News18 Odia Digital
Kisi Ka Bhai Kisi Ki Jaan Teaser: ଶୁକ୍ରବାର ଦର୍ଶକଙ୍କୁ ମିଳିଲା ମନୋରଞ୍ଜନର ଡବଲ ତଡ଼କା। କାରଣ ଗୋଟିଏ ପଟେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ (Shahrukh Khan) ବହୁ ଚର୍ଚ୍ଚିତ ଫିଲ୍ମ ‘ପଠାନ’ ରିଲିଜ ହୋଇଥିବା ବେଳେ ଅନ୍ୟପଟେ ବଲିଉଡର ଭାଇଜାନ ସଲମାନ ଖାନ (Salman Khan) ଆଗାମୀ ଫିଲ୍ମର ଦମଦାର ଟିଜର ସମ୍ନାକୁ ଆସିଛି।
ଆଜ୍ଞା ହଁ, ରିଲିଜ ହୋଇଯାଇଛି ସଲମାନଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ର (Kisi Ka Bhai Kisi Ki Jaan Teaser) ଆକ୍ସନଭରା ଟିଜର। ଯେଉଁଥିରେ ପୁଣିଥରେ ସଲମାନଙ୍କ ଜବରଦସ୍ତ ଆକ୍ସନ ସିନ୍ସ ଦେଖିବାକୁ ମିଳୁଛି।
ଫ୍ୟାନ୍ସଙ୍କ ପାଇଁ ଇନଷ୍ଟାଗ୍ରାମରେ ଏହି ଟିଜର ଭିଡିଓ ପୋଷ୍ଟ କରି ସଲମାନ କ୍ୟାପସନରେ ଲେଖିଛନ୍ତି, ‘‘ସହି କା ହୋଗା ସହି, ଗଲତ୍ କା ଗଲତ୍। ‘କିସି କା ଭାଇ କିସି କି ଜାନ୍ର ଟିଜର ଆଉଟ।’’
ପ୍ରତ୍ୟେକ ସେକେଣ୍ଡର ଟିଜରରେ ସଲମାନ ଖାନ ଜବରଦସ୍ତ ଆକ୍ସନ୍ ସିନ୍ସ କରୁଥିବା ନଜର ଆସିଛନ୍ତି, ଯାହା କୁହାଯାଇପାରେ ଯେ ସଲମାନଙ୍କୁ ପୁଣିଥରେ ଏହି ଫିଲ୍ମରେ ଆକ୍ସନ୍ ସହିତ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।
ଦମଦାର ଆକ୍ସନଏହି ଟିଜରରେ କେତେବେଳେ ସଲମାନ ଲମ୍ବା କେଶରେ ନଜର ଆସୁଛନ୍ତି ତ ଆଉ କେତେବେଳେ ଛୋଟ କେଶରେ ଦେଖାଯାଉଛନ୍ତି। ଏଥି ସହିତ ଫିଲ୍ମର ଡାଇଲଗ ମଧ୍ୟ ଶାନଦାର ହୋଇଛି। ଖାଲି ଏତିକି ନୁହେଁ ଫିଲ୍ମରେ ସଲମାନ ଲୁଙ୍ଗି ପିନ୍ଧି ନାଚୁଥିବାର ମଧ୍ୟ ନଜର ଆସିଛନ୍ତି। ଏହା ସହିତ ଫିଲ୍ମର ଆହୁରି ଅନେକ ଦୃଶ୍ୟ ସାଉଥ୍ ଲୁକରେ ଅଛି। ଅର୍ଥାତ୍ ଫିଲ୍ମକୁ ହିଟ୍ କରିବା ପାଇଁ ଏଥିରେ ସାଉଥ ଫିଲ୍ମର ତଡ଼କା ଲଗାଇଛନ୍ତି ମେକର୍ସ।
ପୂଜା ହେଗଡେଙ୍କ ସହ ସଲମାନଙ୍କ ରୋମାନ୍ସଏହି ଟିଜରରେ ସଲମାନ ଖାନଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଛନ୍ତି। ଟିଜରରେ ପୂଜା ସଲମାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି।
ଟିଜରରେ ସଲମାନଙ୍କୁ ପୂଜା ପଚାରୁଛନ୍ତି ଆପଣଙ୍କ ନାମ କଣ। ଏହାର ଉତ୍ତରରେ ସଲମାନ କହୁଛନ୍ତି, 'ମୋର କୌଣସି ନାମ ନାହିଁ, ଲୋକେ ମୋତେ ଭାଇଜାନ ବୋଲି ଡାକନ୍ତି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।