ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକରେ କାମ କରିବାକୁ ଚାହାଁନ୍ତି କ୍ରିତି ସାନନ; “ମିମି”କୁ ନେଇ ପାଇଥିଲେ ସଫଳତା
କୃତି ସାନନ କହିଛନ୍ତି ଯେ ସେ ବରିଷ୍ଠ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍ କରିବାକୁ ଚାହାଁନ୍ତି। ଏହାକୁ ନେଇ ସେ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି।
ମଧୁବାଲାଙ୍କ ବାୟୋପିକରେ କାମ କରିବେ କ୍ରିତି (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 2, 2021, 12:28 PM IST
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କୃତି ସାନନ ଆଜିକାଲି ନିଜ ଫିଲ୍ମ “ମିମି”ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି। ଏଥିରେ ସେ ଜଣେ ସରୋଗେଟେଡ୍ ମଦରର ଭୂମିକା ନିଭେଇଛନ୍ତି। ଏହି ଭୂମିକା ନେଇ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି। ଫିଲ୍ମର ସଫଳତାକୁ ନେଇ ସେ ତାଙ୍କର ଖୁସି ବାଣ୍ଟିଛନ୍ତି ଓ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତ୍ରୀଙ୍କ ବାୟୋପିକ୍ ଉପରେ କାମ କରିବା ନେଇ ଇଚ୍ଛା ପ୍ରକାଶ କରିଛି।
ନିକଟରେ ଏକ ସାକ୍ଷାତକାରରେ କୃତି ସାନନ କହିଛନ୍ତି ଯେ ସେ ବରିଷ୍ଠ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍ କରିବାକୁ ଚାହାନ୍ତି। ଏହାକୁ ନେଇ ସେ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି। ସେ ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ “ଆମ ସିନେ ଇଣ୍ଡଷ୍ଟ୍ରୀରେ ଅନେକ ଆଇକୋନିକ୍ ପର୍ସନାଲିଟି ଅଛନ୍ତି, ଯେଉଁମାନଙ୍କ ଜୀବନ ବିଷୟରେ ଲୋକମାନେ ବହୁତ କିଛି ଜାଣି ନାହାନ୍ତି। କିନ୍ତୁ ଲୋକେ ତାଙ୍କ ବିଷୟରେ ଜାଣିବା ଦରକାର।”
କୃତି ସାନନ ଆହୁରି କହିଛନ୍ତି ଯେ “ମୁଁ ମଧୁବାଲାଙ୍କ ବ୍ୟତୀତ ମୀନା କୁମାରୀଙ୍କ ବାୟୋପିକ୍ରେ ମଧ୍ୟ କାମ କରିବାକୁ ଚାହୁଁଛି। ଏହି ଦୁଇ କଳାକାର ସେମାନଙ୍କ ସମୟରେ ଆଇକନ ଥିଲେ ଓ ମତେ ବ୍ୟକ୍ତିଗତ ଭାବେ ସେମାନଙ୍କ ବିଷୟରେ ଜାଣିବା ନେଇ ବହୁତ ଭଲ ଲାଗେ। ତେବେ ମଧୁବାଲାଙ୍କ ବାୟୋପିକ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ସମୟର ଅଭିନେତ୍ରୀମାନେ ବହୁତ ଆଗ୍ରହ ଦେଖାଉଥିବା ଦେଖାଯାଏ।”






