ମୁସେୱାଲା ହତ୍ୟାକାଣ୍ଡରେ ବଡ଼ ଖୁଲାସା
News18 Odia Digital
Sidhu Moosewala Murder Case: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ଏକ ନୂଆ ଖୁଲାସା ହୋଇଛି। ଏକ ଅଡିଓ କଲ୍ ସାମ୍ନାକୁ ଆସିଛି, ଯେଉଁଥିରେ ମୁସେୱାଲା ହତ୍ୟାକାରୀମାନେ ଜେଲରେ ଥିବା ଲରେନ୍ସ ବିଷ୍ଣୋଇଙ୍କୁ ହତ୍ୟା ବିଷୟରେ ସୂଚନା ଦେଇଥିଲେ। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ଲରେନ୍ସ ଓ ଗୋଲ୍ଡି ବ୍ରାର ସମ୍ପୃକ୍ତ ଅଛନ୍ତି। ସୋସିଆଲ ମିଡ଼ିଆରେ ମୁସେୱାଲାଙ୍କ ହତ୍ୟା ପାଇଁ ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଥିଲେ।
ତେବେ ଏହି ଅଡିଓ କ୍ଲିପ୍ ବିଷୟରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କହିଛି ଯେ ଏହା ସେମାନଙ୍କ ଜ୍ଞାନରେ ନାହିଁ।
ପ୍ରକାଶ ଥାଉକି ମେ ୨୯ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହେଉଛନ୍ତି ଲରେନ୍ସ ବିଷ୍ଣୋଇ, ଯିଏ ବର୍ତ୍ତମାନ ଜେଲରେ ଅଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।