- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ନିକଟରେ ଶାହରୁଖ ଖାନ(Shah Rukh Khan)ଏବଂ ଦୀପିକା ପାଦୁକୋନ(Deepika Padukone) ଫିଲ୍ମ 'ପଠାନ'(Pathan)ରେ ନଜର ଆସିଥିଲେ। ୨୦୦୭ ମସିହାରେ ଫିଲ୍ମ 'ଓମ୍ ଶାନ୍ତି ଓମ୍'(Om shanti om)ରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିବା ଦିନଠାରୁ ସେମାନଙ୍କର ଅନସ୍କ୍ରିନ ଯୋଡ଼ି ଲୋକେ ଖୁବ୍ ପସନ୍ଦ କରିଥିଲେ। ଏସବୁ ମଧ୍ୟରେ ପ୍ରଶଂସକଙ୍କ ଆଖି ଶାହାରୁଖଙ୍କ ନୀଳ ରଙ୍ଗର ଘଣ୍ଟା ଉପରେ ରହିଥିଲା। ଏବେ ଏହାକୁ ନେଇ ଅନେକ ଆଲୋଚନା ହେଉଛି। କାହିଁକି? ଆସନ୍ତୁ ଜାଣିବା।
ତେବେ କିଙ୍ଗଖାନଙ୍କ ଏହି ଘଣ୍ଟା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଏହାର ଦାମ୍ ହେଉଛି ୪ କୋଟ ୯୮ ଲକ୍ଷ ଅର୍ଥାତ୍ ପ୍ରାୟ ୫ କୋଟି ଟଙ୍କା ।ଶାହାରୁଖ ଖାନ ବ୍ଲୁ ଅଡେମର୍ସ ପିଗୁଏଟ୍ ରୟାଲ୍ ଓକ୍ କ୍ୟାଲେଣ୍ଡର ଘଣ୍ଟା(Audemars Piguet’s Royal Oak Perpetual Calendar Blue Ceramic wrist watch) ପିନ୍ଧିଥିବାର ନଜର ଆସିଥିଲେ । ଡାଏଟ ସବ୍ୟା ନାମକ ଏକ ଫ୍ୟାଶନ ବ୍ଲଗରର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସମାନର ଏକ ସ୍କ୍ରିନସଟ ସେୟାର କରିଥିଲେ।
ଫିଲ୍ମ ପଠାନ ମାତ୍ର ଦୁଇ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୪୫୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ଓ୍ଵାର୍ଲ୍ଡଓ୍ଵାଇଡ୍ କଲେକ୍ସନ ଉପରେ ନଜର ପକାଇଲେ ଫିଲ୍ମ ପଠାନ ୮୫୦ କୋଟି କ୍ଲବରେ ଏଣ୍ଟ୍ରି କରି ସାରିଛି। ନିକଟରେ ‘ପଠାନ’ ସଂପର୍କିତ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ, ଶାହରୁଖ ଖାନଙ୍କ ଫିଲ୍ମ ୟଶଙ୍କ ଅଭିନୀତ କେଜିଏଫ-୨ର ରେକର୍ଡ ଭାଙ୍ଗି ଦେଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।