ଟାଇଟ ଟପ୍ ଓ ଛୋଟ ପ୍ୟାଣ୍ଟ ମଲାଇକାଙ୍କୁ କଲା ହଇରାଣ; ଭାଇରାଲ ହେଲା ଭିଡିଓ

Malaika Arora Video: ମଲାଇକା ଆରୋରାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଜିମ୍ ଲୁକରେ ଦେଖିବାକୁ ମିଳୁଛି। ଆଉ ଏହି ସମୟରେ ସେ ଓପ୍ସ ମୋମେଣ୍ଟର ଶିକାର ହୋଇଥିଲେ।

ଟାଇଟ ଟପ୍ ଓ ଛୋଟ ପ୍ୟାଣ୍ଟ ମଲାଇକାଙ୍କୁ କଲା ହଇରାଣ

ଟାଇଟ ଟପ୍ ଓ ଛୋଟ ପ୍ୟାଣ୍ଟ ମଲାଇକାଙ୍କୁ କଲା ହଇରାଣ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର ସେକ୍ସି ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା। ତାଙ୍କ ଲୁକ୍ସକୁ ନେଇ ସେ ପ୍ରତିଦିନ ଚର୍ଚ୍ଚାରେ ରୁହନ୍ତି। ହେଲେ ଯେଉଁ ଲୁକରେ ତାଙ୍କୁ ପ୍ରାୟତଃ ଦେଖିବାକୁ ମିଳେ ତାହା ହେଉଛି ତାଙ୍କ ଜିମ୍ ଲୁକ୍।

ତାଙ୍କୁ ପ୍ରାୟତଃ ଷ୍ଟାଇଲିସ୍ ଜିମ୍ ଆଉଟଫିଟରେ ଦେଖିବାକୁ ମିଳେ। କିନ୍ତୁ ନିକଟରେ ତାଙ୍କର ଏପରି ଜିମ୍ ଲୁକ୍ ସାମ୍ନାକୁ ଆସିଛି। ଏହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଲାଇକା ଆରୋରା ଜିମ୍ ଲୁକରେ ଏତେ ଛୋଟ ସର୍ଟ ପିନ୍ଧିଥିଲେ ଯେ ତାଙ୍କୁ ଓପ୍ସ ମୋମେଣ୍ଟର ଶିକାର ହେବାକୁ ପଡ଼ିଥିଲା।

ମଲାଇକାଙ୍କ ଓପ୍ସ ମୋମେଣ୍ଟ

ନିକଟରେ ମଲାଇକା ତାଙ୍କର ଏପରି ଏକ ଆଉଟଫିଟ୍ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଥିଲେ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଜିମ୍ ସର୍ଟରେ ନଜର ଆସୁଛନ୍ତି। ଏହି ଅସୁବିଧାରେ ସେ କ୍ୟାମେରା ଆଗରେ କିଛି କରିଥିଲେ ଯାହା ହେତୁ ସେ ଓପ୍ସ ମୋମେଣ୍ଟର ଶିକାର ହୋଇଥିଲେ। ବର୍ତ୍ତମାନ ମଲାଇକାଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି।




ମଲାଇକାଙ୍କ ଜିମ୍ ଲୁକ୍

ନିକଟରେ ମଲାଇକାଙ୍କୁ ଜିମ୍ ବାହାରେ ମିଡ଼ିଆ କ୍ୟାମେରା କଏଦ କରିଥିଲା। ଏହି ସମୟରେ ସେ ହଳଦିଆ ରଙ୍ଗର ଟ୍ୟାଙ୍କ ଟପ୍ ସହ ମେଳ ଖାଉଥିବା ସର୍ଟ ପିନ୍ଧିଥିବାର ନଜର ଆସିଥିଲେ। ସେ ନିଜ ପୋଷାକ ସହିତ ପୋଲୋ କ୍ୟାପ୍ ମଧ୍ୟ ପିନ୍ଧିଥିଲେ। ମେଳ ଖାଉଥିବା ଚପଲ ପିନ୍ଧି ପାଣି ବୋତଲ ଓ ଫୋନ ଧରି ମଲାଇକା ମିଡ଼ିଆ କ୍ୟାମେରା ସାମ୍ନାରେ ଆସିଥିଲେ। ଏହି ସମୟରେ, ସେ ତାଙ୍କର ଯୋଗ କ୍ଲାସ ଆଡକୁ ଯାଉଥିଲେ ଯାହା ହଠାତ୍ ସେ ତାଙ୍କ ସର୍ଟ୍ସକୁ ନେଇ ଅସହଜ ହୋଇପଡ଼ିଥିଲା ​​ଓ ତାଙ୍କ ହାତରେ ପ୍ୟାଣ୍ଟ ଟାଣିବାକୁ ଚେଷ୍ଟା କରୁଥିବାର ନଜର ଆସିଥିଲେ। ଆଉ ତାଙ୍କର ଓପ୍ସ ମୋମେଣ୍ଟ କ୍ୟାମେରାରେ କଏଦ ହୋଇଥିଲା।

ଫ୍ୟାନ୍ସ ତାଙ୍କ ଲୁକ୍ସକୁ ନେଇ କ୍ରେଜି

ମଲାଇକର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଗୋଟିଏ ପଟେ ଫ୍ୟାନ୍ସ ତାଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି ସେଠାରେ କିଛି ଟ୍ରୋଲର୍ସ ତାଙ୍କୁ ବର୍ତ୍ତମାନ ଟ୍ରୋଲ କରିବାରେ ଲାଗିଛନ୍ତି। ପ୍ରକାଶ ଥାଉକି ଏହାପୂର୍ବରୁ ତାଙ୍କ ଚାଲିକୁ ନେଇ ଅନେକ ସମାଲୋଚନା କରାଯାଇଥିଲା। ସୋସିଆଲ ମିଡ଼ିଆରେ ତାଙ୍କୁ ଅନେକ ଟ୍ରୋଲର୍ସଙ୍କ ସାମ୍ନା କରିବାକୁ ମଧ୍ୟ ପଡ଼ିଥିଲା।
Published by:Lipina Das
First published: