୨ ବର୍ଷ ପରେ ଫେରିବାକୁ ଯାଉଛି ବହୁ ଚର୍ଚ୍ଚିତ ରିୟାଲିଟି ଟିଭି ଶୋ 'ନଚ ବଲିଏ'

ଫେମସ ଡ୍ୟାନ୍ସ ରିୟାଲିଟି ଶୋ ‘ନଚ ବଲିଏ’, ୨ ବର୍ଷ ପରେ ଫେରିବାକୁ ଯାଉଛି। ଖବର ଅନୁଯାୟୀ, ଅକ୍ଟୋବର ମଧ୍ୟଭାଗରେ ଏହି ଟିଭି ଶୋ ଏହାର ଦଶମ ସିଜନ୍ ସହିତ ଫେରିବ ଓ ଟେରେନ୍ସ ଲୁଇସ୍, କରିସ୍ମା କପୁର , ବୈଭବି ମର୍ଚାଣ୍ଟ ଏହି ଶୋ'ରେ ଜଜ୍ ଭୂମିକାରେ ନଜର ଆସିବେ।

"ନାଚ ବଲିୟେ"

"ନାଚ ବଲିୟେ"

  • Share this:
News 18 Odia Digital

ଫେମସ ଡ୍ୟାନ୍ସ ରିୟାଲିଟି ଶୋ ‘ନଚ୍ ବଲିଏ’ ପାଖାପାଖି ୨ ବର୍ଷ ପରେ ଫେରିବାକୁ ଯାଉଛି। ଖବର ଅନୁଯାୟୀ, ଅକ୍ଟୋବର ମଧ୍ୟଭାଗରେ ଟିଭି ଶୋ ଏହାର ଦଶମ ସିଜନ୍ ସହିତ ଫେରିବ ଓ ଟେରେନ୍ସ ଲୁଇସ୍, କରିସ୍ମା କପୁର , ବୈଭବି ମର୍ଚାଣ୍ଟ ଏହି ଶୋକୁ ଜଜ୍ କରିବେ। ଏହି ଶୋ’କୁ ବିଗ୍ ବସ୍ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ପ୍ରଡ୍ୟୁସ କରିବେ। ସଲମାନ ‘ନଚ ବଲିଏର ଶେଷ ସିଜନର ମଧ୍ୟ ନିର୍ମାତା ଥିଲେ। ଏଯାବତ ଚ୍ୟାନେଲ କିମ୍ବା ଶୋ’ର ନିର୍ମାତାମାନେ କୌଣସି ଘୋଷଣା କରିନାହାଁନ୍ତି।

ଶୋ’ର ନବମ ସିଜନ୍ ୨୦୧୯ ଜୁଲାଇ ୧୯ରୁ ନଭେମ୍ବର ୩ରେ ପ୍ରସାରିତ ହୋଇଥିଲା। ରବୀନା ଟଣ୍ଡନ୍ ଓ ଅହମ୍ମଦ ଖାନ୍ ଶୋର ଜଜ୍ ଥିଲେ। ପ୍ରିନ୍ସ ନାରୁଲା ଓ ୟୁଭିକା ଚୌଧରୀ ଏହି ସିଜନରେ ଜିତିଥିଲେ। ସୁଚନା ଅନୁଯାୟୀ “ଚ୍ୟାନେଲ ଓ ପ୍ରଡକ୍ସନ୍ ହାଉସ୍ ମଧ୍ୟରେ ଏକ ମାସର ଆଲୋଚନା ପରେ ଶୋ’ର ସ୍କ୍ରିପ୍ଟ ଲେଖାଯାଇଛି ଓ ଅନୁମୋଦନ କରାଯାଇଛି। ଏଥର ନିର୍ମାତାମାନେ ସେମାନଙ୍କ ପ୍ରଶଂସକଙ୍କ ସହିତ ସେଲିବ୍ରିଟିମାନଙ୍କୁ ଆଣିବେ ଓ ସେମାନେ ଅନ୍ୟ ଯୋଡିମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସୂତ୍ରରୁ ପ୍ରକାଶ ପାଇଛି ଯେ ଆଗାମୀ ଶୋ ପାଇଁ ଶେହନାଜ କୌର ଗିଲ, ରୂପାଲି ଗାଙ୍ଗୁଲି, ପ୍ରତୀକ ସେହଜପାଲ, ମୋହସିନ୍ ଖାନଙ୍କ ଭଳି ଲୋକପ୍ରିୟ ଚେହେରା ଭାଗ ନେବେ।
Published by:Soumyashree Mishra
First published: