ବାବୁସାନଙ୍କ ସହ ଲେସଲି ତ୍ରୀପାଠି; ଯୋଡ଼ିକୁ ନେଇ ଚର୍ଚ୍ଚା

ଦିନେ ଆଲବମ ଓ ନିଜ ଅଭିନୟ ପାଇଁ ଓଡ଼ିଶାରେ ବେଶ୍ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ଲେସଲି । ଦର୍ଶକମାନେ ଏବେ ବି ଅପେକ୍ଷା କରିଛନ୍ତି ଲେସଲିଙ୍କ ଆଗମନକୁ । ତେବେ ବାବୁସାନଙ୍କ ସହ ନଜର ଆସିବେ କି ଲେସଲି ?

ବାବୁସାନଙ୍କ ସହ ଲେସଲି ତ୍ରୀପାଠି; ଯୋଡ଼ିକୁ ନେଇ ଚର୍ଚ୍ଚା

ବାବୁସାନଙ୍କ ସହ ଲେସଲି ତ୍ରୀପାଠି; ଯୋଡ଼ିକୁ ନେଇ ଚର୍ଚ୍ଚା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କିଛି ବର୍ଷ ପୂର୍ବରୁ ଅଭିନେତ୍ରୀ ଲେସଲି ତ୍ରୀପାଠି ଓଡ଼ିଆ ଆଲବମ ତଥା ଅଭିନୟ ଜଗତରେ ଖୁବ ଚର୍ଚ୍ଚିତ ଥିଲେ । ଅନେକ ନାୟକଙ୍କ ସହ ଅଭିନୟ କରି ଓଡ଼ିଆ ମନୋରଞ୍ଜନ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ କାରଣ ପାଇଁ ଲେସଲି ରାଜ୍ୟ ବାହାରେ ରହିବାକୁ ପସନ୍ଦ କଲେ । ତେଣୁ କିଛି ବର୍ଷ ହେବ ଲେସଲିଙ୍କୁ ଆଉ ଓଡ଼ିଆ ମ୍ୟୁଜିକ ଭିଡିଓ କିମ୍ୱା ସିନେମାରେ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଲେସଲି ମୁମ୍ୱାଇରେ ରହି ହିନ୍ଦୀ ସମେତ ଅନ୍ୟ ଆ଼ଞ୍ଚଳିକ ଭାଷା ଗୁଡିକରେ ସିନେମା ଏବଂ ଅନ୍ୟ କାର୍ଯ୍ୟକ୍ରମ କରୁଛନ୍ତି । ଅନେକ ବଡ଼ ବଡ଼ ଷ୍ଟେଜ୍ ପୋଗ୍ରାମରେ ମଧ୍ୟ ଲେସଲିଙ୍କୁ ଦେଖିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ ଲେସଲିଙ୍କୁ ନେଇ ଓଡ଼ିଶାରେ ପୁଣି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।

ନିଜ ଅଭିନୟରେ ଓଡ଼ିଆ ଦର୍ଶକଙ୍କୁ ମତୁଆଲା କରିଥିବା ଅଭିନେତ୍ରୀ ଲେସଲିଙ୍କୁ ତାଙ୍କ ଫ୍ୟାନମାନେ ଏବେ ବି ଖୋଜୁଛନ୍ତି । ଯାହାର ସ୍କ୍ରିନସଟ୍ ଲେସଲି ତ୍ରୀପାଠି ନିଜେ ସୋସିଆଲ ମିଡିଆରେ  ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଲେଲସିଙ୍କୁ ଟ୍ୟାଗ କରି ରବିନ୍ଦ୍ର ପରିଡା ନାମକ ଜଣେ ବ୍ୟକ୍ତି କିଛି କଥା ଲେଖିଛନ୍ତି । ପୋଷ୍ଟରେ ଉତ୍ତମ ମହାନ୍ତିଙ୍କ ସହ ଲେସଲିଙ୍କର ଏକ ଫଟୋ ରହିଛି । ରବିନ୍ଦ୍ରଙ୍କ କହିବା କଥା ହେଉଛି ଯେ, ମୁଁ ବହୁତ ଦିନ ପରେ ଏକ ପୁରୁଣା ଗୀତ ଦେଖିଲି । ଗୀତଟି ହେଉଛି ଉତ୍ତମ ମହାନ୍ତିଙ୍କ ସହ ଲେସଲିଙ୍କର ଏକ ଝିଅ ବିଦା ବେଳର ଗୀତ । ଏହାସହ ରବିନ୍ଦ୍ର କହିଛନ୍ତି, ଲେସଲି ଆପଣ ଜଣେ ଭଲ ଅଭିନେତ୍ରୀ । ଯଦି ବାବୁସାନଙ୍କ ସହ ଆପଣଙ୍କର ଏକ ଚଳଚ୍ଚିତ୍ର ଆସନ୍ତା ତେବେ ଖୁବ ମଜା ହୁଅନ୍ତା ।

ତେବେ ସେ ଯାହା ବି ହେଉ ଫ୍ୟାନ ଜଣଙ୍କ ତାଙ୍କର ମନକଥା ପ୍ରିୟର ଅଭିନେତ୍ରୀଙ୍କୁ ଜଣାଇଦେଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଏବେ ବି ଓଡ଼ିଆ ଦର୍ଶକ ଲେସଲିଙ୍କୁ ଖୋଜୁଛନ୍ତି । ସେ ଓଡ଼ିଆ ମନୋରଞ୍ଜନ ଜଗତରେ ନଜର ଆସନ୍ତୁ ବୋଲି ରବିନ୍ଦ୍ରଙ୍କ ପରି ଅନେକ ଦର୍ଶକଙ୍କର ନିଶ୍ଚେ ଇଚ୍ଛା ଥିବ ।

ତେବେ ଏନେଇ ଆମେ ଲେସଲିଙ୍କୁ ପ୍ରଶ୍ନ କରିଥିଲୁ । ଆପଣଙ୍କର ଫ୍ୟାନ ଏବେ ବି ଚାହୁଁଛନ୍ତି ଆପଣ ଓଡ଼ିଆ ସିନେ ଜଗତକୁ ଫେରିବେ ? ଉତ୍ତରରେ ଲେସଲି କହିଥିଲେ ଯେ, ଅନେକ ଇଚ୍ଛା ରହିଛି ବାବୁସାନଙ୍କ ସହ ସିନେମାରେ ଅଭିନୟ କରିବାକୁ । ଲୋକଙ୍କର ପସନ୍ଦ ମଧ୍ୟ ରହିଛି ଆମ ଯୋଡିକୁ ନେଇ ତେଣୁ ଏହା ମୋ ପାଇଁ ଖୁସିର କଥା । କେବଳ ବାବୁସାନ ନୁହେଁ ସବୁ ଭଲ ନାୟକଙ୍କ ସହ ସିନେମାରେ ଅଭିନୟ କରିବାକୁ ମୁଁ କରିବାକୁ ପ୍ରସ୍ତୁତ । ନିକଟରେ ସିନେମା କରିବା ପାଇଁ ଅନେକ ଅଫର ଆସିଥିଲା କିନ୍ତୁ ମୁଁ ଓଡ଼ିଶାରେ ନଥିଲି ବାହାର ରାଜ୍ୟରେ କାମରେ ବ୍ୟସ୍ତ ରହିଥିବାରୁ ମନା କରିଦେଇଥିଲି । ବର୍ତ୍ତମାନ ଓଡ଼ିଆ ସିନେ ଜଗତକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆ ସକ୍ରିୟ କାରଣରୁ ଭଲ ପ୍ରମୋସନ ମଧ୍ୟ ହୋଇପାରୁଛି । ଓଲିଉଡ ଏବେ ବଲିଉଡ ସହ କମ୍ପେୟାର କରୁଛି । ସମସ୍ତେ ଭଲ କାମ କରୁଛନ୍ତି । ବଲିଉଡରେ ଓଡ଼ିଶାର ଲୋକ କାମ କରୁଛନ୍ତି । ଅନ୍ୟ ଭାଷାର ଲୋକେ ବି ଓଡ଼ିଆ ସିନେମାରେ କାମ କରୁଛନ୍ତି । ମୁଁ ମୁମ୍ୱାଇରେ ରହିଥିଲେ ମଧ୍ୟ ଓଡ଼ିଆ ସିନେମା ଉପରେ ନଜର ରଖିଥାଏ । ଏବେ ବି ମୁଁ ଅନେକ କଳାକାରଙ୍କ ସହ ବ୍ୟକ୍ତିଗତ ଭାବରେ ସମ୍ପର୍କରେ ରହିଛି ।

Published by:Soubhagya Mishra
First published: