News18 Odia Digital
Manoj Bajpayee: ଚଳଚ୍ଚିତ୍ରରୁ ୱେବ୍ ସିରିଜ୍ ଦୁନିଆ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଥିବା ଅଭିନେତା ମନୋଜ ବାଜପେୟୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ଚମତ୍କାର ଖୁଲାସା କରିଛନ୍ତି। ଅଭିନେତା କହିଛନ୍ତି ଯେ ସେ ପ୍ରତିଦିନ ଭୋକିଲା ଶୋଇଥାନ୍ତି ଓ ଗତ ୧୪ ବର୍ଷ ଧରି ଏପରି କରିଆସୁଛନ୍ତି। ଅବଶ୍ୟ, ମନୋଜ ନିଜେ ମଧ୍ୟ ଏହା ପଛର କାରଣ ଦେଇଛନ୍ତି, ଜାଣିବା ପରେ ଲୋକମାନେ ଅଧିକ ଆଶ୍ଚର୍ଯ୍ୟ ହେଉଛନ୍ତି।
ବାସ୍ତବରେ ଅଭିନେତା କହିଛନ୍ତି ଯେ ସେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଭଲ ସ୍ୱାସ୍ଥ୍ୟ ପାଇଁ ସେ ଗତ ୧୪ ବର୍ଷ ଧରି ରାତ୍ରି ଭୋଜନ କରିନାହାଁନ୍ତି। କର୍ଲି ଟେଲ୍ସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଭିନେତା କହିଥିଲେ, 'ମୋ ଜେଜେବାପା ବହୁତ ପତଳା ଏବଂ ସବୁବେଳେ ଫିଟ୍ ଥିଲେ। ତାଙ୍କୁ ଅନେକ ଥର ଦେଖି ମୁଁ ଭାବିଲି ଯେ ସେ ଏଥିପାଇଁ କ’ଣ କରୁଥିଲେ? ତାଙ୍କ ପରାମର୍ଶରେ, ମୁଁ ରାତ୍ରି ଭୋଜନ ବନ୍ଦ କରିଦେଲି ଓ କିଛି ଦିନ ମଧ୍ୟରେ ଦେଖିଲି ମୋର ଓଜନ ବହୁ ମାତ୍ରାରେ ନିୟନ୍ତ୍ରିତ ହେଉଛି।
କର୍ମଚାରୀଙ୍କ ପାଇଁ ଖୁସି ଖବର; DA ସହ ମିଳିବ ଆଉ ୩ଟି ଭତ୍ତା!କେବଳ ସେତିକି ନୁହେଁ, ଡିନର ଛାଡ଼ିବା ସହ ଫାଷ୍ଟିଂ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ ମନୋଜ। କେବେ କେବେ ୧୨ କି ୧୪ ଘଣ୍ଚା ଉପାସ ରୁହନ୍ତି । ଧୀରେ ଧୀରେ ରାତ୍ରି ଭୋଜନ ମଧ୍ଯ ବନ୍ଦ କରିଦେଇଥିଲେ । ଏସବୁରୁ ତାଙ୍କ ଶରୀର ଉପରେ ଭଲ ପ୍ରଭାବ ପଡ଼ିବା ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଥମେ ଏପରି କରିବାବେଳେ ମୁସ୍କିଲ ଲାଗୁଥିଲା । ଅଧିକ ଭୋକ ଲାଗିଲେ ପାଣି କିମ୍ୱା ହେଲଦି ସ୍ନାକ ଖାଇଦେଉଥିଲେ । ଏପରି କରିବା ଦ୍ୱାରା ଡାଇବେଟିସ, ବିପି ନିୟନ୍ତ୍ରଣରେ ରହୁଥିଲା ବୋଲି କହିଛନ୍ତି ଅଭିନେତା ।
ଏଭଳି କରିବା କେତେ ଦୂର ଠିକ?ଆମେରିକାର ପେନିଂଟନ ବାୟୋମେଡ଼ିକାଲ ରିସର୍ଚ୍ଚ ସେଣ୍ଟରର ଗବେଷକଙ୍କ ମୁତାବିକ, କିଛି ଲୋକଙ୍କ ପାଇଁ ଡିନର ନ ଗ୍ରହଣ କରିବା ଫାଇଦାମନ୍ତ ହୋଇପାରେ । କିଛି ଲୋକ କିଛି ସମୟ ବ୍ୟବଧାନରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଓଜନ କମିଥାଏ । ଏଭଳି ଉପାୟ ଆପଣେଇବା ଦ୍ୱାରା ଶରୀରର ମେଟାବଲିଜିମ ଠିକ ରୁହେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।