News18 Odia Digital
Millet song viral: ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଖୁସିର କଥା। ଭାଇରାଲ ହେଉଛି ମାଣ୍ଡିଆ ଗୀତ। ମାତ୍ର ୧୦ ଦିନରେ ଏହାକୁ ୟୁଟ୍ୟୁବ୍ରେ ଦେଖି ସାରିଲେଣି ୧ ମିଲିୟନରୁ ଅଧିକ ଲୋକ। ଏହାକୁ ବିଶ୍ବରେ ମିଳୁଛି ବଡ଼ ପରିଚୟ।
ରାଜ୍ୟ ସରକାରଙ୍କ ମିଲେଟ ମିଶନ ଦ୍ବାରା ପ୍ରସ୍ତୁତ ଏହି ଗୀତ ଏବେ ଦର୍ଶକ ମହଲରେ ବେଶ୍ ପ୍ରଶଂସିତ ହୋଇଛି। ମାଣ୍ଡିଆର ଉପକାରିତାକୁ ନେଇ ତିଆରି ଏହି ଗୀତରେ ୫ ଜଣ ଗ୍ରାମି ପୁରସ୍କାର ବିଜେତା ଅଛନ୍ତି।
ଏମାନେ ହେଉଛନ୍ତି ରିକି କେଜ୍, ଭାନିଲ ଭିଗାସ୍, ଲୋନି ପାର୍କ, ଲକି କଲାନ୍ତରୀ ଓ ଜିମ୍ କିମୋ ୱେଷ୍ଟ। ସଙ୍ଗୀତ ସଂଯୋଜନା କରିଛନ୍ତି ରିକି କେଜ୍ ଓ ପରିକଳ୍ପନା ସହ ପ୍ରଯୋଜନା କରିଛନ୍ତି ନୀଳମାଧବ ପଣ୍ଡା।
ଗୀତ ରଚନା କରିଛନ୍ତି ବର୍ଷିତା ରମେଶ, ରିକି ବେଜ୍ ଓ ବାପୁ ଗୋସ୍ବାମୀ। ଗୀତ ଗାଇଛନ୍ତି ଲୋନି ପାର୍କ, ଲକି କଲାନ୍ତରୀ, ବର୍ଷିତା ରମେଶ, ନରସିଂହ ହନ୍ତାଳ। ଏହି ଗୀତରେ ଓଡ଼ିଶା ଓ ଓଡ଼ିଆ ଲୋକ ସଂସ୍କୃତି ତଥା ପରିଚୟକୁ ବେଶ୍ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି।
ପ୍ରକାଶ ଥାଉକି ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ (world) ରେ ମିଲେଟକୁ ପ୍ରାଧାନ୍ୟ ଦିଆଯାଉଛି। ମିଲେଟ (millet )ରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାରରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଥି। ଏଥିରୁ ତିଆରି ସମସ୍ତ ଖାଦ୍ୟ ଖାଇବାବୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର ।
ଛୋଟ ଛୁଆରୁ ବୃଦ୍ଧ ତଥା ଗର୍ଭସ୍ଥ ମା'ମାନଙ୍କ ପାଇଁ ଏବେ ଏହା ଲାଭମାନ ହୋଇଛି। ପ୍ରଥମେ ଗାଁ ଗହଳିରେ ମାଣ୍ଡିଆ ଖାଇବାକୁ ଲୋକ ଭଲ ପାଉଥିଲେ କିନ୍ତୁ ଏବେ ଏହାର ଚାହିଦା ବଢ଼ିବାରେ ଲାଗିଛି। ଆଉ ଏବେ ଏହାର ପ୍ରଚାର ପ୍ରସାର ଲାଗି ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ଏହାର ପ୍ରଚାର ପ୍ରସାର ଲାଗି ଓଡ଼ିଶା ରାଜ୍ୟ ସରକାର (odisha govt )ଏହାକୁ ଏବେ ମିଶନ ଶକ୍ତିରେ ସାମିଲ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।