ମମତା ବାନାର୍ଜୀ ମଞ୍ଚରେ ବାବୁଲ୍ ସୁପ୍ରିୟୋଙ୍କ ସହ ଦୁର୍ଗା ପୂଜା ଆଲବମର ଗୀତ ଗାଇଲେ – VIDEO

Mamata Banerjee sings song on stage, watch video | ‘ଜନନୀ’ ନାମକ ଗୀତ ଆଲବମରେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ଆଠଟି ଗୀତ ଅଛି । ସେଥିରୁ ଗୋଟିଏ ଗୀତ ମମତା ବାନାର୍ଜୀ ନିଜେ ଗାଇଛନ୍ତି ।

ମମତା ବାନାର୍ଜୀ ମଞ୍ଚରେ ଗୀତ ଗାଉଛନ୍ତି ।

ମମତା ବାନାର୍ଜୀ ମଞ୍ଚରେ ଗୀତ ଗାଉଛନ୍ତି ।

  • Share this:
News18 Odia Digital

କୋଲକାତା: ସେ ବହି ଲେଖିଛନ୍ତି, ସେ କବିତା ଲେଖିଛନ୍ତି, ସେ ଗୀତ ରଚନା କରିଛନ୍ତି, ସେ ଗୀତର ସୁର ବି କରିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅନେକ ଥର ଗୀତ ଗାଇଥିବାର ନଜର ଆସିଛନ୍ତି । ଏ ଥର ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ନିଜେ ଲେଖିଥିବା ଓ ସୁର ଦେଇଥିବା ଏକ ଗୀତ ଗାଇଛନ୍ତି (Mamata Banerjee sings song)। ନଜରୁଲ ମଞ୍ଚରେ ‘ଜାଗୋ ବାଂଲା’ର ଶାରଦୀୟ ସଂଖ୍ୟାର ପ୍ରକାଶନ ଉପଲକ୍ଷେ ସେ ଏହି ଗୀତଟି ଗାଇ ସମସ୍ତଙ୍କୁ ଶୁଣାଇଛନ୍ତି ।

ମମତା ବାନାର୍ଜୀଙ୍କ ସହ ମଞ୍ଚ ଉପରେ ଗୀତ ଗାଇଛନ୍ତି ଇନ୍ଦ୍ରନୀଲ ସେନ୍, ନଚିକେତା ଚକ୍ରବର୍ତ୍ତୀ ଓ ବାବୁଲ ସୁପ୍ରିଓ । ବୁଧବାର ଦିନ ଦୁର୍ଗା ପୂଜା ପକ୍ଷର ଆରମ୍ଭ ମହାଳୟାରୁ ହେଉଥିବା ବେଳେ ନଜରୁଲ ମଞ୍ଚରେ ରିଲିଜ୍ ହୋଇଛି ମମତା ବାନାର୍ଜୀଙ୍କ ଗୀତର ଏକ ଆଲବମ୍ (Mamata Banerjee Durga Puja Album) । ସେହି ଆଲବମର ନାଁ ହେଉଛି ‘ଜନନୀ’ । ଏହି ଆଲବମରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ଆଠଟି ଗୀତ ଅଛି । ଗୋଟିଏ ଗୀତ ମମତା ବାନାର୍ଜୀ ନିଜେ ଗାଇଛନ୍ତି ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ଏହି ଆଲବମର ମୁଖ୍ୟ ବିଷୟ ବସ୍ତୁ ହେଉଛି ମହିଳା ଶକ୍ତିର ପ୍ରତୀକମାନଙ୍କ ମଧ୍ୟରୁ ଦେବୀ ଦୁର୍ଗାଙ୍କ ଆହ୍ୱାନ ଓ ମହିଳାମାନଙ୍କର ଶକ୍ତି । ସେଥି ପାଇଁ ଗୀତରେ ବାରମ୍ବାର ମହିଳାମାନଙ୍କ ଶକ୍ତି ବିଷୟରେ ଉଲ୍ଲେଖ ରହିଛି । ବେଙ୍ଗଲର ମା’ ଓ ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବା ପାଇଁ ଯେଉଁ ଲକ୍ଷ୍ମୀ ଭଣ୍ଡାର ପ୍ରକଳ୍ପର ସୂଚନା ମମତା ଦେଇଥିଲେ, ସେହି ଗୀତରେ ତା’ର ଉଲ୍ଲେଖ ବି କରାଯାଇଛି । ମମତା ବାନାର୍ଜୀ ଆଲବମରେ ଥିବା ଆଠଟି ଗୀତ ମଧ୍ୟରୁ ଗୋଟିଏ ଗାଇଛନ୍ତି।

