ଜାଣନ୍ତୁ କାହାକୁ ଡେଟ୍ କରୁଛନ୍ତି ମିସ୍ ୱାର୍ଲ୍ଟ ମନୁଶି ଚିଲର୍

ବି-ଟାଉନର ଏହି ସୁନ୍ଦରୀ ଅଭିନେତ୍ରୀ ଏବେ ଜଣକୁ ଡେଟ୍ କରୁଛନ୍ତି। ଏହାକୁ ନେଇ ଅନେକ କଥା ସାମ୍ନାକୁ ଆସିଛି।

ମିସ୍ ୱାର୍ଲ୍ଟ ମନୁଶି ଚିଲର୍

ମିସ୍ ୱାର୍ଲ୍ଟ ମନୁଶି ଚିଲର୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତ୍ରୀ ମନୁଶି ଚିଲର୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ବି-ଟାଉନର ଏହି ସୁନ୍ଦରୀ ଅଭିନେତ୍ରୀ ଏବେ ଜଣକୁ ଡେଟ୍ କରୁଛନ୍ତି। ଏହାକୁ ନେଇ ଅନେକ କଥା ସାମ୍ନାକୁ ଆସିଛି। ପ୍ରକୃତରେ, ମନୁଶି ବ୍ୟବସାୟୀ ତଥା ଜେରୋଧା ସହ-ପ୍ରତିଷ୍ଠାତା ନିଖିଲ କାମାଥଙ୍କୁ ଡେଟ କରୁଛନ୍ତି। ସୂଚନା ଅନୁଯାୟୀ ଉଭୟ ବର୍ଷେ ହେଲାଣି ପରସ୍ପରକୁ ଡେଟ୍ କରୁଛନ୍ତି। ନିକଟରେ ଉଭୟ ଋଷିକେଶରେ ନଜର ଆସିଛନ୍ତି।

ନିଖିଲ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ସେ ହେଉଛନ୍ତି ଜେରୋଧା କମ୍ପାନୀର ସହ-ପ୍ରତିଷ୍ଠାତା। ସେ ୨୦୨୧ ମସିହାରେ ମନୁଶିଙ୍କୁ ଭେଟିଥିଲେ। ନିଖିଲ ୧୭ ବର୍ଷ ବୟସରେ ଏକ କଲ ସେଣ୍ଟରରେ ଚାକିରି ପାଇଥିଲେ। ତାଙ୍କର ଦରମା ମାତ୍ର ୮୦୦୦ ଟଙ୍କା ଥିଲା ଏବଂ ଆଜି ସେ ଦେଶର ବିଲିୟନେୟାର ତାଲିକାରେ ସ୍ଥାନ ପାଇଛନ୍ତି। ସେ ପୁର୍ବରୁ ବିବାହ ମଧ୍ୟ କରିଛନ୍ତି। ସେ ଇଟାଲୀର ଫ୍ଲୋରେନ୍ସରେ ଅମାଣ୍ଡାକୁ ବାହା ହୋଇଥିଲେ। କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ସେମାନ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।

ମନୁଶି ୨୦୧୭ରେ ଦେଶ ପାଇଁ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ୨୦୨୨ ମସିହାରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ସମ୍ରାଟ ପ୍ରୀଥିବୀରାଜ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଅବଶ୍ୟ, ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିପାରିନଥିଲା ଏବଂ ଏକ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା। ନିକଟରେ ଫେୟାର ମିଡିଲ୍ ଇଷ୍ଟ ଆୱାର୍ଡ ଶୋ'ରେ ସେ ପିନ୍ଧିଥିବା ପୋଷାକକୁ ନେଇ ଟ୍ରୋଲର ଶିକାର ହୋଇଥିଲେ। ଏଥିରେ ଅଭିନେତ୍ରୀ ହଳଦିଆ ରଙ୍ଗର ଏକ ଡିପ ନେକ୍ ଗାଉନ୍ ପିନ୍ଧିଥିଲେ। ଯାହାକୁ ପ୍ରଶଂସକମାନେ ଆଦୌ ପସନ୍ଦ କରିନଥିଲେ।
Published by:Soumyashree Mishra
First published: