News18 Odia Digital
'ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ' ଗୀତ ଗାଇ ଦର୍ଶକଙ୍କ ମନ ହରିଥିବା ଲତା ଜୀ ଆଜି ସମସ୍ତଙ୍କ ହୃଦୟକୁ କନ୍ଦାଇ ସଂସାରରୁ ବିଦାୟ ନେଇଛନ୍ତି। 'ଚୁନା ଚୁନା ତାରା ଫୁଲ' ପରି ପ୍ରତିଟି ଓଡ଼ିଆ ନିକଟରେ ନିଜ ସ୍ୱରର ଯାଦୁ ବିଞ୍ଚି ଦେଇଥିଲେ। 'ତୁହି ନେଇ ଜାନି ମୁଇ ନେଇ ଜାନି ହେଇଗଲା ଗୋଟେ ଭୁଲର ସ୍ୱର ଦେଉ ଦେଉ ସମସ୍ତଙ୍କ ହୃଦୟରେ କେତେବେଳେ ଯେ ଜାଗା ତିଆରି କରିଦେଇଥିଲେ ସେକଥା କେହି ଜାଣି ପାରିନଥିଲେ। 'ମନ କେ କାଣ ହେଇଗଲା' ସ୍ୱରର ତାଳେ ତାଳେ ପ୍ରତିଟି ମନକୁ ଖୁସି କରିଦେଉଥିଲେ ଭାରତର ଏହି ବିଶିଷ୍ଟ ଗାୟିକା।
କେବଳ ସେତିକି ନୁହେଁ ନିଶା ନିବାରଣ, ଦେଖିନ ବିକାଳିକା, ଅରୁନ୍ଧତୀ ଫିଲ୍ମର ଆଜି ମୁଁ ଶ୍ରାବଣୀ, ସୂର୍ଯ୍ୟମୁଖୀ ଚଳଚିତ୍ରର ଚୁନା ଚୁନା ତାରା ଫୁଲ, ଚୁଟିଆ ମୂଷା ଆଲବମର ଚୁଟି ମୂଷା, ଷୋଳଟି ମୁଇ ଫୁଟି ବାସି ଲି, ଘୋ ଘୋ ରାନୀ ଆଲବମ, ଦୁ ଦୁ ଦେ ଆଲବମର ନନୀ ନନୀ, ଏଇ ମୋର ସୁଗୁରି, ଗୀତରେ ସ୍ୱର ଦେଇ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି।
୪୦ ଦଶକରେ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ଓ ୨୦୧୦ ପର୍ଯ୍ୟନ୍ତ ସେ ବଲିଉଡରେ ଗୀତ ଗାଉଥିଲେ । ସେ ପ୍ରାୟ ୨୦ ଭାଷାରେ ୩୦୦୦୦ଟି ଗୀତ ଗାଉଛନ୍ତି। ଓଡ଼ିଆ ଭାଷାରେ ମଧ୍ୟ ସେ କେତେ ଗୁଡ଼ିଏ ଗୀତ ଗାଇଛନ୍ତି।
ଦଶନ୍ଧି ଦଶନ୍ଧି ଧରି ଶୁଭୁଥିବା ଏହି ସ୍ୱର ଆଜି ନିରବୀ ଯାଇଛି। ଯେଉଁ ସ୍ୱର ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲା, ତାହା ଯୁଗ ଯୁଗ ଧରି ପୀଢ଼ି ପରେ ପୀଢ଼ି ହୃଦୟରେ ଛାପ ଛାଡ଼ିବାରେ ସମର୍ଥ ହେବ। ଯେତେବେଳେ ବି କାନରେ ଏହି ସ୍ୱର ପଡ଼ିବ,ମନ, ହୃଦୟ ସବୁ ରୋମାଞ୍ଚିତ ହୋଇ ଉଠୁଥିବ। ବର୍ଷ ବର୍ଷ ଧରି ନୁହେଁ ଯାଏଁ ଏହା ଅମର ହୋଇ ରହିବ। ଆଉ ଏଭଳି ସ୍ୱରର କେହି ଯଦି ଅଧିକାରିଣୀ ଥିଲେ ସେ ଥିଲେ ଦେଶର ସ୍ୱର ସାମ୍ରାଜ୍ଞୀ, ସୁରୋଁ କି ମଲ୍ଲିକା, ଲତା ମଙ୍ଗେସକର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।