଭଳି ବଡ଼ ହିଟ୍ ଦେଇ ପ୍ୟାନ ଇଣ୍ଡିଆରେ ଚର୍ଚ୍ଚାକୁ ଆସିଥିବା ଷ୍ଟାର ଦୁଲକର ସଲମାନ ଓ ସନି ଦେଓଲଙ୍କ କ୍ରାଇମ ସସପେନ୍ସ 'ଚୁପ୍' ଏବଂ ମାଧବନଙ୍କ ଫିଲ୍ମ ‘ଧୋକା’ । ତାସହ ଅନେକ ଆଞ୍ଚଳିକ ଭାଷାର ସିନେମା ବି ରିଲିଜ୍ ହେଉଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।