ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଅଭିନେତା ମନୋଜ ବାଜପେୟୀଙ୍କ ବାପାଙ୍କ ଦେହାନ୍ତ; ଲମ୍ୱା ସମୟ ଧରି ଅସୁସ୍ଥ ଥିଲେ

ଅଭିନେତା ମନୋଜ ବାଜପେୟୀଙ୍କ ବାପାଙ୍କ ଦେହାନ୍ତ; ଲମ୍ୱା ସମୟ ଧରି ଅସୁସ୍ଥ ଥିଲେ

ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଅଭିନେତା ମନୋଜ ବାଜପେୟୀଙ୍କ ବାପାଙ୍କ ଦେହାନ୍ତ; ଲମ୍ୱା ସମୟ ଧରି ଅସୁସ୍ଥ ଥିଲେ
ବାପାଙ୍କ ସହ ମନୋଜ ବାଜପେୟୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 3, 2021, 3:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ତାଙ୍କର ଚିକିତ୍ସା ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପିତାଙ୍କ ମୃତ୍ୟୁ ସମୟରେ ମନୋଜ ବାଜପେୟୀ କେରଳରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ଯେତେବେଳେ ସେ ତାଙ୍କ ପିତାଙ୍କ ମୃତ୍ୟୁ ଖବର ପାଇଲେ ତୁରନ୍ତ ସୁଟିଂ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ। ମନୋଜ ତାଙ୍କ ପିତାଙ୍କୁ ଖୁବ ଭଲ ପାଉଥିଲେ। ତେବେ ଏହି ଦୁଃଖ ଖବରକୁ ‘SHE’ର ନିର୍ଦ୍ଦେଶକ ଅଭିନାସ ଦାସ ନିଜ ଟ୍ୱିଟର ଆକାଉଣ୍ଟରେ ଜଣେଇଛନ୍ତି।

ସେ ରାଧାକାନ୍ତ ବାଜପେୟୀଙ୍କ ସହିତ ମନୋଜଙ୍କର ଏକ ଫଟୋ ଶେୟାର କରି ଲେଖିଛନ୍ତି, ମନୋଜ ଭାଇଙ୍କ ବାପାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ବିତେଇଥିବା ସମୟ ବହୁତ ମନେପଡ଼ୁଛି। ଏହି ଫଟୋ ମୁଁ ଭିତିହରୱା ଆଶ୍ରମରେ ଉଠେଇଥିଲି। ସେ ବହୁତ ଧିରସ୍ଥିର ମଣିଷ ଥିଲେ। ସେ ସବୁବେଳେ ନିଜ ପୁଅର ଧନ ସମ୍ପତ୍ତିଠାରୁ ନିଜକୁ ଦୂରେଇ ରଖୁଥିଲେ। ସେ ଜଣେ ମହାନ ବ୍ୟକ୍ତି ଥିଲେ। ନମନ, ଶ୍ରଦ୍ଧାଞ୍ଜଳି।

ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ଖବର ଶୁଣି ବଲିଉଡ଼ ଜଗତ ସମେତ ଅଭିନେତାଙ୍କ ପୈତୃକ ଗାଁ ବିବାରର ଗୌନାହା ପ୍ରଖଣ୍ଡର ବେଲୱାରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ କୁହନ୍ତି ଯେ ସେ ଖୁବ ଦୟାଳୁ ବ୍ୟକ୍ତି ଥିଲେ, ଗରିବମାନଙ୍କୁ ସାହାଯ୍ୟ କରୁଥିଲେ। ଦୀର୍ଘ ଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିଲା। ନିକଟରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ତିନି ପୁଅ ଥିବାବେଳେ ଅଭିନେତା ମନୋଜ ହେଉଛନ୍ତି ତାଙ୍କ ବଡ଼ ପୁଅ। ତେବେ ପଶ୍ଚିମ ଚମ୍ପାରଣର ଏକ ଛୋଟ ଗାଁରୁ ମୁମ୍ବାଇ ଯିବା ପଛରେ ମନୋଜଙ୍କ ପିତାଙ୍କର ବହୁତ ଭୂମିକା ରହିଥିବା ଗ୍ରାମବାସୀ କହିଛନ୍ତି।

ଏଏନ୍‌ଆଇର ଏକ ସାକ୍ଷାତକାରରେ ମନୋଜ କହିଥିଲେ ଯେ ତାଙ୍କ ପିତା ସବୁବେଳେ ତାଙ୍କୁ ପ୍ରଥମେ ପାଠ ଶେଷ କରିବାକୁ ଉପଦେଶ ଦେଉଥିଲେ। ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଗାଁରୁ ଦିଲ୍ଲୀ ଆସିଥିଲେ। ସେଠାରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ। ଏ ସବୁ ସେ ତାଙ୍କ ପିତାଙ୍କ ପାଇଁ ହିଁ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସେ ଚାହୁଁ ନ ଥିଲେ ଯେ ପାଠ ପଢ଼ା ଛାଡ଼ନ୍ତୁ ବୋଲି। ସେ ଚାହୁଁଥିଲେ ତାଙ୍କ ପିତାଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ। ତେଣୁ ସେ ପଢ଼ା ଶେଷ କରି ଡିଗ୍ରୀ ହାତେଇଥିବା କହିଥିଲେ।
Published by: Soumya Das
First published: October 3, 2021, 3:51 PM IST