- News18 Odia
- Last Updated :
- New Delhi, India
News 18 Odia Digital
Pathan craze: ବଲିଉଡ କିଙ୍ଗ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ ନିରନ୍ତର ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରଟି ବିବାଦର ଏକ ଅଂଶ ପାଲଟିଥିବା ସତ୍ତ୍ବେ ଲୋକମାନଙ୍କ ମଧ୍ୟରେ ଫିଲ୍ମଟିକୁ ଦେଖିବାର ଉତ୍ସାହ ମଧ୍ୟ ଲାଗି ରହିଛି। ଜାନୁଆରୀ ୨୫ ରେ ଏହି ଚଳଚ୍ଚିତ୍ର ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ପାଇଁ ଖୁବ୍ କମ୍ ଦିନ ବାକି ରହିଲା। ଏଭଳି ପରିସ୍ଥିତିରେ ବାଣିଜ୍ୟ ବିଶ୍ଳେଷଣକାରୀ ଏବଂ ପ୍ରଶଂସକମାନେ ପଠାନ ଫିଲ୍ମ ପ୍ରଥମ ଦିନର କେତେ ରୋଜଗାର କରିବ ତାହା ନେଇ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି।
ବାଣିଜ୍ୟ ଏବଂ ପ୍ରଦର୍ଶନୀ କ୍ଷେତ୍ର ପଠାନ ଫିଲ୍ମକୁ ନେଇ ବହୁତ ଆଶା ରଖିଛି। ତାଙ୍କ କହିବାନୁସାରେ, ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୩୫ କୋଟିରୁ ୪୫ କୋଟି ମଧ୍ୟରେ ବ୍ୟବସାୟ କରିବ। ଏଥି ସହିତ ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ଫିଲ୍ମ ଅଧିକ ରୋଜଗାର କରିବ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏହି ଚଳଚ୍ଚିତ୍ରଟି ୨୬ ଜାନୁଆରୀ ଛୁଟିଦିନରେ ସମ୍ପୂର୍ଣ୍ଣ ଲାଭ କମେଇପାରିବ। ଏଥି ସହିତ, କିଛି ବାଣିଜ୍ୟ ବିଶ୍ଳେଷକ ମଧ୍ୟ ଆକଳନ କରିଛନ୍ତି ଯେ ପଠାନ ଏହାର ରିଲିଜ୍ ହେବାର ଆଗାମୀ ୫ ଦିନ ମଧ୍ୟରେ ୩୦୦କୋଟି କ୍ଲବରେ ଯୋଗ ଦେଇପାରିବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।