News 18 Odia Digital
ମୁମ୍ୱାଇ; ବଲିଉଡର କିଙ୍ଗ୍ ଖାନ ତଥା ଅଭିନେତା ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସିନେମା ପଠାନ ଜାନୁଆରୀ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି । ଚଳଚ୍ଚିତ୍ରର ଗୀତ ଏବଂ ଟ୍ରେଲର ରିଲିଜ୍ ହୋଇସାରିଛି, ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ଦେଖିବା ପାଇଁ ଆଗ୍ରହ ସହ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ ଟ୍ରେଲର ବିଷୟରେ କହିବା, ସବୁ କ୍ଷେତ୍ରରେ ଏହା ଖୁବ୍ ଦୃଷ୍ଟି ଆକର୍ଷଣ କରିଛି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରର ବକ୍ସ ଅଫିସ୍ କଲେକ୍ସନ କେତେ ହେବ ତାହା ଏପର୍ଯ୍ୟନ୍ତ ଅନୁମାନ ହୋଇନାହିଁ । କିନ୍ତୁ ଶାହାରୁଖ ଖାନ ଏହି ଚଳଚ୍ଚିତ୍ର ପାଇଁ କେତେ କୋଟି ଟଙ୍କା ନେଇଛନ୍ତି ଆମେ ଆପଣଙ୍କୁ ସେ ସମ୍ପର୍କରେ କହିବାକୁ ଯାଉଛୁ ।
https://www.instagram.com/iamsrk/?utm_source=ig_embed&ig_rid=2397e922-7862-439b-a60c-42fc57e4af02
ଶାହାରୁଖ ଖାନ ଏତେ ଟଙ୍କା ନେଇଥିଲେଶାହାରୁଖ ଖାନଙ୍କ ଫିଲ୍ମରେ ଆକ୍ସନ୍ ଏବଂ ରୋମାନ୍ସରେ ଭରପୂର ରହିଛି । ପୋଷ୍ଟର ଦେଖିବା ପରେ ତାଙ୍କ ଜବରଦସ୍ତ ଲୁକକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଟ୍ରେଲରରେ ଶାହାରୁଖଙ୍କ ଫିଟନେସ୍ ଏବଂ ଲମ୍ବା କେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୂଚନା ମିଳିଛି ଯେ, ଏପରି ଲୁକ୍ ତିଆରି ପାଇଁ ପାଖାପାଖି ୩ ମାସ ସମୟ ଲାଗିଥିଲା । କୋଇମୋ ଡଟ୍ କମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ଫିଲ୍ମ ପଠାନରେ ଅଭିନୟ କରିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ନେଇଛନ୍ତି, ଯାହା ସିନେମାର ସବୁ କଳାକାରଙ୍କଠାରୁ ଅଧିକ ।
https://www.instagram.com/reel/CnORogvKQ1H/?utm_source=ig_web_copy_link
ଶାହାରୁଖ ଖାନ ପ୍ରାୟ ଚାରି ବର୍ଷ ପରେ ରୂପେଲି ପରଦାକୁ ଫେରିବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ ନିକଟରେ କିଛି ଧାର୍ମିକ ଅନୁଷ୍ଠାନରେ ଆଶୀର୍ବାଦ ନେଇଛନ୍ତି । ବୈଷ୍ଣୋ ଦେବୀଙ୍କ ନିକଟରେ ଦର୍ଶନ କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥି ସମେତ ନୋଏଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପଠାନର ପ୍ରମୋଶନ ମଧ୍ୟ କରିଛନ୍ତି କିଙ୍ଗ୍ ଖାନ୍ । ଦୁବାଇର ବୁର୍ଜ ଖଲିଫାରେ ଚଳଚ୍ଚିତ୍ର ପଠାନର ଟ୍ରେଲର ରିଲିଜ ହେବା ପରେ ଶାହାରୁଖ ଏବେ ମୁମ୍ବାଇରେ ପହଞ୍ଚିଛନ୍ତି। ବର୍ତ୍ତମାନ, ପଠାନ ସିନେମାର ଗୀତ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି। ଏଥିସହ ବର୍ତ୍ତମାନ ପଠାନ ସିନେମାକୁ ନେଇ ଶାହାରୁଖ ଖାନ ସବୁଠି ହେଡଲାଇନରେ ଅଛନ୍ତି ।
ଅଧିକ ଖବର ପଢ଼ନ୍ତୁ -
http://ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟକୁ ଲାଇକ ଚିନ୍ତା; ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟକୁ ଲାଇକ କରୁନାହାନ୍ତିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।