News18 Odia Digital
କୋଲକାତା: କରୋନାଙ୍କ ଛାୟା ଏହି ସମୟରେ ବଲିଉଡ ଉପରେ ଘୁରି ବୁଲୁଛି। ଅନେକ ବଲିଉଡ ସେଲିବ୍ରିଟି କରୋନା ପଜିଟିଭ୍ ହୋଇସାରିଲେଣି। ବର୍ତ୍ତମାନ ବଲିଉଡର କିଙ୍ଗ ଖାନ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହରୁଖ ଖାନଙ୍କ ଆରୋଗ୍ୟ କାମନା କରିଛନ୍ତି।
ସେ ଟ୍ୱିଟ୍ କରି ଶାହାରୁଖଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ତେବେ, ବର୍ତ୍ତମାନ ପର୍ଯ୍ୟନ୍ତ ଶାହାରୁଖଙ୍କ ଟିଏ ଓ ବିଏମସି ତାଙ୍କ କରୋନା ପଜିଟିଭ ବିଷୟରେ ଅଧିକାରୀକ ସୂଚନା ଦେଇନାହାଁନ୍ତି।
ମମତା ବାନାର୍ଜୀ ଟ୍ବିଟ କରି ଲେଖିଛନ୍ତି, ‘‘ମୁଁ ଜାଣିବାକୁ ପାଇଲି ଯେ ଆମର ବ୍ରାଣ୍ଡ ଆମ୍ବାସାଡର ଶାହାରୁଖ ଖାନ କୋଭିଡ ପଜିଟିଭ ହୋଇଛନ୍ତି। ସୁପରଷ୍ଟାରର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଶୀଘ୍ର ଭଲ ହୁଅ ଶାହାରୁଖ।’’
ଗତ ବର୍ଷ ଏପ୍ରିଲରେ, 'ପଠାନ'ର ସୁଟିଂ ସମୟରେ ସେଟରେ ଥିବା ଅନେକ ଲୋକ କରୋନା ପଜିଟିଭ୍ ହୋଇଥିଲେ।
ନୂଆ ଫିଲ୍ମର ଘୋଷଣାଶାହାରୁଖ ଖାନ ଶୁକ୍ରବାର ଦିନ ତାଙ୍କର ନୂଆ ଫିଲ୍ମ ‘ଯବାନ’ ଘୋଷଣା କରିଛନ୍ତି। ଅଟଲେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ। ଶାହାରୁଖଙ୍କ ସହ ଏହି ଫିଲ୍ମରେ ସାଉଥର ଫେମସ ଅଭିନେତ୍ରୀ ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିବେ। ଶାହାରୁଖ ‘ଯବାନ’ ଟିଜର ରିଲିଜ କରିଛନ୍ତି। ଏହି ଫିଲ୍ମଟି ଆସନ୍ତା ବର୍ଷ ଅନେକ ଭାଷାରେ ରିଲିଜ ହେବ।
ପ୍ରକାଶ ଥାଉକି ଶାହରୁଖଙ୍କ ପୂର୍ବରୁ ଅନେକ ସେଲିବ୍ରିଟି କରୋନାଙ୍କ ଅଧୀନରେ ଆସିଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଓ ଆଦିତ୍ୟ ରୟ କାପୁର ମଧ୍ୟ ଶନିବାର ଦିନ କରୋନା ପଜିଟିଭ୍ ବାହାରିଥିଲେ। କାର୍ତ୍ତିକ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ କରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।