ମୋ ପେଟକୁ ଗୋଇଠା ମାରନି ହ୍ୟୁମାନ ଭାଇ: ଭାବବିହ୍ବଳ କଣ୍ଠରେ ଏମିତି କହିଲେ ମିଷ୍ଟର ଗୁଲୁଆ

ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ। ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ତାଙ୍କ ସହ ଷ୍ଟେଜ ସେୟାର କରିବା ପାଇଁ ମନା କରିଥିବା ଅଭିଯୋଗ କରିଛନ୍ତି ଗୁଲୁଆ।

ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ

ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ପାରିବାରିକ ଝଗଡ଼ା ଶାନ୍ତ ହେବା ପରେ ପୁଣି ସମସ୍ୟାକୁ ଆସିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଏଥର ତାଙ୍କ ନାଁରେ ପୁଣି ଆସିଲା ସାଙ୍ଘାତିକ ଅଭଯୋଗ। ଜୀବନ ଜୀବିକା ଛଡ଼ାଇ ସହ ପେଟକୁ ଗୋଇଠା ମାରିବାର ଅଭିଯୋଗ ଆଣିଲେ କମେଡିଆନ ବା ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ।

‘‘ମୁଁ ଏକ ଗରିବ ମଧ୍ୟବିତ୍ତ ପରିବାରର ପିଲା ବହୁତ ସଙ୍ଘର୍ଷ କରି ମୁଁ ସଫଳତା ପାଇଛି ସେଥିରୁ ମୁଁ ଏବେଯାଏଁ ବି ମୋ ଘର ପାଇଁ କିଛି କରିନି। ତେଣୁ ମୋର ପ୍ରତିଭାକୁ ନେଇ ସର୍ବଦା ଚେଷ୍ଟା କରୁଛି ଭଲ ରୋଜଗାର ସମ୍ମାନ ଓ ପରିବାରର ଖୁସି ସାଉଁଟିବା ପରିବାର ଲୋକଙ୍କୁ ଖୁସି କରିବାକୁ। ହେଲେ ମୋ ପେଟରେ ଗୋଇଠା ମାରିବା ଭଳି କାମ କରୁଛନ୍ତି ହ୍ୟୁମାନ ଭାଇ,’’ ବୋଲି ଭାବବିହ୍ବଳ କଣ୍ଠରେ କହିଛନ୍ତି ମିଷ୍ଟର ଗୁଲୁଆ।

ଏନେଇ ଅଭିନୟ ସହ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ କାର୍ଯ୍ୟକ୍ରମରେ ବି ସେ ଯୋଗ ଦେବାକୁ ଯାଇଥାନ୍ତି। ହେଲେ ଏହି ସମୟରେ ନିଆଳୀରେ ହେଉଥିବା ଏକ ମହୋତ୍ସବରେ ଅପମାନିତ କରାଯାଇଥିବା ଅଭିଯୋଗ କରିଛନ୍ତି ଗୁଲୁଆ।

ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ତାଙ୍କ ସହ ଷ୍ଟେଜ ସେୟାର କରିବା ପାଇଁ ମନା କରିଥିବା ଅଭିଯୋଗ କରିଛନ୍ତି ଗୁଲୁଆ। ଏହାକୁ ନେଇ ଭାବବିହ୍ବଳ ହୋଇ ନିଜ ସୋସିଆଲ ମିଡ଼ିଆରେ ମନର କଥା କହିଛନ୍ତି ଗୁଲୁଆ।

ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘‘ମୁ ତାଙ୍କର ବଡ଼ ପ୍ରଶଂସକ ତାଙ୍କୁ ମୁଁ ସବୁବେଳେ ସମ୍ମାନ କରେ ହେଲେ ସେ ଅୟୋଜକଙ୍କୁ କାହିଁକି ଏପରି କହିଲେ ବୋଲି କହିଲେ ମୁଁ ବୁଝିପାରୁନାହିଁ।’’

ଆଉ ସିଧା ହ୍ୟୁମାନଙ୍କୁ ଟାର୍ଗେଟ କରି କହିଛନ୍ତି କାହାର ଜୀବିକା ଉଜାଡିବା ଏକ ବଡ଼ ଅପରାଧ କାରଣ ମୋ ରୋଜଗାରରେ ମୋ ଘରର ପ୍ରତିପୋଷଣ ହୁଏ। ତେଣୁ ସବୁ କଳାକାରଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଅଧିକାରୀ ଅଛି। ସବୁଠାରୁ ବଡ଼ କଥା ହେଉଛି ଷ୍ଟେଜ ସମସ୍ତଙ୍କର କେହି କେବେ କୋଉଠି ବି ଚିରସ୍ଥାୟୀ ନୁହେଁ ତେଣୁ ଆମେ ସମସ୍ତେ କଳାକାର ହୋଇଥିବାରୁ ଗୋଟିଏ ଷ୍ଟେଜରେ ସମସ୍ତେ ଆମର କଳା ଦେଖାଇପାରିବା। ଏମିତି ନୁହେଁ କି କେବଳ ଯିଏ ବଡ଼ କଳାକାର ସେ କରିବେ ଆଉ ଛୋଟ କଳାକାର ଅପମାନ ସହି ଫେରି ଆସିବେ। ତେଣୁ ଯିଏ ଉପରକୁ ଉଠୁଛନ୍ତି ତାଙ୍କୁ ଖରାପ ଚକ୍ଷୁରେ ଦେଖନ୍ତୁ ନାହିଁ ଓ ଅହଙ୍କାରକୁ ଛାଡ଼ିବାକୁ କହିଛନ୍ତି ଗୁଲୁଆ।

କାରଣ ଏଠି କିଛି ବି କ୍ଷଣସ୍ଥାୟୀ ନୁହେ ଗର୍ବ ଅହଙ୍କାର କରିବା କାଇଁ ବୋଲି କହିଛନ୍ତି ସେ। ଖାଲି ସେତିକି ନୁହେ ହ୍ୟୁମାନ ସାଗର ନିଜକୁ କାହିଁକି ଗଜପତି ଭାବୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ କଳାକାର ଭାବରେ ଭଲ ହୃଦୟ ଟିଏ ରଖନ୍ତୁ ବୋଲି କହିଛନ୍ତି ସେ।

ନିଜ କମେଡି ଅନ୍ଦାଜରେ ସେ ହ୍ୟୁମାନଙ୍କୁ ସମାଲୋଚନା କରିବା ସହ ଜୀବିକା ଛାଡ଼ାଉଥିବା ଲୋକଙ୍କୁ କେବେ କ୍ଷମା କରିବି ନାହିଁ ବୋଲି କହିଛନ୍ତି। କାହିଁକିନା ସେ ମହୋତ୍ସବ ପାଇଁ ପଇସା ନେଇଥୁବାରୁ ଅନେକ ଅନୁରୋଧ ପରେ ୨ ମିନିଟ ଲୋକଙ୍କୁ ହସାଇଥିଲେ ସତ ହେଲେ ସେହି ସମୟର ଅପମାନଙ୍କୁ ନେଇ ବେଶ ମନଦୁଃଖ କରିଛନ୍ତି ଆଉ ତାଙ୍କ ସ୍ୱାଭିମାନକୁ ବାଧିଛି ବୋଲି ପରିପ୍ରକାଶ ମଧ୍ୟ କରିଛନ୍ତି।

ଆଉ ଶେଷରେ କହିଛନ୍ତି, ‘‘ଆପଣ ମୋ ଜୀବିକା ଛଡ଼ାନ୍ତୁନାହିଁ। କାରଣ ଆପଣଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ସେଥିପାଇଁ ଅନୁରୋଧ କରିଛି ଏହି କାମରେ ମୋ ପରିବାର ଚାଲୁଚି ମୋ ପାଇଁ କିଛି ଜଣ ଲୋକ ବଞ୍ଚୁଛନ୍ତି ତେଣୁ ଦୟାକରି ଆପଣ ଏଭଳି କାର୍ଯ୍ୟରୁ ବିରତ ରୁହନ୍ତୁ। ଜୟ ଜଗନ୍ନାଥ।’’
Published by:Lipina Das
First published: