- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ତାଙ୍କର ଆଗାମୀ ଶୋ 'ମୁଭିଙ୍ଗ ଇନ୍ ମଲାଇକା' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଶୋ ଆରମ୍ଭ ହେବା ପୂର୍ବରୁ ସେ ଏହାର ଏକ ମଜାଦାର କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଅଭିନୟ କ୍ୟାରିୟରକୁ ନେଇ କିଛି କହୁଥିବା ଦେଖିବାକୁ ମିଳିଛି।
ଭିଡିଓ ମାଧ୍ୟମରେ ସେ ନିଜ କ୍ୟାରିୟର ଏବଂ ଜୀବନ ସମସ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି। ପ୍ରୋମୋ ଭିଡିଓ ସାମ୍ନାକୁ ଆସିବା ପରେ ଦର୍ଶକମାନେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏହି କ୍ଲିପ୍ରେ ସେ ଏକ ସିଲ୍ଭର ଚମକଦାର ଡ୍ରେସ ରେ ନଜର ଆସିଛନ୍ତି। ଦର୍ଶକମାନେ ଏହି ଶୋରେ ମଲାଇକାଙ୍କ ଜୀବନର ରୋଲର କୋଷ୍ଟର ଯାତ୍ରା ଦେଖିବାତ୍କୁ ପାଇବେ।
ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ପ୍ରୋମୋ ଭିଡିଓ ଉପରେ ପ୍ରତିକ୍ରିୟା ରଖି ଜଣେ ମଲାଇକା ପ୍ରଶଂସକ ଲେଖିଛନ୍ତି," ଆରେ ୟାର"। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ମଲାଇକାଙ୍କୁ ଦେଖିବା ପାଇଁ ୧ ବର୍ଷର ହଟଷ୍ଟାର ସବକ୍ରିପ୍ସନ ପାଇବା ସମୟ ଆସିଛି। 'ମୁଭିଙ୍ଗ୍ ଇନ୍ ୱିଥ୍ ମଲାଇକା' ଡିସେମ୍ବର ୫ ରେ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବ। ଏହି ଶୋ ମାଧ୍ୟମରେ ମଲାଇକା ଆରୋରା ତାଙ୍କର OTT ଡେବ୍ୟୁ କରିବେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।