ଜଗନ୍ନାଥଙ୍କୁ ଦର୍ଶନ କଲେ ମିଥୁନ
- News18 Odia
- Last Updated :
- Other, India
News18 Odia Digital
ପୁରୀ: ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ଗତ କାଲି ରାତିରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତମାନେ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।
ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିବା ପରେ ମିଥୁନ କହିଛନ୍ତି, ସେ ଓଡ଼ିଶାରୁ ସବୁବେଳେ ସ୍ନେହ ମମତା ପାଇଛନ୍ତି । ଓଡ଼ିଶାରେ ଯେଭଳି ଭଲପାଇବା ମିଳିଛି ତାହା ଅନ୍ୟ କେଉଁଠି ମିଳିନାହିଁ । ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।