ଵୃଦ୍ଧାଶ୍ରମରରେ ଖୁସି ବାଣ୍ଟିଲେ ଓଲିଉଡର ଯୁବ ଅଭିନେତା ଓ ଅଭିନେତ୍ରୀଙ୍କ ମା'ମାନେ; ଖୁସିରେ ବିଭୋର ସମସ୍ତେ

ତିନି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇବା ପଛରେ ଉଦ୍ୟମ ଥିଲା ମା' ମାନଙ୍କର । ଜୀବନର ନିଚ୍ଛକ ଅନୁଭୂତି ସାଉଣ୍ଟିବା ପାଇଁ ଏଭଳି କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବା ଉଚିତ ବୋଲି ମତ ରଖି ଥିଲେ ଅଭିନେତା ଜ୍ୟୋତିଙ୍କ ମା' ଜୟଶ୍ରୀ ନାୟକ।

'ମୋହିନୀ ପ୍ରମିଳା ଵୃଦ୍ଧାଶ୍ରମରେ ନଜର ଆସିଲେ ଓଲିଉଡ଼ ସେଲିବ୍ରିଟି

'ମୋହିନୀ ପ୍ରମିଳା ଵୃଦ୍ଧାଶ୍ରମରେ ନଜର ଆସିଲେ ଓଲିଉଡ଼ ସେଲିବ୍ରିଟି

  • Share this:
News18 Odia Digital

ଭୁବନେଶ୍ବର: ବୁଧବାର ଭୁବନେଶ୍ୱର ଜିଜିପି କଲୋନୀ ସ୍ଥିତ 'ମୋହିନୀ ପ୍ରମିଳା ଵୃଦ୍ଧାଶ୍ରମ'ରେ ଓଲିଉଡ଼ ଅଭିନେତା ଜ୍ୟୋତି, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ମନସ୍ବିନୀ ନଜର ଆସିଥିଲେ । ଏହି ଅବସରରେ ଅଭିନେତା ଓ ଅଭିନେତ୍ରୀ କହିଥିଲେ ଖୁସି ବାଣ୍ଟିଲେ ଖୁସି ବଢ଼େ । ଖୁସି ଆମ ଭିତରେ ହିଁ ଅଛି । ପରି ପ୍ରକାଶ ପାଇଁ ଦରକାର କେଵଳ ଇଛା ଶକ୍ତି ଓ କିଛିଟା ପ୍ରେରଣା। ମଣିଷ ଯେତେ ଉପରକୁ ଗଲେ ବି ନିଜ ପାଦ ମାଟିରେ ଲାଗି ରହିବା ଦରକାର। ତା ହେଲେ ହିଁ ନିଜ ଭିତରେ ସଫଳତାକୁ ନେଇ ନମ୍ର ଭାବନା ଜାଗ୍ରତ ହେବ।

ବୁଧବାର ଅପରାହ୍ନରେ ଭୁବନେଶ୍ୱର ଜିଜିପି କଲୋନୀ ସ୍ଥିତ 'ମୋହିନୀ ପ୍ରମିଳା ଵୃଦ୍ଧାଶ୍ରମ'ରେ ହଠାତ୍ ପହଞ୍ଚିଥିଲେ ଓଲିଉଡ ଅଭିନେତା ଜ୍ୟୋତି ରଞ୍ଜନ, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ମନସ୍ବିନୀ ।

ଏହି ଷ୍ଟାର୍ସଙ୍କ ସପରିବାର ଏହି ଆନନ୍ଦମୟ ଅବସରରେ ସାମିଲ ହୋଇଥିଲେ । ଜ୍ୟୋତି ଵୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ମିଠା ବାଣ୍ଟିବା ସହ ରାକ୍ଷୀ ବାନ୍ଧିଥିଲେ। ସେହି ଭଳି ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ମନସ୍ବିନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଯୁବ କଳାକାରଙ୍କୁ ପାଖରେ ପାଇ ଅନ୍ତେବାସୀ ଖୁଵ ଖୁସି ହୋଇଥିଲେ। ସୁମଧୁର କଣ୍ଠରେ ଗୀତ ଗାଇ ଵୃଦ୍ଧାଶ୍ରମର ପରିସରକୁ ସଙ୍ଗୀତମୁଖର କରିଥିଲେ ଅନ୍ତେବାସୀ କୁନ୍ତଳା ଦେବୀ ।

ଵୃଦ୍ଧାଶ୍ରମରରେ ଖୁସି ବାଣ୍ଟିଲେ ଓଲିଉଡର ଯୁବ ଅଭିନେତା ଓ ଅଭିନେତ୍ରୀ


ତିନି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇବା ପଛରେ ଉଦ୍ୟମ ଥିଲା ମା' ମାନଙ୍କର । ଜୀବନର ନିଚ୍ଛକ ଅନୁଭୂତି ସାଉଣ୍ଟିବା ପାଇଁ ଏଭଳି କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବା ଉଚିତ ବୋଲି ମତ ରଖିଥିଲେ ଅଭିନେତା ଜ୍ୟୋତିଙ୍କ ମା' ଜୟଶ୍ରୀ ନାୟକ।

ସେ କହିଥିଲେ, ‘‘ବହୁତ କଷ୍ଟରେ ଅଛନ୍ତି ଏମାନେ । ସେମାନଙ୍କ କଷ୍ଟ କିଛିଟା ଲାଘବ କରିବା ବି ଆମର ଦାୟିତ୍ୱ ଅଛି । ସେଥି ପାଇଁ ଏ ପିଲାଙ୍କୁ ଏଠାକୁ ଆଣିବାକୁ ମୁଁ ଆଗ୍ରହୀ ହୋଇଥିଲି।’’

ଅଭିନେତ୍ରୀ ଭୂମିକା ଦାଶଙ୍କ ମା' ତୃପ୍ତି ଦାଶ କହିଥିଲେ, ‘‘ଜୀବନର ଅନେକ ଦିଗ ଅଛି। ଜୀବନ ରାସ୍ତାରେ ଚାଲିବାକୁ ହେଲେ ସବୁ ଅନୁଭୂତି ସାଉଁଟିବା ଦରକାର। ଖାସ୍ କରି ରିଲ ଦୁନିଆରେ ଥିବା ପିଲାମାନେ ରିୟଲ ଲାଇଫରେ ଏସବୁକୁ ଅନୁଭବ କରିବା ଦରକାର। ତେଣୁ ସେହି ବାସ୍ତବ ଅନୁଭୂତିକୁ ସାଉଁଟିବା ପାଇଁ ମୁଁ ଆଗ୍ରହର ସହିତ ସମାନଙ୍କୁ ଆଣିଛି ।’’ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ମା' ସସ୍ମିତା ମହାପାତ୍ର ମଧ୍ୟ ଏହି ଉଦ୍ୟମକୁ ସମୟର ଆବଶ୍ୟକତା ବୋଲି କହିଥିଲେ।

'ମୋହିନୀ ପ୍ରମିଳା ଵୃଦ୍ଧାଶ୍ରମ'ରେ ଓଲିଉଡ଼ ଅଭିନେତା ଜ୍ୟୋତି


‘‘ଏହା ମୋ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଏହି ନିରାଶ୍ରୟ ପିତା ମାତା ମାନଙ୍କ ଆଖିରେ ଓ ଓଠରେ ଯେଉଁ ଖୁସିର ଝଲକ ଦେଖିଲି ତାହା ମୋ ପାଇଁ ଅମୂଲ" ବୋଲି ନୂଆ ପିଢ଼ିର ନାୟକ ଡ୍ୟାନସିଂ ଷ୍ଟାର ଜ୍ୟୋତି ଅଭିବ୍ୟକ୍ତି ରଖିଥିଲେ ।

ଅନ୍ତେବାସୀଙ୍କ ସହ ଅନୁଭୂତି ଓ ଖୁସି ବାଣ୍ଟିବାର ଏଭଳି ନିଆରା ସୁଯୋଗ ଆଣି ଦେଇଥିବାରୁ ଏହି ଯୁବ ପିଢ଼ିର ଅଭିନେତା ଓ ଅଭିନେତ୍ରୀ ମାନେ ମତ ରଖିଥିଲେ।

କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସାମିଲ ହୋଇଥିଲେ ଅଭିନେତା ଜ୍ୟୋତିଙ୍କ ମା' ଜୟଶ୍ରୀ ନାୟକ, ଅଭିନେତ୍ରୀ ଭୂମିକାଙ୍କ ମା' ତୃପ୍ତି ଦାଶ ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ମା' ସସ୍ମିତା ମହାପାତ୍ର । ସେମାନଙ୍କ ବ୍ୟତୀତ ଆୟୋଜକ ଭାବେ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର, ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ଚଳଚ୍ଚିତ୍ର ସମୀକ୍ଷକ ହର ପ୍ରସାଦ ମହାପାତ୍ର ଓ ମୋହିନୀ ପ୍ରମିଳା ଵୃଦ୍ଧାଶ୍ରମ ମୁଖ୍ୟ ରାମ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
Published by:Lipina Das
First published: