Pornography Case; ରାଜ୍ କୁନ୍ଦ୍ରାଙ୍କ ମାମଲାରେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କୁ ଆଜି ପଚରାଉଚରା କରିବ କ୍ରାଇମ୍ ବ୍ରାଞ୍ଚ୍

ଅଶ୍ଳୀଳ ଭିଡିଓ ମାମଲାରେ ପୋଲିସ ଶର୍ଲିନ ଚୋପ୍ରାଙ୍କୁ ପୂର୍ବରୁ ମଧ୍ୟ ପଚରାଉଚରା କରିସାରିଛି। ଏହି ମାମଲାରେ ସେ ପ୍ରଥମେ ପୋଲିସ ନିକଟରେ ନିଜର ବିବୃତ୍ତି ରେକର୍ଡ କରିଥିବା ଅଭିନେତ୍ରୀ ବୋଲି ଦାବି କରିଥିଲେ ଶର୍ଲିନ । ବର୍ତ୍ତମାନ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ ପୁଣି ଥରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶର୍ଲିନଙ୍କୁ ପଚରାଉଚରା କରିବାକୁ ଯାଉଛି।

ଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କୁ ଆଜି ପଚରାଉଚରା କରିବ କ୍ରାଇମ୍ ବ୍ରାଞ୍ଚ୍

ଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କୁ ଆଜି ପଚରାଉଚରା କରିବ କ୍ରାଇମ୍ ବ୍ରାଞ୍ଚ୍

  • Share this:
News18 Odia Digital

ମୁମ୍ବାଇ: ଅଶ୍ଳୀଳ ଭିଡିଓ ନିର୍ମାଣ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ ଜୁଲାଇ ୧୯ରୁ ଜେଲରେ ଅଛନ୍ତି। ପୋଲିସର ରିମାଣ୍ଡରେ ରହିବା ପରେ ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଜେଲରେ ଅଛନ୍ତି। ଏହି ମାମଲାରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ଅଶ୍ଳୀଳ ମାମଲାରେ ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ନାମ ମଧ୍ୟ ସାମିଲ ଅଛି । ଶର୍ଲିନ, ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ । ମାମଲାର ସର୍ବଶେଷ ଅଦ୍ୟତନ ହେଉଛି ବର୍ତ୍ତମାନ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ପୁଣି ଥରେ ଶର୍ଲିନ ଚୋପ୍ରାଙ୍କୁ ପଚରାଉଚରା କରିବାକୁ ଯାଉଛି। ଏଥିପାଇଁ ଅଭିନେତ୍ରୀଙ୍କୁ ପୋଲିସ ସମନ ପଠାଇଛି ।

ଏହି ମାମଲାରେ ପୋଲିସ ଶର୍ଲିନ ଚୋପ୍ରାଙ୍କୁ ପୂର୍ବରୁ ମଧ୍ୟ ପଚରାଉଚରା କରିସାରିଛି। ଏହି ମାମଲାରେ ସେ ପ୍ରଥମେ ପୋଲିସ ନିକଟରେ ନିଜର ବିବୃତ୍ତି ରେକର୍ଡ କରିଥିବା ଅଭିନେତ୍ରୀ ବୋଲି ଦାବି କରିଥିଲେ ଶର୍ଲିନ । ବର୍ତ୍ତମାନ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ ପୁଣି ଥରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶର୍ଲିନଙ୍କୁ ପଚରାଉଚରା କରିବାକୁ ଯାଉଛି।

ନ୍ୟୁଜ୍ ଏଜେନ୍ସି ଏ.ଏନ୍.ଆଇ.(ANI)ର ଟ୍ୱିଟ୍ ଅନୁଯାୟୀ ମୁମ୍ବାଇ ପୋଲିସ୍ କ୍ରାଇମ୍ ବ୍ରାଞ୍ଚର ପ୍ରପର୍ଟି ସେଲ୍ ଅଭିନେତ୍ରୀ ଶର୍ଲିନଙ୍କୁ ଡକାଇ ପଚରାଉଚରା କରିବାକୁ କହିଥିଲେ, ଅର୍ଥାତ୍ ଶର୍ଲିନଙ୍କୁ ଆଜି ତଥା ଶୁକ୍ରବାର କ୍ରାଇମ୍ ବ୍ରାଞ୍ଚରେ ହାଜର ହେବାକୁ ପଡ଼ିବ।

ଶର୍ଲିନ ଜାଣିଥିଲେ ଯେ ତାଙ୍କୁ ଏହି ମାମଲାରେ ନିଶ୍ଚିତ ପଚରାଉଚରା କରାଯିବ। ତେଣୁ ଗିରଫ ହେବାର ଭୟ କରି ସେ କୋର୍ଟରେ ଏକ ଜାମିନ ଆବେଦନ କରିଥିଲେ ଯାହା କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

ଅଭିନେତ୍ରୀ ପୁନମ ପାଣ୍ଡେ, ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଏକ ଠକେଇ ମାମଲା ଦାୟର କରିଥିଲେ। ଏହାର କିଛି ସମୟ ପରେ ଶର୍ଲିନ ମଧ୍ୟ ଅଭିଯୋଗ କରିଥିଲେ ଯେ ରାଜ କୁନ୍ଦ୍ରା ହିଁ ତାଙ୍କୁ ଏହି ଅଶ୍ଳୀଳ ଭିଡିଓ ନିର୍ମାଣକ କାର୍ଯ୍ୟ କରିବାକୁ କହିଥିଲେ ।

ମହାରାଷ୍ଟ୍ର ସାଇବର ସେଲକୁ ଦେଇଥିବା ବିବୃତ୍ତିରେ ଶର୍ଲିନ ଖୁଲାସା କରିଥିଲେ ଯେ ସେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ୩୦ ଲକ୍ଷ ଟଙ୍କା ପେମେଣ୍ଟ କରୁଥିଲେ। ଶର୍ଲିନଙ୍କ ଅନୁଯାୟୀ, ସେ ୧୫ରୁ ୨୦ଟି ପ୍ରକଳ୍ପ କରିଛନ୍ତି।
Published by:Lipina Das
First published: