ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ B ପ୍ରସ୍ତୁତ କରିଥିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ। ଥରେ ନୁହେଁ ଦୁଇ ଦୁଇ ଥର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଡାରରେ ଥିବା ସଲମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ଯାହାକୁ ନେଇ ଏବେ ଖୁଲାସା ହୋଇଛି।

ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ B ପ୍ରସ୍ତୁତ କରିଥିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ B ପ୍ରସ୍ତୁତ କରିଥିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ। ଥରେ ନୁହେଁ ଦୁଇ ଦୁଇ ଥର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଡାରରେ ଥିବା ସଲମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଲରେନ୍ସ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବା ପାଇଁ ପ୍ଲାନ B ପ୍ରସ୍ତୁତ କରିଥିଲା। ତେବେ ଏହି ଷଡ଼ଯନ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।

ଏହି ପ୍ଲାନ ଅଧୀନରେ ସଲମାନ ଖାନଙ୍କୁ ତାଙ୍କ ପନଭେଲ ଫାର୍ମହାଉସ ନିକଟରେ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ପଞ୍ଜାବ ପୋଲିସ କହିଛି ଯେ ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର କପିଲ ପଣ୍ଡିତ ଏହି ଯୋଜନାକୁ ଆଗେଇ ନେଉଛନ୍ତି। ନିକଟରେ ପଣ୍ଡିତଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା।

ହତ୍ୟା କରିବାର ଷଡ଼ଯନ୍ତ୍ର ଥିଲା

କପିଲ ପଣ୍ଡିତ, ସନ୍ତୋଷ ଯାଦବ ଓ ଦୀପକ ମୁଣ୍ଡି ଓ ଅନ୍ୟ କେତେକ ସୁଟର ମୁମ୍ବାଇ ନିକଟ ପନଭେଲରେ ଏକ ଭଡ଼ା ରୁମରେ ପ୍ରାୟ ଦେଢ଼ ମାସ ରହିଥିଲେ। ପନଭେଲରେ ଅବସ୍ଥିତ ସଲମାନ ଖାନଙ୍କ ଫାର୍ମ ହାଉସର ରାସ୍ତାକୁ ଲରେନ୍ସଙ୍କ ସୁଟରମାନେ ଗଣନା କରିଥିଲେ। ଲରେନ୍ସଙ୍କର ଏହି ସମସ୍ତ ସୁଟରଙ୍କ ପାଖରେ ସଲମାନ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ଛୋଟ ଅସ୍ତ୍ର, ପିସ୍ତଲ, ଗୁଳି ଥିଲା।

ଅନୁସନ୍ଧାନରେ ଅନେକ ବଡ଼ ଖୁଲାସା

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼଼ିଛି ଯେ ସଲମାନଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ସୁଟରମାନେ ଜାଣିବାକୁ ପାଇଥିଲେ ଯେ ସଲମାନ ଖାନ ହିଟ୍-ରନ୍ ମାମଲା ପରଠାରୁ ଗାଡି ବହୁତ କମ୍ ସ୍ପିଡରେ ଚଳାଉଛନ୍ତି। ସେହିପରି ଯେତେବେଳେ ସଲମାନ ଖାନଙ୍କ ଫାର୍ମ ହାଉସକୁ ଆସନ୍ତି, ତାଙ୍କ ସହ ଅଧିକାଂଶ ସମୟ PSO ଶେରା ତାଙ୍କ ସହିତ ଉପସ୍ଥିତ ରୁହନ୍ତି।

ପ୍ରକାଶ ଥାଉକି ସଲମାନ ଖାନ ଦୀର୍ଘ ଦିନ ଧରି ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ। ଏହି ନୂଆ ଖୁଲାସା ଜରିଆରେ ସେମାନଙ୍କ ଅସୁବିଧା ଅଧିକ ବଢ଼ିଯାଇଛି। ଏହି ଗ୍ୟାଙ୍ଗ ସଲମାନଙ୍କୁ ହଟାଇବାକୁ ଚାହୁଁଛି, ଯେଉଁଥିପାଇଁ ଏକ ଷଡ଼ଯନ୍ତ୍ର ହୋଇସାରିଛି।
Published by:Lipina Das
First published: