News18 Odia Digital
ବଲିଉଡ ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେଇ ଦିଆଯାଇଥିବା ଚିଠି ସଂପର୍କରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ପୋଲିସ ଆଜି ଜେରା କରିଛି । ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ପ୍ରମୁଖ ସନ୍ଦିଗ୍ଧ ଭାବେ ଏବେ ଜେଲରେ ରହିଛି ଲରେନ୍ସ ।
ରବିବାର ଦିନ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନଙ୍କ ପିତା ସଲିମ ଖାନ ଯେତେବେଳେ ଜଗିଂ କରିବାକୁ ଯାଇଥିଲେ ସେତେବେଳେ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ। ଏହି ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା। ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଆଦ୍ୟାକ୍ଷରକୁ ସୂଚାଉଥିଲା।
ଏହି ଚିଠି ପାଇବା ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ମାମଲାରେ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷା ବୃଦ୍ଧି କରିଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଏହି ଚିଠି ସଲମାନଙ୍କୁ ପଠାଯାଇଛି। ଯେତେବେଳେ ସଲିମ ଖାନ ସକାଳେ ଜଗିଂ କରିବାକୁ ଯାଇଥିଲେ, ଯେଉଁଠାରେ ସେ ବେଞ୍ଚରେ ବସିଥିଲେ, ସେତେବେଳେ ସେ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ। ଏହି ଚିଠିରେ ଲେଖାଥିଲା ଯେ ସଲମାନ ଖାନଙ୍କୁ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରାଯିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।