‘ମେରୀ ଆୱାଜ ହି ପହଚାନ ହେ’ର ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ; ଗଜଲର ଥିଲେ ମାଷ୍ଟର

ଭାରତୀୟ ସଙ୍ଗୀତ ଇଣ୍ଡଷ୍ଟ୍ରିର ଅନ୍ୟତମ ମହାନ ବ୍ୟକ୍ତିତ୍ୱ ଭୁପିନ୍ଦର ସିଂଙ୍କ ସୋମବାର ଦେହାନ୍ତ ହୋଇଛି। ସେ ୮୨ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରେ ପୀଡିତ ଥିଲେ।

‘ମେରୀ ଆୱାଜ ହି ପହଚାନ ହେ’ର ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ

‘ମେରୀ ଆୱାଜ ହି ପହଚାନ ହେ’ର ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ

  • Share this:
News18 Odia Digital

Bhupinder Singh Passes Away: ଭାରତୀୟ ସଙ୍ଗୀତ ଶିଳ୍ପର ଅନ୍ୟତମ ମହାନ ବ୍ୟକ୍ତିତ୍ୱ ଭୁପିନ୍ଦର ସିଂଙ୍କ ପରଲୋକ। ସେ ୮୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ପତ୍ନୀ ତଥା ଗାୟିକା ମିତାଲି ସିଂ କହିଛନ୍ତି ଯେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ପୀଡିତ ଥିଲେ।

ସେ ଜଣେ ମହାନ ଗଜଲ ଗାୟକ ଭାବରେ ବେଶ୍ ଲୋକପ୍ରିୟ ଥିଲେ। ଏହାସହ ସେ ବହୁତ ଭଲ ଗିଟାର ମଧ୍ୟ ବଜାଉଥିଲେ। ସେ ଗାଇଥିବା ଅନେକ ମହାନ ସ୍ମରଣୀୟ ଗୀତ ଓ ଗଜଲ ଆଜି ମଧ୍ୟ ଲୋକଙ୍କ ଲୋକପ୍ରିୟ, ଯେଉଁ ଗୁଡ଼ିକ ହେଲା 'କିସି ନଜର କୋ ତେରା ଇନତଜାର ଆଜ ବି ହୈ', 'କବି କିସି କୋ ମୁକମଲ ଜାହାନ ନାହଁ ମିଲତା' ଓ 'ଖୁସ ରାହୋ ଅହଲେ-ବତନ ହମ ତୋ ସଫର କରତେ ହୈ'।

ଭୁପିନ୍ଦର ସିଂ ଅନେକ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି। ଏହି ଫିଲ୍ମ ଗୁଡ଼ିକ ହେଲା ‘ମୌସୁମ’, ‘ସତ୍ତେ ପେ ସତ୍ତା’, ‘ଆହିସ୍ତା-ଆହିସ୍ତା’, ‘ଦୂରିୟାଂ’ ଓ ‘ହକିକତ୍’। ତାଙ୍କ ଦ୍ୱାରା ଗାଇଥିବା ଗୀତଗୁଡ଼ିକ ସଙ୍ଗୀତପ୍ରେମୀଙ୍କ ହୃଦୟରେ ଏକ ଭିନ୍ନ ପ୍ରଭାବ ପକାଉଥିଲା।

ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଦି କଥା ହେବା ତାହାଲେ ୧୯୮୦ ଦଶକରେ ସେ ବଙ୍ଗୀୟ ଗାୟିକ ମିତାଲି ମୁଖାର୍ଜୀଙ୍କୁ ବିବାହ କରିଥିଲେ, ଯିଏ ବିବାହ ପରେ ମିତାଲି ସିଂ ହୋଇଥିଲେ। ଯଦିଓ ସେ ଅନେକ ନାମ ଓ ଖ୍ୟାତି ଅର୍ଜନ କରିଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ନାହାଁନ୍ତି, କିନ୍ତୁ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।

ବର୍ତ୍ତମାନ ତାଙ୍କ ମୃତ୍ୟୁ ଖବର ଶୁଣି ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଶୋକ ପ୍ରକାଶ କରୁଥିବାର ନଜର ଆସୁଛନ୍ତି।
Published by:Lipina Das
First published: