'ବିଗ୍ ବସ୍ ଓଟିଟି' ଘରର ତାପମାତ୍ରା ବଢ଼େଇବେ ପରମ ସୁନ୍ଦରୀ ମଲାଇକା; ଡ୍ୟାନ୍ସ ଦ୍ୱାରା ଶୋ’ରେ ଲଗାଇବେ ତଡ଼କା

ବିଗ ବସ ପ୍ଲାଟଫର୍ମର ମାହୋଲ ଗରମ କରିବାକୁ ମଲାଇକା ରବିବାର ନିଜର ଝଲକ ଦେଖାଇବେ । ଏହାକୁ ନେଇ କରନ ଜୋହର ପୋଷ୍ଟ କରିଥିବା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ବିଗ ବସ ଘରେ ତଡ଼କା ଲଗାଇବେ ମଲାଇକା (ପ୍ରତୀକାତ୍ମକ ଛବି)

ବିଗ ବସ ଘରେ ତଡ଼କା ଲଗାଇବେ ମଲାଇକା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: 'ବିଗ୍ ବସ୍ ଓଟିଟି' ଆଜି ରାତି ୮ ଟାରୁ ଭୁଟ ଆପରେ ପ୍ରଦର୍ଶିତ ହେବ। ରବିବାର ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଛି। କରଣ ଜୋହର ଏହି ଶୋ’ର ହୋଷ୍ଟ କରୁଛନ୍ତି। ଶୋ’ର ପ୍ରୋମରେ ସେ କହିଥିଲେ ଯେ ଏଥର ବିଗ ବସରେ ହଟନେସର ତଡ଼କା ଲାଗିବ ଓ ଆମେ ଏହାର ପ୍ରଥମ ଝଲକ ମଧ୍ୟ ପାଇଛୁ। ବିଗ ବସର ପ୍ରିମିୟମ ରାତିରେ ପରମ ସୁନ୍ଦରୀ ମଲାଇକା ଅରୋରା ତାଙ୍କ ଡ୍ୟାନ୍ସ ଦ୍ୱାରା ଶୋ’ରେ ଗ୍ଲାମର ତଡ଼କା ଲଗେଇବାର ନଜର ଆସିବେ ।

ଆଜି ରାତି ୮ଟାରୁ ଆରମ୍ଭ ହେବାକୁଥିବା 'ବିଗ ବସ ଓଟିଟି'ରେ ମଲାଇକା ଅରୋରା ତାଙ୍କ ଚମତ୍କାର ପ୍ରଦର୍ଶନ ଦ୍ୱାରା ସେଟର ତାପମାତ୍ରା ବଢ଼ାଇବା ନେଇ ନଜର ଆସିବେ। ଆଜି ରାତିରେ ସେ ‘ପରମ ସୁନ୍ଦରୀ’ ଗୀତରେ ନାଚୁଥିବା ନଜର ଆସିବେ। ଏହି ସମୟରେ  ମଲାଇକା ବହୁତ ହଟ ଓ ସୁନ୍ଦର ଦେଖାଯାଉଛନ୍ତି। ମଲାଇକା ଏକ ଧଳା ରଙ୍ଗର ଶାଢ଼ୀ ଓ ବ୍ୟାକଲେସ ବ୍ଲାଉଜରେ ହଇଚଇ ସୃଷ୍ଟି କରୁଛନ୍ତି। ତାଙ୍କ ଅଙ୍ଗଭଙ୍ଗୀ ଦେଖି ସମସ୍ତେ ବିମୋହିତ ହୋଇଯାଉଛନ୍ତି। ଶୋ’ର ଆରମ୍ଭରେ ମଲାଇକା ନିଷ୍ପତ୍ତି ନେଇଥିଲେ ଯେ ଏଥର ଶୋ’ରେ ବହୁତ ଗ୍ଲାମର ଦେଖିବାକୁ ମିଳିବ।

କିଛି ସମୟ ପୂର୍ବରୁ କରନ ଜୋହର ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଘରର ପ୍ରତ୍ୟେକ କୋଣ ଦେଖାଉଛନ୍ତି। ଭିଡ଼ିଓରେ, ଆପଣ ଦେଖିପାରିବେ ଯେ କରଣ ଜୋହର ତାଙ୍କର ସବୁବେଳର ପ୍ରିୟ ଗୀତ 'କଭି ଖୁସୀ କଭି ଗମ'ର ଟାଇଟଲ ଟ୍ରାକ ସହିତ ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।

ଏହା ପୂର୍ବରୁ ବିଗ ବସ ଓଟିଟିର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। କିନ୍ତୁ ଏଥର ବିଗ ବସଙ୍କ ଘର ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଏହି ଭିଡ଼ିଓରେ କରନ ଘରର ପ୍ରତ୍ୟେକ କୋଣ ଦେଖାଇଛନ୍ତି। ଏଥର ନୂଆ ଘରର ଡିଜାଇନ ବହୁତ ସୁନ୍ଦର ଦେଖାଯାଉଛି, ବସିବା ବ୍ୟବସ୍ଥା ଓ ଆସବାବପତ୍ର ମଧ୍ୟ ବହୁତ ଚମତ୍କାର ଦେଖାଯାଉଛି। ରୋଷେଇ ଘର, ଭୋଜନ ଜାଗା, ଉଦ୍ୟାନ ସବୁକିଛି ବହୁତ ରଙ୍ଗୀନ ଦେଖାଯାଉଛି।
Published by:Soumya Das
First published: