ଅଭିନେତ୍ରୀ କଙ୍ଗନାଙ୍କୁ ଅଣଦେଖା କଲେ ଜୟା ବଚ୍ଚନ; ଜାଣନ୍ତୁ ପୂରା ଖବର

ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଯେତେବେଳେ ଅଭିନେତ୍ରୀ କଙ୍ଗନା ‘ହେଲୋ ଜୟା ଜୀ’ କହୁଛନ୍ତି, କିନ୍ତୁ ଜୟା ବଚ୍ଚନ ଏହାର ଉତ୍ତର ଦେଉ ନାହାଁନ୍ତି।

ଅଭିନେତ୍ରୀ କଙ୍ଗନାଙ୍କୁ ଅଣଦେଖା କଲେ ଜୟା ବଚ୍ଚନ

ଅଭିନେତ୍ରୀ କଙ୍ଗନାଙ୍କୁ ଅଣଦେଖା କଲେ ଜୟା ବଚ୍ଚନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଅନୁପମ ଖେରଙ୍କ ଆଗାମୀ ଚଳଚ୍ଚିତ୍ର ଉଞ୍ଚାଇ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ, ଯେଉଁଥିରେ ଫିଲ୍ମର କାଷ୍ଟ ଏବଂ ସେମାନଙ୍କ ପରିବାର ସଦସ୍ୟ ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ସଲମାନ ଖାନ, କଙ୍ଗନା ରଣାୱତ ଏବଂ ଭାଗାଶ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ଅମିତାଭ ବଚ୍ଚନ, ବୋମାନ ଇରାନୀ, ସାରିକା, ପରିଣୀତି ଚୋପ୍ରା ଏବଂ ଡାନି ଡେନଜୋଙ୍ଗପାଙ୍କ ଅଭିନୀତ ଉଞ୍ଚାଇ ନଭେମ୍ବର ୧୧ରେ ମୁକ୍ତିଲାଭ କରିବ। ଅମିତାଭ ବଚ୍ଚନ ଉପସ୍ଥିତ ନଥିବା ବେଳେ ଜୟା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକାଠି ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ। ପ୍ରଶଂସକମାନେ ଦେଖିଥିଲେ ଯେ ଜୟା ବଚ୍ଚନ କଙ୍ଗନାକୁ ‘ଅଣଦେଖା’ କରିଛନ୍ତି,। ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଯେତେବେଳେ ଅଭିନେତ୍ରୀ ‘ହେଲୋ ଜୟା ଜୀ’ କହୁଛନ୍ତି, କିନ୍ତୁ ଜୟା ବଚ୍ଚନ ଏହାର ଉତ୍ତର ଦେଉ ନାହାଁନ୍ତି।




ତା’ପରେ କଙ୍ଗନାଙ୍କୁ ମୁହଁର ଭାବ ଧୀରେ ଧୀରେ ଫିକା ପଡ଼ିଯାଉଛି। ଏଇ ସମୟରେ ଅନୁପମ ଜୟାଙ୍କ ହାତ ଧରି ଅନ୍ୟତ୍ର ନେଇ ଯାଉଛନ୍ତି। ଆଉ ଏକ ଭିଡିଓରେ କଙ୍ଗନାଙ୍କ ସହ ନଜର ଆସିଛନ୍ତି ଜୟା ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ। ସେ କିନ୍ତୁ ମାଆଙ୍କ ପରି କଙ୍ଗନାଙ୍କୁ ଅଣଦେଖା କରିନାହାନ୍ତି। ଅଭିଷେକ ଆଲିଙ୍ଗନ କରି କଙ୍ଗନାଙ୍କୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି।
Published by:Soumyashree Mishra
First published: