ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର
News18 Odia Digital
ସେଲିବ୍ରେଟି ବିବାଦ ଭିତରେ ପୁଣି ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର। ଆମ ଦୁଇ ପରିବାର ଏକ ହୋଇଯାଉ ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ମଥ ମିଶ୍ର କହିଛନ୍ତି ମୁଁ ଓ ମୋ ପରିବାର ସମାଧାନ ଚାଁହୁଛୁ। ଝଡ଼ ଆସିଛି ପୁଣି ସବୁ ଠିକ ହୋଇଯିବ। ମୁଁ ଚାଁହୁଛି ବାବୁସାନଙ୍କ ପରିବାର ମଧ୍ୟ ଏକାଠି ହୋଇ ଯାଆନ୍ତୁ।
ଆଜି ସକାଳେ ଭାଇରାଲ ହୋଇଥିବା ଅଡ଼ିଓକୁ ନେଇ ସେ କହିଛନ୍ତି ଯେ ଏବାବଦରେ ପୋଲିସକୁ ଅବଗତ କରିଛନ୍ତି। ଆମ ଦୁଇ ପରିବାର ମଧ୍ୟ ଏକ ହେଉ ବୋଲି କହିଛନ୍ତି ମନ୍ମଥ।
ପୂର୍ବରୁ ପ୍ରକୃତିଙ୍କ ବାପା କହିଥିଲେ ବାବୁସାନ ତାଙ୍କ ପରିବାର ନିକଟକୁ ଫେରି ଯାଆନ୍ତୁ ଓ ଶାନ୍ତିରେ ରୁହନ୍ତୁ। ସୁଖରେ ସଂସାର କରନ୍ତୁ। ବାପା ହିସାବରେ ଏତିକି କହିବି। ଆଇନ ବାକି କାମ କରିବ। ଘଟଣା ଘଟିବା ପରେ ପ୍ରକୃତିଙ୍କ ଅନୁପସ୍ଥିତରେ ତାଙ୍କ ଝିଅକୁ ର୍ଦୁବ୍ଯବହାର କରିବା ନେଇ ଥାନାରେ ଅଭିଯୋଗ କରିଥିଲେ ମନ୍ମଥ ମିଶ୍ର ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।