ମମତା ବାନାର୍ଜୀ ମଞ୍ଚରେ ଗୀତ ଗାଉଛନ୍ତି ।


ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ମୁଖ୍ୟ ମନ୍ତ୍ରୀଙ୍କ ବ୍ୟତୀତ ଇନ୍ଦ୍ରନୀଲ ସେନ୍, ନଚିକେତା, ଶ୍ରୀରାଧା ବନ୍ଦୋପାଧ୍ୟାୟ, ରୂପନକର, ମନୋମ ଭଟ୍ଟାଚାର୍ଯ୍ୟ, ଦେବଜ୍ୟୋତି ମିଶ୍ର ଓ ତ୍ରିଶା ଏହି ଆଲବମରେ ଗୀତ ଗାଇଛନ୍ତି । ଆଲବମ୍ ଆରମ୍ଭରେ ମମତା ବାନାର୍ଜୀଙ୍କ କଣ୍ଠରେ ରହିଛି ଦେବୀ ଦୁର୍ଗାଙ୍କର ସ୍ତୋତ୍ର ପାଠ ।



ମଞ୍ଚରେ ଗୀତ ଗାଇବା ପୂର୍ବରୁ ନିଜ ବକ୍ତବ୍ୟ ରଖି ମମତା ବାନାର୍ଜୀ କହିଛନ୍ତି, “ମୁଁ ଭବାନୀପୁରରେ ମତଦାନର ଗୋଟିଏ ଦିନ ପୂର୍ବରୁ ଇନ୍ଦ୍ରନୀଲ ସେନଙ୍କ ଘରେ ଏକାଠି ହୋଇଥିଲି। ନଚିକେତା ଆମ ସହିତ ଥିଲେ । ଭୋଟ୍ ପୂର୍ବରୁ ସେ ଦିନ ଆମେ ଗୀତ ପ୍ରସ୍ତୁତ କରିଥିଲୁ । ନଚିକେତା ମୋତେ ଗୀତ ଗାଇବାକୁ ବାଧ୍ୟ କରିଥିଲେ ।’’

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ



ଏହା ପୂର୍ବରୁ ପ୍ରତି ବର୍ଷ ମନ୍ତ୍ରୀ ଅରୁପ ବିଶ୍ୱାସଙ୍କ ସୁରୁଚି ସଙ୍ଘର ପୂଜାର ଥିମ୍ ଗୀତ ପ୍ରସ୍ତୁତ କରୁଥିଲେ ମମତା ବାନାର୍ଜୀ । କିନ୍ତୁ ଏ ଥର ବେଙ୍ଗଲର ଲୋକେ ତାଙ୍କ ନିଜ କଣ୍ଠରେ ଗୀତ ଶୁଣିପାରିବେ । ଏହା ଏହି ପୂଜାରେ ଏକ ମଜାଦାର ବିଷୟ ହେବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ବୁଧବାର ଅପରାହ୍ଣ ସାଢ଼େ ୩ଟା ବେଳେ ମମତା ବାନାର୍ଜୀ ‘ଜାଗୋ ବାଂଲା’ର ଫେଷ୍ଟିଭାଲ୍ ସଂଖ୍ୟାର ରିଲିଜ୍ ସମାରୋହରେ ପହଞ୍ଚିଥିଲେ । ସେତେବେଳେ କଳାକାର ତୃଶା ପାରୁଇ ନଜରୁଲ ମଞ୍ଚରେ ସଙ୍ଗୀତ ପରିବେଷଣ କରୁଥିଲେ । ମମତା ବାନାର୍ଜୀ ସେହି ଗୀତଟି ଶୁଣି ମମତା ବାନାର୍ଜୀ ଆୟୋଜକ କୁନାଲ ଘୋଷଙ୍କୁ ପୁଣି ଥରେ ସେହି ଗୀତଟି ଶୁଣାଇବାକୁ ଅନୁରୋଧ କରିଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିବା ବିହାରୀ ଛାତ୍ରକୁ ତାବନ୍ଧୁ ଛାତିରେ ଗୁଳି ମାରି ହତ୍ୟା କଲା

‘‘ଆବାର୍‌ ଜଖନ୍‌ ଦେଖା ହବେ ଏଇ ପୃଥିବୀର ମାଝେ…’’ ଗୀତଟି ମମତା ବାନାର୍ଜୀ ଲେଖିଛନ୍ତି । ଗୀତଟିକୁ ଗାଇଛନ୍ତି କଳାକାର ଶ୍ରୀରାଧା ବନ୍ଦୋପାଧ୍ୟାୟ । ମମତା ବାନାର୍ଜୀଙ୍କ ଲେଖା ଗୋଟିଏ ପରେ ଗୋଟିଏ ଗୀତ ପରିବେଷିତ ହେଉଥିବା ବେଳେ ମଞ୍ଚରେ ମମତାଙ୍କ ପାଖରେ ବସିଥିଲେ ଗାୟକ ନଚିକେତା ଚକ୍ରବର୍ତ୍ତୀ । ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ‘‘ମାଟିର୍‌ ଛୋଟ୍ଟୋ କୁଟିରେ, ଆମାର୍‌ ସ୍ୱପ୍ନ ଦେଖାର୍‌ ଭୋରେ’’ ଗୀତଟିକୁ ରାଜ୍ୟ ମନ୍ତ୍ରୀ ଇନ୍ଦ୍ରନୀଲ ସେନ୍ ଗାଇଛନ୍ତି ।
Published by:Anand S.T. Das
First published: