କୋଣାର୍କ ଉତ୍ସବରେ ଗୀତ-ବାଦ୍ୟ, ନୃତ୍ୟର ଛନ୍ଦ ଓ ବାଲୁକା କଳାକୃତି ଦର୍ଶକଙ୍କ ଆକର୍ଷଣ ସାଜିଛି

Konark Festival draws crowds with dance music sand art | ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ର ଶୁଭାରମ୍ଭ ହୋଇଛି । ବହୁ ଖ୍ୟାତନାମା ଶାସ୍ତ୍ରୀୟ ନୃତ୍ୟାଙ୍ଗନାମାନେ ନିଜ କଳା ପରିବେଷଣ କରିବା ଆରମ୍ଭ କରିଛନ୍ତି ।

ନୃତ୍ୟ ପରିବେଷଣ କରୁଛନ୍ତି କଳାକାରମାନେ ।

ନୃତ୍ୟ ପରିବେଷଣ କରୁଛନ୍ତି କଳାକାରମାନେ ।

  • Share this:
News18 Odia Digital

କୋଣାର୍କ: କୋଣାର୍କ ଉତ୍ସବରେ ଗୀତ-ବାଦ୍ୟ ଓ ନୃତ୍ୟର ଛନ୍ଦରେ ଶିଳ୍ପୀଙ୍କ ପରିବେଷଣ ଭାବାବେଶ ସୃଷ୍ଟି କରିଥିଲା । ନୃତ୍ୟାଙ୍ଗନାମାନଙ୍କ ହୃଦୟଛୁଆଁ ଅଭିନୟ ସହ ଆଲୋକ ଓ ସାଜସଜ୍ଜାରେ ମୁକ୍ତାକାଶ ମଞ୍ଚ ସ୍ବର୍ଗର ସୁଧର୍ମା ସଭାର ଭ୍ରମ ସୃଷ୍ଟି କରୁଥିଲା ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ତଥା ଓଡ଼ିଆ ଭାଷା ସାହିତ୍ୟ-ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ, କ୍ରୀଡ଼ା-ଯୁବ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତ ବେହେରା, ମୁଖ୍ୟ ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ନିର୍ଦ୍ଦେଶକ ଅରୁଣ ମଲ୍ଲିକ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଅରୁଣା ମହାନ୍ତି ଓ ଗୁରୁ କେଳୁଚରଣ ମହାପାତ୍ର ଓଡି଼ଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ପରିଚାଳିକା ସଙ୍ଗୀତା ଗୋସାଇଁ । ପ୍ରଦୀପ ପ୍ରଜ୍ଵଳନ ପରେ ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନଭସଞ୍ଚାରୀ ସଂଯୋଗରେ ଉଦଘାଟନୀ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୁଦ୍ଧରେ କାହିଁକି ଜାରି ହେଲା ୱାରେଣ୍ଟ୍? ଜାଣନ୍ତୁ ପୂରା ମାମଲା

ଏହା ପରେ ପ୍ରଥମ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଦିଲ୍ଲୀ ଅବସ୍ଥାପିତ ଓଡିଶୀ ନୃତ୍ୟ ବିଦୁଷୀ ମାଧବୀ ମୁଦୁଲ ଓ ସାଥୀ ପରିବେଷଣ କରିଥିଲେ ନର୍ତ୍ତନ ଗଣେଷ । ଉଭୟ ଲାସ୍ୟ ଓ ତାଣ୍ଡବ ନୃତ୍ୟ ଶଇଳୀରେ ସମୃଦ୍ଧ ନର୍ଜନ ଗଣେଷ ଉପସ୍ଥାପନ ପରେ ପରେ ମାଧବୀଙ୍କ ପ୍ରୀତିୟ ପ୍ରସ୍ତୁତି ଥିଲା ଶୁଦ୍ଧ ନୃତ୍ୟ ପଲ୍ଲବୀ । କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚିତ ବାସୁଲ୍ୟରସ ଆଧାରିତ ‘ଉଠିଲୁ ଏତେ ବେଗେ କାହିଁକିରେ ଦୁଃଖୀଧନ’ର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଓଡି଼ଶାର ଅନ୍ତିମ ଉପସ୍ଥାପନାରେ ପରିବେଷିତ ହୋଇଥିଲା ତ୍ରିୟ । ହିନ୍ଦୁସ୍ଥାନୀ ସଂଗୀତ ଆଧାରିତ ବସନ୍ତ ଗ୍ରଷ୍ମ ଓ ବର୍ଷା ଋତୁର ବର୍ଣ୍ଣନାରେ ଏହି ନୃତ୍ୟ ସଂଯୋଜନା ବେଶ୍‌ ମନଛୁଆଁ ଥିଲା ।

ଏହି ଉତ୍ସବରେ ଦେଶ ଓ ବିଦେଶର ୧୦୦ ଜଣ ବାଲୁକା ଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି ।


ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୁଦ୍ଧରେ କାହିଁକି ଜାରି ହେଲା ୱାରେଣ୍ଟ୍? ଜାଣନ୍ତୁ ପୂରା ମାମଲା

ଦ୍ବିତୀୟ ଚରଣରେ ସୁବିଖ୍ୟାତ କଥକ ନୃତ୍ୟଶିଳ୍ପୀ ଭାସ୍ଵତୀ ମିଶ୍ର ଓ ସାଥୀ ପରଶିଥିଲେ ନଟରାଜ ଶିବଙ୍କ ଆରଧନାରେ ପ୍ରସ୍ତୁତ ଅଭିନୟ ‘ଶିବ ପଞ୍ଚାକ୍ଷର’ । ଦ୍ବିତୀୟ ଉପସ୍ଥାପନାରେ ମଞ୍ଚସ୍ଥ ହୋଇଥିଲା ରସମଞ୍ଜରୀ, ଯାହା ଶାସ୍ତ୍ରୀୟ କଥକର ବୈଶିଷ୍ଟ୍ୟକୁ ପ୍ରକାଶ କରିଥିଲା । ପରେ ପରେ ନାୟିକାର ନୃତ୍ୟ ସଂଯୋଜନାରେ ନାଟ୍ୟଶାସ୍ତ୍ର ଆଧାରିତ ସ୍ବାଧୀନ ପଟ୍ଟିକା ଖଣ୍ଡିତା ଓ ବାସକସତ୍ତିକା ନାୟିକା ର ନିଖୁଣ ପ୍ରକାଶ ଏକ ଭିନ୍ନ ଆବେଗ ସୃଷ୍ଟି କରିଥିଲା । କଥକର ଅନ୍ତିମ ଉପସ୍ଥାପନା ଥଲା ତରନ୍ଧା, ଯାହା ରାଗ-ବାହାର ଓ ତାଲ୍‌-ତିନତାଲ୍‌ ଉପରେ ପର୍ଯ୍ୟବେଶିତ ଥିଲା । ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ସଂହତି ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ଅଧିକାରୀ ପରିଚାଳନାରେ ସହାୟତା ଦେଇଥିଲେ ।

ଏହା ବି ପଢ଼ନ୍ତୁ | Gold: ସରକାର ୫୦୦ ଟଙ୍କା ଶସ୍ତାରେ ସୁନା କିଣିବାର ସୁଯୋଗ ଦେଉଛନ୍ତି; ମାତ୍ର ଦିନ ପାଇଁ ଲାଗୁ

ଏହି ଉତ୍ସବରେ ଚନ୍ଦ୍ରଭାଗା ବେଳାଭୂମୀରେ ୨୦୨୧ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଉପରୋକ୍ତ ଅତିଥିମାନଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଦେଶ ଓ ବିଦେଶର ୧୦୦ ଜଣ ବାଲୁକା ଶିଳ୍ପୀ ଅଂଶ ଗ୍ରହଣ କରି ପ୍ରଥମ ଦିବସରେ ସ୍ଥାପତ୍ୟ ଓ ସଂସ୍କୃତି ଉପରେ ନିଜ ନିଜର ବାଲୁକା କଳାକୁ ଉପସ୍ଥାପନ କରି ଦର୍ଶକମାନଙ୍କୁ ଆକୃଷ୍ଟ କରାଇଥିଲେ । ସେଠାରେ ବ୍ରାଣ୍ଡ୍‌ ଅମ୍ବାସଡର୍‌ ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟ ପରିଚାଳକ ରୂପେ କାର୍ଯ୍ୟ ନିଭାଇ ଥିଲେ ।
Published by:Anand S.T. Das
First published: