News 18 Odia Digital
ମୁମ୍ୱାଇ : ବଲିଉଡ ଫିଲ୍ମ ସମାଲୋଚକ କମଲ ରସିଦ ଖାନ ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି, କିନ୍ତୁ ଗତ କିଛି ଦିନ ହେବ କେ.ଆର.କେଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚା ରହିଆସିଛି । ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ କରିଥିଲା ଏବଂ କିଛି ଦିନ ପରେ ତାଙ୍କୁ ଜାମିନ ମିଳିଛି । ଆଜି କେ.ଆର.କେ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଯେ ସେ ଏହାର ପ୍ରତିଶୋଧ ନେବାକୁ ଫେରି ଆସିଛନ୍ତି ।
କେ.ଆର.କେ ଆଜି ଟ୍ବିଟ୍ କରିଛନ୍ତି । ଏହି ଟ୍ବିଟ୍ ରେ ସେ ଲେଖିଛନ୍ତି, "ମୁଁ ମୋର ପ୍ରତିଶୋଧ ନେବା ପାଇଁ ଫେରି ଆସିଛି" । କେ.ଆର.କେଙ୍କୁ ଦୁଇଟି ଭିନ୍ନ ଟ୍ୱିଟ୍ ପାଇଁ ଗିରଫ କରାଯାଇଥିଲା । ଅକ୍ଷୟ କୁମାର ଏବଂ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ବିଷୟରେ ହୋଇଥିବା ଅପମାନଜନକ ଟ୍ୱିଟ୍ ବିରୋଧରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା ।
ଏହା ବ୍ୟତୀତ ୨୦୨୧ ମସିହାରେ ଭର୍ସୋଭା ପୋଲିସ ଷ୍ଟେସନରେ କେ.ଆର.କେଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ୨୦୨୦ ମସିହାରେ,କେ.ଆର.କେଙ୍କର ପୋଷ୍ଟ ସାମ୍ପ୍ରଦାୟିକ ବୋଲି ପୋଲିସ ଦାବି କରିଥିଲା । ଯାହା ମାଧ୍ୟମରେ ସେ ବଲିଉଡ ସେଲିବ୍ରିଟିମାନଙ୍କୁ ଟାର୍ଗେଟ କରିଥିଲେ।
କେ.ଆର.କେ ତାଙ୍କ ଜାମିନ ଆବେଦନରେ କହିଛନ୍ତି ଯେ ପ୍ରଶ୍ନ କରାଯାଇଥିବା ଟ୍ୱିଟ୍ କେବଳ 'ଲକ୍ଷ୍ମୀ ବମ୍' ଚଳଚ୍ଚିତ୍ର ଉପରେ ତାଙ୍କର ମନ୍ତବ୍ୟ ଥିଲା । ସେ ପୋଲିସ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା କୌଣସି ଅପରାଧ କରିନାହାଁନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।