News18 Odia Digital
ବରିଷ୍ଠ ଓଡ଼ିଆ ଅଭିନେତା ଦିବଂଗତ ମିହିର ଦାସଙ୍କ ପୁଅଙ୍କ ଦେହାନ୍ତ ହୋଇଛି। ମିହିର ଦାସଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ଅକ୍ଲାନ୍ତ ଦାସ (Aklant Das Death)ଇହଧାମ ତ୍ୟାଗ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି ।
୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ । ଗତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ଯା ଥିବାରୁ ଚିକିତ୍ସା ଚାଲିଥିଲା । ଆଜି କଟକ ସତୀ ଚଉରାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି ।

ବାପା ମିହିର ଦାସଙ୍କ ସହ ଦୁଇ ପୁଅ
ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ବାପା ମିହିର ଦାସଙ୍କ ଅତି ନିଜର ଥଲେ। ୨୦୨୧ରେ ମିହିର ଦାସଙ୍କ ମୃତ୍ୟୁ ପରେ ତାଙ୍କ ଦଶାହ କାମ କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ମଧ୍ୟ କହିଥିଲେ ଅକ୍ଲାନ୍ତ। ଜଣେ ପିତାଙ୍କ ସହ ଅକ୍ଲାନ୍ତ ବାପାଙ୍କୁ ଅଭିନେତା ହିସାବରେ ଆଦର୍ଶ ବୋଲି ମନେ କରୁଥିଲେ।

ମିହିର ଦାସଙ୍କ ପରିବାର
ବଡ଼ ଭାଇ ଅମ୍ଳନା ଓ ଅକ୍ଲାନ୍ତଙ୍କୁ ଛାଡି ୨୦୨୧ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ ମିହିର ଦାସ। ଏହା ପୂର୍ବରୁ ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।