କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ ଦୀକ୍ଷିତ ! ବିବାହ କରିବାକୁ ବି ଚାହୁଁଥିଲେ, କିନ୍ତୁ...

ଆପଣ ଜାଣନ୍ତି କି ? ମାଧୁରୀ ଦୀକ୍ଷିତ ଜଣେ ପ୍ରସିଦ୍ଧ କ୍ରିକେଟରଙ୍କୁ ପ୍ରେମ କରିବସିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ ଦୀକ୍ଷିତ ! ବିବାହ କରିବାକୁ ବି ଚାହୁଁଥିଲେ, କିନ୍ତୁ...

କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ ଦୀକ୍ଷିତ ! ବିବାହ କରିବାକୁ ବି ଚାହୁଁଥିଲେ, କିନ୍ତୁ...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ୯୦ ଦଶକରେ ମାଧୁରୀ ଦୀକ୍ଷିତ (madhuri dixit)ଙ୍କ କ୍ୟାରିୟର ସବୁଠୁ ଚର୍ଚ୍ଚାରେ ଥିଲା। ଲୋକମାନେ ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ସୌନ୍ଦର୍ଯ୍ୟର ମଧ୍ୟ ବଡ଼ ପ୍ରଶଂସକ ଥିଲେ । ଅଭିନେତ୍ରୀଙ୍କ ଜୀବନରେ ଧନ, ଖ୍ୟାତି ଓ ପ୍ରଶଂସକଙ୍କ ଅଭାବ ନଥିଲା । ସେହି ସମୟରେ, ସହ-ଅଭିନେତାମାନଙ୍କ ସହ ଆଫେୟର ଅତି ସାଧାରଣ କଥା ଥିଲା, କିନ୍ତୁ ମାଧୁରୀ ଦୀକ୍ଷିତ ଜଣେ ପ୍ରସିଦ୍ଧ କ୍ରିକେଟରଙ୍କୁ ପ୍ରେମ (love) କରିବସିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ମାଧୁରୀ ଦୀକ୍ଷିତ କ୍ରିକେଟର (cricketer) ଅଜୟ ଜାଡେଜାଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଏକ ବିଜ୍ଞାପନର (advertisement) ସୁଟିଂ ସମୟରେ ମାଧୁରୀ ଓ ଅଜୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ତା’ପରେ ଉଭୟଙ୍କ ରୋମାଣ୍ଟିକ୍ ଫଟୋ (romantic photo) ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି କୁହାଯାଇଥିଲା ଯେ, ମାଧୁରୀ ଅଜୟ ଜାଡେଜାଙ୍କୁ ଚଳଚ୍ଚିତ୍ରରେ (film) ସୁଯୋଗ ଦେବା ପାଇଁ ନିର୍ଦ୍ଦେଶକମାନଙ୍କୁ ସୁପାରିଶ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଅଜୟ ଜାଡେଜା ଫିଲ୍ମରେ ନାମ ଅର୍ଜନ କରିବାକୁ ଚାହୁଁଥିଲେ।

ମାଧୁରୀ ଓ ଅଜୟଙ୍କ ପ୍ରେମ କାହାଣୀ ଅଧାରେ ରହିଗଲା

ମାଧୁରୀ ଓ ଅଜୟ ଜାଡେଜାଙ୍କ ପ୍ରେମ କାହାଣୀର ଶେଷ ଭଲ ନଥିଲା । ଉଭୟଙ୍କ ଜୀବନରେ, ପରିବାର ଓ ପରିସ୍ଥିତି ବେଳେବେଳେ ବାଧା ସୃଷ୍ଟି କରି ଚାଲିଥିଲା ​​। କାରଣ ଅଜୟ ଜାଡେଜା ଏକ ରାଜ ପରିବାରର ଥିଲେ, ଆଉ ମାଧୁରୀ ଦୀକ୍ଷିତ ଏକ ସାଧାରଣ ପରିବାରର ଥିଲେ । ପରିବାର ମଧ୍ୟରେ ଝଗଡା କମିବା ପୂର୍ବରୁ ମଧ୍ୟ ଅଜୟ ଜାଡେଜାଙ୍କ କ୍ୟାରିୟର ବିପଦରେ ଥିଲା । ତାଙ୍କୁ ମହମ୍ମଦ ଅଜହରୁଦ୍ଦିନଙ୍କ ସହ ମ୍ୟାଚ୍ ଫିକ୍ସିଂ ଅଭିଯୋଗର ସାମ୍ନା କରିବାକୁ ପଡିଥିଲା । ତାଙ୍କୁ ବର୍ଷେ ପାଇଁ ବାରଣ କରାଯାଇଥିଲା ।

ମାଧୁରୀ ଦୀକ୍ଷିତଙ୍କ ପରିବାର ମଧ୍ୟ ସେମାନଙ୍କ ପ୍ରେମ ବିରୋଧରେ ଥିଲେ

ଯେତେବେଳେ ଅଜୟ ଜାଡେଜାଙ୍କ ଲୋକପ୍ରିୟତା କମିଲା ସେହି ସମୟରେ ମାଧୁରୀ ଦୀକ୍ଷିତଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିଥିଲେ । କିଛି ବର୍ଷ ପରେ ମାଧୁରୀ ଦୀକ୍ଷିତ ଡ. ଶ୍ରୀରାମ ନେନେଙ୍କୁ ଭେଟିରେ ତାଙ୍କୁ ନିଜର ଜୀବନସାଥୀ କରି ଆମେରିକାରେ ପଳାଇଥିଲେ । ଆଜି ଏହି ଦମ୍ପତିଙ୍କର ଦୁଇ ଜଣ ପୁଅ ଅଛନ୍ତି । ପ୍ରଥମ ପୁଅ ଅରିନ୍ ୨୦୦୩ ରେ ଜନ୍ମ ହୋଇଥିବାବେଳେ ଦ୍ୱିତୀୟ ପୁଅ ରିଆନ୍ ୨୦୦୫ ରେ ଜନ୍ମଗ୍ରହଣ କରିଥିଲେ ।

ଏହି ଖବର ପଢ଼ନ୍ତୁ -  ମୋବାଇଲ ସ୍କ୍ରିନରୁ ହଟିବେ ପିଲା: ଡିଜିଟାଲ ନୁହେଁ ଫିଜିକାଲ ଗେମ୍ ଉପରେ ଫୋକସ୍
Published by:Soubhagya Mishra
First published: