News18 Odia Digital
Miss India 2023: ରାଜସ୍ଥାନର ନନ୍ଦିନୀ ଗୁପ୍ତା(Nandini Gupta) ଫେମିନା ମିସ ଇଣ୍ଡିଆ ୨୦୨୩ ବ୍ୟୁଟି ପିଜାଣ୍ଟର ମୁକୁଟ ନିଜ ନାମରେ କରିନେଇଛନ୍ତି । ଏହି ସହ ସେ ଦେଶର ୫୯ ତମ ମିସ ଇଣ୍ଡିଆ ହୋଇଛନ୍ତି । ଶ୍ରେୟା ପୁଞ୍ଜା ଓ ଷ୍ଟ୍ରେଲା ଥୌନା ଅଜମ ଲୁବାଙ୍ଗ ଓ ଅନ୍ୟ ସୁନ୍ଦରୀଙ୍କୁ ପଛରେ ପକାଇ ନନ୍ଦିନୀ ଗୁପ୍ତା(Famina Miss India 2023 Nandini Gupta) ଏହି ତାଜ ହାତେଇନେଇଛନ୍ତି । ଶ୍ରେୟା ପ୍ରଥମ ରନର୍ସଅପ ହୋଇଥିବା ବେଳେ ଷ୍ଟ୍ରେଲା ଦ୍ୱୀତିୟ ରନର୍ସ ଅପ ଘୋଷଣା ହୋଇଛନ୍ତି । ବିଜୟ ପରେ ପୂର୍ବତନ ମିସ ଇଣ୍ଡିଆ ୨୦୨୨ ସିନି ଶେଟ୍ଟୀ ତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି ।
ସିନି ଶେଟ୍ଟୀ ଫେମିନା ମିସ ଇଣ୍ଡିଆ ୨୦୨୨ ର ବିଜେତା ରହିଆସିଛନ୍ତି । ଏଥର ଫେମିନା ମିସ ଇଣ୍ଡିଆ ୨୦୨୩ ମଣିପୁରରେ ଆୟୋଜିତ କରାଯାଇଥିଲା, ଯେଉଁଥିରେ ସାରା ଦେଶରୁ ଯୁବତୀମାନେ ଭାଗ ନେଇଥିଲେ । ବ୍ୟୁଟି ପେଜାଣ୍ଟରେ ୩୦ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳକ ଝିଅମାନେ ଅଶଂଗ୍ରହଣ କରିଥିଲେ । ଏହି ଜବରଦସ୍ତ ଜିତି ପରେ ନନ୍ଦିନୀ ମିସ ୱାଲ୍ଡ ପାଇଁ ଦେଶରୁ ପ୍ରତିନିଧିତ୍ୱ କରିବେ ।
ପୂର୍ବ ବର୍ଷ ସିନି ଶେଟ୍ଟୀ ମିସ ୱାଲ୍ଡ ପାଇଁ ଦେଶର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ଏଥିରେ ସେ ବିଫଳ ରହିଥିଲେ । ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟୋ ସହରର ବାସିନ୍ଦା । ଏହି ପ୍ରତିଯୋଗିତାରେ ନିଜକୁ ଯୋଗ୍ଯ ସାବ୍ୟସ୍ତ କରିବା ପାଇଁ ନନ୍ଦିନୀ ବେଶ ପରିଶ୍ରମ କରିଥିଲେ । ସେ ପୂର୍ବରୁ ମଡେଲିଂରେ ନିଜକୁ ଦକ୍ଷ କରାଇଥିଲେ । ନନ୍ଦିନୀ ମଡେଲିଂ ସାଙ୍ଗକୁ ପଠାରେ ମଧ୍ଯ ଧ୍ଯାନ ଦେଉଥିଲେ । ସେ ଜଣେ ମେଧାବୀ ଛାତ୍ରୀ ଭାବେ ଆଗରୁ ନାମ କମାଇସାରିଛନ୍ତି । ମାତ୍ର ୧୦ ବର୍ଷ ବୟସରୁ ସେ ମିସ ଇଣ୍ଡିଆ ହେବାର ସ୍ୱପ୍ନ ଦେଖିଆସୁଥିଲେ । ଯାହା ଆଜି ପୂରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।