News 18 Odia Digital
Telecast of Sooryavansham: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ(Amitabh Bachchan) ଆଜି ପର୍ଯ୍ୟନ୍ତ ଅନେକ ମହାନ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ଭାରତୀୟମାନେ ତାଙ୍କର ଗୋଟିଏ ଚଳଚ୍ଚିତ୍ରକୁ ନେଇ ଅତ୍ୟନ୍ତ ବିରକ୍ତ ହେବାକୁ ଲାଗିଛନ୍ତି। ବାସ୍ତବରେ, ଏଠାରେ ଆମେ ଅମିତାଭ ବଚ୍ଚନଙ୍କ 'ସୂର୍ଯ୍ୟବଂଶମ' ଫିଲ୍ମ ବିଷୟରେ କହୁଛୁ, ଯାହା ଗତ କିଛି ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିଲା। ତେବେ, ବର୍ତ୍ତମାନ ଜଣେ ବ୍ୟକ୍ତି ବାରମ୍ବାର ଏହି ଚଳଚ୍ଚିତ୍ର ଦେଖିବାରେ ଏତେ ହୋଇଛନ୍ତି ଯେ ସେ ଚ୍ୟାନେଲକୁ ଏକ ଲମ୍ବା ଚିଠି ଲେଖିଛନ୍ତି।
ବ୍ୟକ୍ତି ଜଣଙ୍କ ଟିଭି ଚ୍ୟାନେଲକୁ ଏକ ଚିଠି ଲେଖି କହିଥିଲେ, 'ଆମେ ଫିଲ୍ମର ପୁରା କାହାଣୀ ଜାଣିଯାଇଛୁ। ଆମେ ଏବଂ ଆମ ପରିବାର ହିରା ଠାକୁର ଏବଂ ତାଙ୍କ ପରିବାର (ରାଧା, ଗୌରୀ ଏବଂ ଅନ୍ୟମାନେ) ବହୁତ ଭଲ ଭାବରେ ଜାଣିଛୁ।
ସେହି ବ୍ୟକ୍ତି ଆହୁରି ଲେଖିଛନ୍ତି, 'ମୁଁ ତୁମ ଚ୍ୟାନେଲରୁ ଜାଣିବାକୁ ଚାହେଁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତୁମର ଚ୍ୟାନେଲ ଏହି ଚଳଚ୍ଚିତ୍ରକୁ କେତେଥର ଟେଲିକାଷ୍ଟ କରିଛି?' ବ୍ୟକ୍ତି ଜଣଙ୍କ ପଚାରିଥିଲେ ଯେ ଫିଲ୍ମକୁ ଆଉ କେତେଥର ଦେଖିବାକୁ ପଡିବ, 'ଏହି ଚଳଚ୍ଚିତ୍ର ଭବିଷ୍ୟତରେ ଆଉ କେତେଥର ପ୍ରସାରିତ ହେବ? ଯଦି ଏହା ଆମର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ ତେବେ ଏଥିପାଇଁ କିଏ ଦାୟୀ ରହିବ? ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଇଭିଭି ସତ୍ୟନାରାୟଣଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୧୯୯୯ ରେ ମୁକ୍ତିଲାଭ କରିଥିଲା। ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରରେ ଏକ ଡବଲ ଭୂମିକାରେ ନଜର ଆସିଥିଲେ। ସେମାନଙ୍କ ବ୍ୟତୀତ ଅଭିନେତ୍ରୀ ସୌନ୍ଦରିୟା, ରଚନା ବାନାର୍ଜୀ, ମୁକେଶ ଋଷି, ଅନୁପମ ଖେରଙ୍କ ଭଳି ତାରକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।