ଅସୁସ୍ଥ ହେଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର
News18 Odia Digital
ମୁମ୍ବାଇ: ଦେଶର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି । ଲତା ଦିଦିଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।
କୋଭିଡ କାରଣରୁ ଲତା ମଙ୍ଗେସକରଙ୍କୁ ନିମୋନିଆ ମିଳିଛି, ଯାହାକୁ କୋଭିଡ ନିମୋନିଆ କୁହାଯାଏ। ଲତା ଶନିବାର ରାତିରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି। କରୋନା କାରଣରୁ ତାଙ୍କ ଅବସ୍ଥା ଭଲ ନାହିଁ । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଲତା ମଙ୍ଗେସକର କରୋନା ସଂକ୍ରମିତ। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
୯୨ ବର୍ଷୀୟା ପ୍ରସିଦ୍ଧ ଗାୟିକା ଲତାଙ୍କ ଝିଆରି ରାଚନା ମଧ୍ୟ ନ୍ୟୁଜ୍ ଏଜେନ୍ସି ANIକୁ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି ଓ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ କହିଛନ୍ତି ଯେ ଲତା ଦିଦିଙ୍କ ଅସୁସ୍ଥତା ଖବର ଶୁଣିବାକୁ ପାଇଛନ୍ତି। ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ କାମନା ମଧ୍ୟ କରିଛନ୍ତି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।