News 18 Odia Digital
ମୁମ୍ବାଇ: ଆଜି ଆମେ ଆପଣଙ୍କୁ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦୀର୍ଘ ବର୍ଷ ଧରି ବଲିଉଡରେ ରାଜ୍ କରିଆସୁଛନ୍ତି। ଏହି ବଲିଉଡ ଅଭିନେତ୍ରୀଙ୍କ ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରି ଦେଶ ସହିତ ସଂଯୋଗ ରହିଛି। ଏହି ଅଭିନେତ୍ରୀ ବହାରେନରେ ଜନ୍ମଗ୍ରହଣ କରିଥିଲେ, ପରେ ସେ ଅଷ୍ଟ୍ରେଲିଆରୁ ଅଧ୍ୟୟନ ସମାପ୍ତ କରିଥିଲେ। ଏହି ଅଭିନେତ୍ରୀ ବଲିଉଡରେ ପାଦ ଦେବା ପୂର୍ବରୁ ସିଡନୀ ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନ୍ ଅଧ୍ୟୟନ କରିଥିଲେ ଏବଂ ଅଧ୍ୟୟନ ସମାପ୍ତ କରିବା ପରେ ସେ ଶ୍ରୀଲଙ୍କା ଚ୍ୟାନେଲର କିଛି ଦିନ ପାଇଁ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ଗତ ବର୍ଷ ଯଦିଓ ଏହି ଅଭିନେତ୍ରୀଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ଆଶ୍ଚର୍ଯ୍ୟଜନକ ଫଳ ଦେଇପାରିନଥିଲା, କିନ୍ତୁ ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡରିଂ ମାମଲା ହେତୁ ସେ ଚର୍ଚ୍ଚାରେ ରହିଥିଲେ । ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ।
ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ୨୦୨୨ବର୍ଷ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, ସାରା ବର୍ଷ ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡରିଂ ମାମଲା ଯୋଗୁଁ ଅଭିନେତ୍ରୀ ଇଡି ଅଫିସରେ ପଚରା ଉଚୁରା ପାଇଁ ଯାଉଥିଲେ। ବର୍ଷ ଶେଷ ସୁଦ୍ଧା ଅଭିନେତ୍ରୀ ନୋରା ଫତେହି ମଧ୍ୟ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏହି ସମୟରେ, ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମାଆ ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦ ସହିତ ନୂତନ ବର୍ଷ ଆରମ୍ଭ କରିଛନ୍ତି। ଜ୍ୟାକଲିନ୍ ତାଙ୍କ କପାଳରେ ନାଲି ଟିକା ଲଗାଇ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ।
ଯଦିଓ ଗତ ବର୍ଷ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, କିନ୍ତୁ ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନାହିଁ। 'ବଚ୍ଚନ ପାଣ୍ଡେ', 'ରାମ ସେତୁ' ଏବଂ 'ସର୍କସ' ଭଳି ବଡ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ଫ୍ଲପ ହୋଇଯାଇଛି। ଏଭଳି ପରିସ୍ଥିତିରେ ଜ୍ୟାକଲିନଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଏହି ବର୍ଷ ଅଭିନେତ୍ରୀଙ୍କ ପାଇଁ ଭାଗ୍ୟବାନ ହେବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।