News18 Odia Digital
ଭୁବନେଶ୍ୱର: ବିଶ୍ୱ ଶୁଣିବ ଆଦିବାସୀ ଝିଅ ନମିତା ମେଲକାଙ୍କ ଗୀତ। ଆସନ୍ତା ବିଶ୍ୱକପ ହକିରେ ଉଦଘାଟନୀ ସଙ୍ଗୀତ ଗାନ କରିବେ ନମିତା। ରେକର୍ଡ଼ିଂ ପାଇଁ ବାପାଙ୍କ ସହିତ ମୁମ୍ବାଇ ଯାଇ ଫେରିଛନ୍ତି ନମିତା।
ଗୀତ ପରିବେଷଣ କରିବା ଲାଗି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନମିତାଙ୍କ ନାମ ସୁପାରିସ କରିଥିଲେ । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ।
ବିନା ପ୍ରଶିକ୍ଷଣରେ ସୁନ୍ଦର ଗୀତ ଗାଉଥିବାରୁ ସେତେବେଳେ ସମସ୍ତ ଚକିତ କରିଦେଇଥିଲେ ନମିତା। ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ଗୀତ ଗାଇବା ପାଇଁ ମଧ୍ୟ ସୁଯୋଗ ଦେଇଥିଲେ।
ଏବେ ହକି ବିଶ୍ୱକପରେ ଉଦଘାଟନୀ ସଙ୍ଗୀତ ପରିବେଷଣ କରିବା ଖବର ପ୍ରସାରିତ ହେବା ପରେ କୋରାପୁଟ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।