ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»‘ମେଁ ତେନୁ ଫିର୍ ମିଲାଙ୍ଗି’ କବିତା; ଭାଇରାଲ ହେଉଛି ଛୋଟୀ ଅମୃତା ପ୍ରିତମଙ୍କ ମଧୁର ସ୍ୱର

‘ମେଁ ତେନୁ ଫିର୍ ମିଲାଙ୍ଗି’ କବିତା; ଭାଇରାଲ ହେଉଛି ଛୋଟୀ ଅମୃତା ପ୍ରିତମଙ୍କ ମଧୁର ସ୍ୱର

ଅମୃତା ପ୍ରୀତମଙ୍କ କବିତା ‘ମେଁ ତେନୁ ଫିର୍ ମିଲାଙ୍ଗି’କୁ ନେଇ ଅନେକ ରିଲ ଓ ଭିଡ଼ିଓ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏକ ଛୋଟ ଝିଅ ମଧ୍ୟ ତା’ର ମଧୁର ସ୍ୱରରେ ଏହି କବିତାକୁ ଶୁଣାଉଥିବା ଦେଖାଯାଉଛି।

‘ମେଁ ତେନୁ ଫିର୍ ମିଲାଙ୍ଗି’ କବିତା; ଭାଇରାଲ ହେଉଛି ଛୋଟୀ ଅମୃତା ପ୍ରିତମଙ୍କ ମଧୁର ସ୍ୱର
ବର୍ତ୍ତମାନ ଏକ ଛୋଟ ଝିଅ ମଧ୍ୟ ତା’ର ମଧୁର ସ୍ୱର ମିଡିଆରେ ଭାଇରାଲ ହେଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 10, 2021, 1:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ: ଅମୃତା ପ୍ରୀତମଙ୍କ କବିତା ‘ମେଁ ତେନୁ ଫିର୍‌ ମିଲାଙ୍ଗି’କୁ ନେଇ ଅନେକ ରିଲ ଓ ଭିଡ଼ିଓ ସାମ୍ନାକୁ ଆସୁଛି । ଏହି କବିତାଟିକୁ ପୂର୍ବରୁ ନାଟକ ଆକାରରେ ପ୍ରଦର୍ଶିତ ହୋଇଛି ଓ ଏହାର ପଂକ୍ତିଗୁଡିକୁ ମଧ୍ୟ ଚଳଚ୍ଚିତ୍ର ଓ ଗୀତରେ ମଧ୍ୟ ଯୋଡା ଯାଇଛି । ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ତାଙ୍କ ଚଳଚ୍ଚିତ୍ର ‘ମନମର୍ଜିଆ’ରେ ଏହି କବିତାର କିଛି ପଂକ୍ତିକୁ ଦୋହରାଇ ଥିଲେ, ଯାହା ଅତ୍ୟନ୍ତ ଚମତ୍କାର ଥିଲା।

ଏବେ ଏହି କଥା ପଡିବାର କାରଣ ହେଉଛି ବର୍ତ୍ତମାନ ଏକ ଛୋଟ ଝିଅ ମଧ୍ୟ ତା’ର ମଧୁର ସ୍ୱରରେ ଏହି କବିତାକୁ ଶୁଣାଉଥିବା ଦେଖାଯାଉଛି। ଏବେ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଭିଡିଓକୁ ଇଣ୍ଟର୍‌ନେଟ୍‌ରେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

ତେବେ ଏହି ଭାଇରାଲ୍ ଗାର୍ଲ ସୋସିଆଲ୍ ମିଡିଆରେ ନୂଆ ନୁହନ୍ତି। ତାଙ୍କ ନାମ କିୟାରା ଖାନ୍ନା ହୋଇଥିବା ବେଳେ ସେ ଏହା ପୂର୍ବରୁ ମଧ୍ୟ ଭାଇରାଲ ହୋଇସାରିଛନ୍ତି। ତାଙ୍କର କିୟାରା ଆଡଭାନୀକୁ ନେଇ ପୂର୍ବରୁ ପୋଷ୍ଟ୍ ହୋଇଥିବା ଆଉ ଏକ ଭିଡିଓ ଏବେ ବି ଭାଇରାଲ ହେଉଛି। କିଛି ଦିନ ପୂର୍ବରୁ ସେ ‘ଶେରଶାହ’ର କିଆରା ଆଡଭାନୀଙ୍କ ଏକ ସଂଳାପକୁ କପି କରିଥିଲେ ଏବଂ ଏହି କ୍ଲିପ୍‌କୁ ସିଦ୍ଧାର୍ଥ ମଲ୍‌ହୋତ୍ରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିଥିଲେ।ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓରେ କିୟାରା ଖାନ୍ନା ତାପସୀ ପନ୍ନୁଙ୍କ ଭଏସ୍ ଓଭର କରି କବିତା ପାଠ କରୁଥିବା ଦେଖିବାକୁ ମିଳେ। ତାଙ୍କର ଭାବଭଙ୍ଗୀ ମଧ୍ୟ ଖୁବ ଚମତ୍କାର। ଏହି ଭିଡିଓଟିକୁ ଦେଖିବା ପରେ ଲୋକମାନେ ଏହାକୁ ପ୍ରଶଂସା ନକରି ନିଜକୁ ଅଟକାଇ ପାରିବେ ନାହିଁ। ଗୋଲାପୀ ସାଲ୍‌ୱାର କାମିଜ୍ ପିନ୍ଧିଥିବା ଏହି ଝିଅର କ୍ଲିପ୍ ସୋସିଆଲ୍ ମିଡିଆରେ ହୃଦୟ କିଣିବାରେ ଲାଗିଛି।

ଲୋକମାନେ ଏହି ଭିଡିଓରେ ଅନେକ ସୁନ୍ଦର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି - "ସୁପର ପ୍ରତିଭାଶାଳୀ"। ସେହିପରି ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଯେ ଏହା ହେଉଛି ସବୁଠାରୁ ବଡ ସଂସ୍କରଣ।
Published by: Soumya Das
First published: November 10, 2021, 1:24 PM IST