ସଡ଼କ ଦୁର୍ଘଟଣାରେ ଚାଲିଗଲା ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ଜୀବନ

Kalyani Kurale Jadhav Death: ମନୋରଞ୍ଜନ ଜଗତ ଉପରା ଲାଗୁଛି କାହାର ଖରାପ ନଜର ଲାଗିଯାଇଛି। ଅନେକ କଳାକାର ଜଣଙ୍କ ପରେ ଜଣେ ଦୁନିଆ ଛାଡ଼ି ଚାଲିଗଲେଣି। ବର୍ତ୍ତମାନ ଖବର ମିଳିଛି ଯେ ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ଦେହାନ୍ତ ହୋଇଛି।

ସଡ଼କ ଦୁର୍ଘଟଣାରେ ଚାଲିଗଲା ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଚାଲିଗଲା ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ଜୀବନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ମନୋରଞ୍ଜନ ଜଗତରେ ପୁଣି ଖେଳିଯାଇଛି ଦୁଃଖର ଛାୟା। ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଦବଙ୍କ ଦେହାନ୍ତ ହୋଇଛି। ଏହି ଖବରକୁ ନେଇ ମରାଠୀ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଦେଖିବାକୁ ମିଳୁଛି। କଲ୍ୟାଣୀଙ୍କ ମୃତ୍ୟୁ ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ନିଜର ଦୁଃଖ ପ୍ରକାଶ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଲହପୁରରେ ଏକ ସଡ଼କ ଦୁର୍ଘଟଣାରେ କଲ୍ୟାଣୀଙ୍କର ମୃତ୍ୟୁ ହୋଇଛି। ରବିବାର ଦିନ ପୋଲିସ ଅଭିନେତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲା।

ଟ୍ରାକ୍ଟର ସହ ଦୁର୍ଘଟଣା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଙ୍ଗଲି-କୋଲହାପୁର ରାଜପଥର ହାଲୋଣ୍ଡି ଛକ ନିକଟରେ କଲ୍ୟାଣୀଙ୍କ କାରର ଦୁର୍ଘଟଣା ଘଟିଛି। ତାଙ୍କ କାରକୁ ଟ୍ରାକ୍ଟର ଧକ୍କା ଦେଇଥିଲା ପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ କଲ୍ୟାଣୀଙ୍କୁ ମୃତ ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ମିଡ଼ିଆ ରିପୋର୍ଟ ଅନୁଯାୟୀ ଟ୍ରାକ୍ଟରର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବର୍ତ୍ତମାନ କଲ୍ୟାଣୀଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହା ବ୍ୟତୀତ ଅନେକ ଫ୍ୟାନ୍ସ ଅଭିନେତ୍ରୀଙ୍କ ପୁରୁଣା ଭିଡିଓ ମଧ୍ୟ ସେୟାର କରୁଛନ୍ତି।

ଅନେକ ଟିଭି ଶୋ’ରେ କାମ କରିଥିଲେ କଲ୍ୟାଣୀ

ଏହା ବ୍ୟତୀତ ଯଦି କଲ୍ୟାଣୀଙ୍କ ଲୋକପ୍ରିୟ ଟିଭି ଶୋ ବିଷୟରେ କଥା ହେବା, ତେବେ ସେ ନିଜ କ୍ୟାରିୟରରେ ଅନେକ ମରାଠୀ ଟିଭି ଶୋ’ରେ କାମ କରିଥିଲେ। ପ୍ରଶଂସକମାନେ କଲ୍ୟାଣୀଙ୍କ ଅଭିନୟ ସହିତ ତାଙ୍କ ସୌନ୍ଦର୍ଯ୍ୟ ଏବଂ ସରଳତା ଅନ୍ଦାଜକୁ ବେଶ୍ ପସନ୍ଦ କରୁଥିଲେ। ୩୨ ବର୍ଷୀୟା କଲ୍ୟାଣୀ ମଧ୍ୟ କିଛି ଦିନ ପୂର୍ବରୁ ତାଙ୍କ ହୋଟେଲ ଖୋଲିଥିଲେ। ବର୍ତ୍ତମାନ କଲ୍ୟାଣୀ ଏହି ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି ସତ ହେଲେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ସର୍ବଦା ଜୀବନ୍ତ ରହିବେ।
Published by:Lipina Das
First published: