ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା; ବାରମ୍ବାର ମିଳୁଛି ମୃତ୍ୟୁ ଧମକ

ଚଳିତ ବର୍ଷ ଜୁନ ମାସରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସଲମାନଙ୍କ ପିତା ମର୍ଣ୍ଣିଂ ୱାକ୍ ସମୟରେ ଏହି ଚିଠି ପାଇଥିଲେ। ଯେଉଁଥିରେ ସଲମାନଙ୍କୁ ହତ୍ୟା କରିବାଯିବାର ଧମକ ଦିଆଯାଇଥିଲା।

 ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଲଗାତାର ଧମକ ମିଳିବା ପରେ ବର୍ତ୍ତମାନ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁପ୍ତଚର ଇନପୁଟ ଉପରେ ଆଧାର କରି ସଲମାନ ଖାନଙ୍କୁ Y + ବର୍ଗ ସୁରକ୍ଷା ଦିଆଯାଇଛି।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନ ଖାନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ପାଇଛନ୍ତି। ଏହି ଧମକକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିକାଲି ସଲମାନ ଖାନ ଲୋକପ୍ରିୟ ଟିଭି ଶୋ ବିଗ୍ ବସର ସିଜନ ୧୬ର ହୋଷ୍ଟ କରୁଛନ୍ତି।

ସୂଚନାନୁସାରେ, ସଲମାନ ଖାନଙ୍କ ବ୍ୟତୀତ ମହାରାଷ୍ଟ୍ର ରାଜ୍ୟ ଡେପୁଟି ସିଏମ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।

ଚଳିତ ବର୍ଷ ଜୁନ ମାସରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସଲମାନଙ୍କ ପିତା ମର୍ଣ୍ଣିଂ ୱାକ୍ ସମୟରେ ଏହି ଚିଠି ପାଇଥିଲେ। ଯେଉଁଥିରେ ସଲମାନଙ୍କୁ ହତ୍ୟା କରିବାଯିବାର ଧମକ ଦିଆଯାଇଥିଲା। ଏଥିସହିତ ଯେତେବେଳେ ମୁମ୍ବାଇ ପୋଲିସ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗକୁ ପଚରାଉଚରା କରିଥିଲା, ସେତେବେଳେ ସେମାନେ ସ୍ୱୀକାର କରିଥିଲେ ଯେ ସଲମାନ ଖାନ ସେମାନଙ୍କ ଟାର୍ଗେଟରେ ଅଛନ୍ତି। ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗରୁ ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମିଳି ସାରିଛି।

ପ୍ରକାଶ ଥାଉକି ସଲମାନ ଖାନଙ୍କୁ ଶେଷଥର ଅଭିନେତା ତଥା ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଫିଲ୍ମ 'ଅନ୍ତିମ: ଫାଇନାଲ ଟ୍ରୁଥ'ରେ ଦେଖିବାକୁ ମିଳିଥିଲା। ସେ ଖୁବ୍ ଶୀଘ୍ର ଫିଲ୍ମ 'କିସି କା ଭଇ କିସି କି ଜାନ' ନଜର ଆସିବେ। ଏହା ବ୍ୟତୀତ ସଲମାନ ଖାନଙ୍କୁ କ୍ୟାଟ୍ରିନା କୈଫଙ୍କ ସହ 'ଟାଇଗର ୩'ରେ ମଧ୍ୟ ଦେଖିବାକୁ ମିଳିବ। ସଲମାନ-କ୍ୟାଟ୍ରିନାଙ୍କ ଫିଲ୍ମ 'ଟାଇଗର ୩' ଆସନ୍ତା ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଇମ୍ରାନ ହାସମୀ ମଧ୍ୟ ‘ଟାଇଗର ୩’ ରେ ଏଣ୍ଟ୍ରି କରିଛନ୍ତି। ଏହା ସହିତ ସଲମାନ ଖାନ ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ'ରେ ଏକ କ୍ୟାମୋ ରୋଲରେ ନଜର ଆସିବେ।
Published by:Lipina Das
First published: