ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସିଟି ସ୍କାନକୁ ରୁଟିନ ଚେକ ଅପ କହି ଟ୍ରୋଲ ହେଲେ ଅଭିନେତା ମିଲନ୍ଦ ସୋନମ; ଲୋକ କହିଲେ ଏଭଲି ଜ୍ଞାନ ଦିଅନ୍ତୁନି

ସିଟି ସ୍କାନକୁ ରୁଟିନ ଚେକ ଅପ କହି ଟ୍ରୋଲ ହେଲେ ଅଭିନେତା ମିଲନ୍ଦ ସୋନମ; ଲୋକ କହିଲେ ଏଭଲି ଜ୍ଞାନ ଦିଅନ୍ତୁନି

ନିକଟରେ ମିଲିନ୍ଦ ସୋନମ ତାଙ୍କର ରୁଟିନ ଚେକଅପର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଏମିତି କିଛି ଉପଦେଶ ଦେଇଛନ୍ତି ଯାହା ପାଇଁ ସେ ବହୁତ ଟ୍ରୋଲ୍ ହେବାରେ ଲାଗିଛନ୍ତି ।

ସିଟି ସ୍କାନକୁ ରୁଟିନ ଚେକ ଅପ କହି ଟ୍ରୋଲ ହେଲେ ଅଭିନେତା ମିଲନ୍ଦ ସୋନମ; ଲୋକ କହିଲେ ଏଭଲି ଜ୍ଞାନ ଦିଅନ୍ତୁନି
ମିଲିନ୍ଦ ସୋନମ ସବୁବେଳେ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2021, 12:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ବଲିଉଡ଼ ଅଭିନେତା ତଥା ମଡ଼େଲ ମିଲିନ୍ଦ ସୋନମ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ଅନେକ ଲୋକଙ୍କ ପାଇଁ ପ୍ରେରଣା ହୋଇଛନ୍ତି। ଟଫ ୱାର୍କଆଉଟର ଫଟୋ ଓ ଭିଡ଼ିଓ ସେୟାର କରି ମିଲିନ୍ଦ ନିଜ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ୫୫ ବର୍ଷ ବୟସରେ ବି ମିଲିନ୍ଦ ସୁପର ଫିଟ ଓ ସ୍ୱାସ୍ଥ୍ୟବାନ ଅଛନ୍ତି। ନିକଟରେ ମିଲିନ୍ଦ ସୋନମ ତାଙ୍କର ରୁଟିନ ଚେକଅପର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଏମିତି କିଛି ଉପଦେଶ ଦେଇଛନ୍ତି ଯାହା ପାଇଁ ସେ ବହୁତ ଟ୍ରୋଲ୍ ହେବାରେ ଲାଗିଛନ୍ତି ।

ସୋସିଆଲ ମିଡ଼ିଆରେ ମିଲିନ୍ଦ ସୋନମଙ୍କ ଫଟୋକୁ ନେଟ ଏଜେନ୍ସ ଦାୟିତ୍ୱହୀନତା ବୋଲି କହିଛି। ଇନଷ୍ଟାଗ୍ରାମରେ ମିଲିନ୍ଦ ହସ୍ପିଟାଲ ପୋଷାକରେ ନିଜର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ସିଟିସ୍କାନ କରିବା ପୂର୍ବରୁ ବେଡ଼ରେ ବସିରହିଥିବା ନଜର ଆସିଛନ୍ତି। ଚିରାଚରିତ ଭାବେ କ୍ୟାମେରା ଆଗରେ ପୋଜ ଦେଲା ବେଳେ ମିଲିନ୍ଦଙ୍କ ଚେହେରାରେ ହସ ଦେଖାଯାଉଛି।

ଏହି ଫଟୋ ସେୟାର କରି ମିଲିନ୍ଦ ସୋନମ ତାଙ୍କ ପ୍ରଶଂସକମାନଙ୍କୁ ନର୍ମାଲା ହେଲ୍ଥ ଚେକ୍ କରିବାର ଜ୍ଞାନ ଦେଇ ସିଟିସ୍କାନ୍ କରିବାର ଉପଦେଶ ଦେଇଛନ୍ତି। ଅଭିନେତା କହିଛନ୍ତି ଯେ ସିଟିସ୍କାନ କରିବା ରୁଟିନ ଚେକଅପର ଏକ ଅଂଶ ହୋଇଥାଏ। ମଡେଲଙ୍କ ଏହି ଜ୍ଞାନ ଶୁଣି ପ୍ରଶଂସକମାନେ ରାଗି ଯାଇଥିଲେ ଓ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।ମିଲିନ୍ଦ ସୋନମ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ “ବେଙ୍ଗଲୁରୁରେ @nurahealthscreeningindiaରେ ସିଟିସ୍କାନ କରାଇଲି, ବ୍ଲକେଜ୍ ଆଦିର ଯାଞ୍ଚ କରେଇଲି। ସବୁ ନର୍ମାଲ ଅଛି। ଦକ୍ଷ ଡାକ୍ତର ଦ୍ୱାରା କରାଯାଉଥିବା ନିୟମିତ ଯାଞ୍ଜ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସ୍କ୍ରିନିକ ପାଇଁ ଆପଣମାନେ ଯାହା କରୁଛନ୍ତି ତାହା ବି ଜରୁରୀ। ଭୋଜନ, ବ୍ୟାୟାମ, ନିଦ ଓ ଷ୍ଟ୍ରେସ ମ୍ୟାନେଜମେଣ୍ଟ ସହିତ ନିୟମିତ ଭାବେ ଭଲ ଅଭ୍ଯାସ । ଏହା ସୁନିଶ୍ଚିତ କରିବାରେ ସହଯୋଗ କରେ ଯେ ପ୍ରତ୍ୟେକ ସ୍କ୍ରୀନିଙ୍ଗ୍ ଶରୀରର ସାମାନ୍ୟ କାର୍ଯ୍ୟକୁ ଦର୍ଶାଇ ଥାଏ, ତେବେ ଆପଣଙ୍କ ବୟସ ଯାହା ବି ହୋଇଥାଉ।” ପୋଷ୍ଟରେ ଅନେକ ଲୋକ କମେଣ୍ଟ କରି ମିଲିନ୍ଦଙ୍କୁ ଟ୍ରୋଲ କରିଛନ୍ତି।

ଜଣେ ଉପଭୋକ୍ତ କମେଣ୍ଟ କରି କହିଛନ୍ତି ଯେ, “ସିଟିସ୍କାନ ନିୟମିତ ଯାଞ୍ଚର ଅଂଶ ନୁହେଁ। ଏହା ନିଜ ଉପରେ ଖରାପ ପ୍ରଭାବ ପକାଇବା ସହିତ ଏକ ମହଙ୍ଗା ପ୍ରକ୍ରିୟା ମଧ୍ୟ। ଦୟାକରି ଏଭଳି ଉଦଦେଶ ଦିଅନ୍ତୁ ନାହିଁ।” ଆଉ ଜଣେ ଲେଖିଛନ୍ତି ଯେ “ବିନା କାରଣରେ ସିଟିସ୍କାନ କରନ୍ତୁ ନାହିଁ। ଦୟାକରି ଏଭଳି ଉପଦେଶ ଦିଅ ନାହିଁ। ଏହା ବହୁତ ହାନିକାରକ ହୋଇଥାଏ।” ସେହିଭଳି ଆଉ ଜଣେ କହିଛନ୍ତି ଯେ “ସାର୍, ସ୍କ୍ରିନିଙ୍ଗ ପାଇଁ ସିଟିସ୍କାନର ଉପଯୋଗ ହୁଏ ନାହିଁ। ଆପଣ ଏଭଳି ଜ୍ଞାନ ଦେବା ବନ୍ଦ କରିଦିଅନ୍ତୁ।”
Published by: Soumya Das
First published: September 7, 2021, 12:25 PM IST