News18 Odia Digital
Lata Mangeshkar 1st Death Anniversary: ଦେଶର କୋକିଳ କଣ୍ଠି ତଥା ଭଏସ ଅଫ ଦ ମିଲେନିୟମ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଗତ ବର୍ଷ ଆଜିର ଦିନରେ ସମସ୍ତଙ୍କୁ ଅଲବିଦା କହି ଚାଲିଯାଇଥିଲେ ଲତା।
୧୯୨୯ ସେପଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସକର। ସେ ନାହାଁନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ସେ ଅମର । ୮ ଦଶନ୍ଧୀ ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତାଙ୍କ ଲୋକପ୍ରିୟ ଗୀତରେ ଆଜି ବି ଝୁମିଛନ୍ତି ଶ୍ରୋତା। ଆଜି ବି ତାଙ୍କ ଗୀତ ପ୍ରତିଟି ଓଠରେ ଶୁଣିବାକୁ ମିଳୁଛି।
ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ନଜର ଆସୁଛନ୍ତି। ସେହିପରି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
୬ ଫୁଟର ବାଲୁକା କଳା ପ୍ରଦର୍ଶନ କରି ଭାରତ ରତ୍ନ ଲତା ମଙ୍ଗେସଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଲତା ମଙ୍ଗେସକରଙ୍କ ସେହି ଲୋକପ୍ରିୟ ଓ ଶ୍ରୁତି ମଧୁର ଗୀତ ‘ମେରି ଆୱାଜ୍ ସୁନୋ’ର ବାଲୁକା କଳାରେ ଲେଖିଛନ୍ତି ସୁଦର୍ଶନ।
ପ୍ରକାଶ ଥାଉକି ୧୯୨୯ରେ ମହାରାଷ୍ଟ୍ରରେ ଲତା ମଙ୍ଗେସକର ଜନ୍ମ ଗ୍ରହଣ କରିଥିଲେ। ଖୁବ୍ କମ୍ ବୟସରୁ ଲତା ମଙ୍ଗେସକର ଗୀତ ଗାଇବା ଆରମ୍ଭ କରିଥିଲେ। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା ୮୦ ବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ଆଉ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ହିନ୍ଦୀ ସହ ବିଭିନ୍ନ ଭାଷାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଗୀତ ଗାଇଛନ୍ତି ଲତା। ଓଡ଼ିଆରେ ସେ ମଧ୍ୟ ଗୀତ ଗାଇଛନ୍ତି। ଲତା ୧୯୭୪ରେ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ।
୨୦୦୧ରେ ତାଙ୍କୁ ଭାରତ ରତ୍ନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଖାଲି ଭାରତ ରତ୍ନ ନୁହେଁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲ୍କେ ଆୱାର୍ଡ ଓ ଅନେକ ଜାତୀୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି। ଲତାଙ୍କୁ ମିଳିଥିଲା ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫ୍ରାନ୍ସରେ ଲତାଙ୍କୁ ‘ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନର’ ସମ୍ମାନ ମିଳିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।