Ranveer Singh photoshoot: କିଏ ଏହି ଆଶିଷ ଶାହ? ରଣବୀରଙ୍କ କରିଛନ୍ତି ଫଟୋ ସୁଟ

ରଣବୀର ସିଂଙ୍କ ବୋଲ୍ଡ ଫଟୋସୁଟ ଏବେ ଚର୍ଚ୍ଚା ବିଷୟ ପାଲଟିଛି। ତେବେ ଆସନ୍ତୁ ତାଙ୍କ ଏହି ନ୍ୟୁଡ୍ ଫଟୋ ସୁଟ କରିଥିବା ଫଟୋଗ୍ରାଫର ଆଶିଷ ଶାହଙ୍କ ବିଷୟରେ ଜାଣିବା।

ରଣବୀର ସିଂ (ପ୍ରତୀକାତ୍ମକ ଛବି)

ରଣବୀର ସିଂ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

Ranveer Singh photoshoot: ବଲିଉଡ ଅଭିନେତା ରଣବୀର ସିଂଙ୍କ  ବୋଲ୍ଡ ଫଟୋସୁଟ ବିଷୟରେ ଆଜିକାଲି ବେଶ୍  ଆଲୋଚନା ଚାଲିଛି। ଏଥିପାଇଁ ତାଙ୍କୁ ଲୋକଙ୍କ ଠାରୁ ଅନେକ ସମାଲୋଚନାର ସାମ୍ନା କରିବାକୁ ମଧ୍ୟ ପଡୁଛି। ଏପରିକି ଲୋକ ରଣବିରୀଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ରଣବୀର ସିଂ ଏହି ଫଟୋ ସୁଟ ଏକ ମାଗାଜିନ ପାଇଁ କରିଛନ୍ତି।

ଫଟୋ ସୋସିଆଲ ମିଡ଼ିଆରେ ଆସିବା ପରଠାରୁ ଏହି ଫଟୋ ସୁଟ ଆଲୋଚନାର ବିଷୟ ପାଲଟିଛି। ଅଧିକାଂଶ ଲୋକ ଜାଣିବାକୁ ଚାହାଁନ୍ତି ଏହି ପୂରା ଫଟୋ ସୁଟ ପଛରେ କିଏ ଅଛନ୍ତି? କେଉଁ ଫଟୋଗ୍ରାଫର ରଣବୀର ସିଂଙ୍କ ଏହି ଫଟୋସୁଟ୍ କରିଛନ୍ତି?

ରଣବୀରଙ୍କ ଏହି ଫଟୋ ସୁଟ୍ ସେଲିବ୍ରିଟି ଫଟୋଗ୍ରାଫର ଆଶିଷ ଶାହଙ୍କ ଦ୍ୱାରା ଉଠା ଯାଇଛି। ସେ  ଡେରାଡୁନର ବାସିନ୍ଦା। ପ୍ରତିବର୍ଷ ବ୍ରିଟିଶ୍ ଜର୍ଣ୍ଣାଲ ଅଫ୍ ଫଟୋଗ୍ରାଫିରେ ୨୦ଟି ମନୋନୀତ ଭଲ ଫଟୋଗ୍ରାଫରଙ୍କ ତାଲିକା ପ୍ରକାଶ କରେ। ଏହି ତାଲିକାରେ ଆଶିଷ ଶାହଙ୍କ ନାମ ମଧ୍ୟ ସ୍ଥାନ ପାଇଛି। ଆଶିଷଙ୍କ ଫଟୋଗ୍ରାଫିର ବିଶେଷତ୍ୱ ​​ହେଉଛି ସୁନ୍ଦର ସହିତ ତାଙ୍କ ଫଟୋ ଦେଶୀ ଶୈଳୀର ଉଠାନ୍ତି। ସେଥି ପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି।  ତେଣୁ ଏହି ଫଟୋ ସୁଟ୍ ବ୍ରିଟିଶ୍ ଜର୍ଣ୍ଣାଲ ଅଫ୍ ମାଗାଜିନ ପାଇଁ କରିଛନ୍ତି ବୋଲି ସେ କହିଛନ୍ତି।
Published by:Sujit Swain
First published: