ନିଜ ଇନଷ୍ଟା ବାୟୋରୁ ସୁସ୍ମିତା ସେନଙ୍କ ନାମ ହଟାଇଲେ ଲଳିତ ମୋଦି

ଲଲିତ ମୋଦି ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଥିବା ଫଟୋ ଡିଲିଟ କରିଦେଇଛନ୍ତି। ସେ ବାୟୋ ମଧ୍ୟ ବଦଳାଇଦେଇଛନ୍ତି।

ଲଳିତ ମୋଦି ଓ ସୁସ୍ମିତା ସେନ (ପ୍ରତୀକାତ୍ମକ ଛବି)

ଲଳିତ ମୋଦି ଓ ସୁସ୍ମିତା ସେନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପ୍ରତିଷ୍ଠାତା ଲଲିତ ମୋଦି ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଥିବା ଫଟୋ ଡିଲିଟ କରିଦେଇଛନ୍ତି। ସେ ବାୟୋ ମଧ୍ୟ ବଦଳାଇଦେଇଛନ୍ତି। ଦୁଇ ମାସ ପୂର୍ବେ ଲଳିତ ମୋଦିଙ୍କ ସହ ସୁସ୍ମିତା ସେନଙ୍କ ଡେଟିଂକୁ ନେଇ ଗୁଜବ ସୃଷ୍ଟି କରିଥିଲା।

ପ୍ରକାଶ ଥାଉକି, ମଙ୍ଗଳବାର ଅର୍ଥାତ ଆଜି ସକାଳେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ଭିନ୍ନ ପ୍ରୋଫାଇଲ୍ ଫଟୋ ଥିଲା ଓ ସୁସ୍ମିତା ସେନଙ୍କ ନାମ ଉଲ୍ଲେଖ କରିଥିବା ବାକ୍ୟକୁ ବାୟୋରୁ ହଟାଇ ଦିଆଯାଇଥିଲା। ତାଙ୍କର ପ୍ରୋଫାଇଲରେ ବର୍ତ୍ତମାନ ଜାତୀୟ ପତାକା ଫିଲ୍ଟର ସହିତ ତାଙ୍କର ଗୋଟିଏ ଫଟୋ ଅଛି।

ଲଳିତ ମୋଦି ଜୁଲାଇରେ ପ୍ରଥମ ଥର ପାଇଁ ପୂର୍ବତନ ମିସ୍ ୟୁନିଭର୍ସ ସହିତ ଥିବା ସମ୍ପର୍କ ବିଷୟରେ କହିଥିଲେ ଓ ମାଲଦ୍ୱୀପରୁ ଛୁଟିଦିନର ସେଲିବ୍ରେସନର ଫଟୋ ସେୟାର କରିଥିଲେ।

କିଛି ସମୟ ପରେ, ସେ ଇନଷ୍ଟାଗ୍ରାମରେ ପ୍ରୋଫାଇଲ୍ ଫଟୋ ଭାବରେ ସୁସ୍ମିତା ସେନଙ୍କ ସହ ତାଙ୍କର ଫଟୋ ରଖିଥିଲେ। ସେ ତାଙ୍କର ପ୍ରୋଫାଇଲ୍ ବିଷୟରେ ଉଲ୍ଲେଖ କରି ନିଜର ବାୟୋ ଅପଡେଟ୍ ମଧ୍ୟ କରିଥିଲେ। ସେଥିରେ ସେ ମେରା ପ୍ୟାର ସୁସ୍ମିତା ସେନ ବୋଲି ମଧ୍ୟ ଅପଡେଟ କରିଥିଲେ।
Published by:Soumya Das
First published: