News18 Odia Digital
ନୂଆ ଦିଲ୍ଲୀ: ବଲିଉଡ଼ର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ଓ ଅଭିନେତ୍ରୀ ମାଦଳସା ଶର୍ମା ତାଙ୍କର ଗୋଟିଏ ଭିଡିଓ ଯୋଗୁଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଗୋଟିଏ ଭିଡ଼ିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ମାଦାଳସା ନିଜେ କିଛି ଦିନ ପୂର୍ବରୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଭଲ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।
ମାଦାଳସା ତାଙ୍କ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ସକ୍ରିୟ ଓ ଏହି ପ୍ଲାଟଫର୍ମ ମାଧ୍ୟମରେ ସର୍ବଦା ତାଙ୍କ ପ୍ରଶଂସକଙ୍କ ସହିତ ସଂଯୁକ୍ତ ଅଟନ୍ତି। ମାଦାଲସା ପ୍ରତିଦିନ ନିଜର ତାଙ୍କର ଛବି ଓ ଭିଡିଓ ସେୟାର କରନ୍ତି। ଏହି କ୍ରମରେ, ସେ ତାଙ୍କର ଏକ ନୂତନ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ୨୦୦୨ ଚଳଚ୍ଚିତ୍ର ସାଥିଆର ଟାଇଟଲ୍ ଗୀତରେ ନାଚୁଥିବାର ନଜର ଆସିଛନ୍ତି।
ତାଙ୍କର ପ୍ରଶଂସକମାନେ ତାଙ୍କ ନୃତ୍ୟକୁ ବହୁତ ପସନ୍ଦ କରଛନ୍ତି। ପ୍ରଶଂସକମାନେ ତାଙ୍କ ଭିଡ଼ିଓ ଦେଖି ପୁଣି ଥରେ ପାଗଳ ହୋଇ ଗଲେଣି। ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକ ମାଦଳସାଙ୍କୁ ଅନୁସରଣ କରନ୍ତି। ମାଦାଲସା ଶର୍ମା ହିନ୍ଦୀ ଅପେକ୍ଷା ଅଧିକ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥି ସହିତ, ମାଦାଳସା ଶର୍ମା ଆଜିକାଲି ଛୋଟ ପରଦାରେ ହିଟ କରୁଥିବାର ନଜର ଆସିଛନ୍ତି। ସେ ଷ୍ଟାର୍ ପ୍ଲସ୍ 'ଟିଭି ସିରିଏଲ୍' ଅନୁପମା'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସେ ଏହି ସିରିଏଲରେ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ଭୂମିକା ଦର୍ଶକଙ୍କୁ ବହୁତ ପସନ୍ଦ କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।