ପୁଣି ଧମାଲ ମଚାଇଲେ କିଲି-ନୀମା; ଓଡ଼ିଆ ଗୀତରେ ରିଲ୍ସ କରି ସାଉଁଟିଲେ ପ୍ରଶଂସା

ପୁଣି ଥରେ ଚର୍ଚ୍ଚାରେ ସୋସିଆଲ ମିଡ଼ିଆ ସେନସେସନ କିଲି-ନୀମା । ଏଥର ଓଡ଼ିଆ ଗୀତରେ ରିଲ୍ସ କରି ସାଉଁଟିଲେ ପ୍ରଶଂସା ।

 ଧମାଲ ମଚାଇଲେ କିଲି-ନୀମା

ଧମାଲ ମଚାଇଲେ କିଲି-ନୀମା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Kili Paul and Neema Paul: ସୋସିଆଲ ମିଡ଼ିଆ ସେନସେସନ ପାଲଟିଥିବା ତାଞ୍ଜାନିଆର ଭାଇ-ଭଉଣୀ ଯୋଡି  କିଲି-ନୀମା (Kili paul-Neema paul) ପୁଣି ଥରି ଚର୍ଚ୍ଚାକୁ ଆସିଛନ୍ତି । ଏଥର କୌଣସି ବଲିଉଡ଼ ଗୀତକୁ ନୁହେଁ ସେମାନେ ଏକ ଓଡ଼ିଆ ଗୀତରେ ରିଲସ କରି ସାଉଁଟିଛନ୍ତି ପ୍ରଶଂସା । ଯାହାକି ଏବେ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ବଲିଉଡ଼ ଗୀତ ଗାଇ ଓ ଲିପସିଙ୍କ କରି ଭାରତୀୟ ଫ୍ଯାନମାନଙ୍କ ପ୍ରଶଂସା ଆପଣେଇଥିବା କିଲି-ନୀମା ପୁଣି ଓଡ଼ିଆ ଦର୍ଶକମାନଙ୍କ ହୃଦୟରେ ଜାଗା ସୃଷ୍ଟି କରିଛନ୍ତି । ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ଗୀତ ଭଲ ପାଉଛି ତତେ ମୁଁ...ଗାଇ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କିଲି-ନୀମା କେହି ଓଡ଼ିଆ ଫ୍ଯାନ ଅଛନ୍ତି କି କ୍ଯାପସନରେ ଲେଖି ସେୟାର କରିଛନ୍ତି । ତା ସହ ସେମାନେ ରିଲରେ ଗୀତର ମୂଳ ଗାୟକ ଓ ଗାୟିକାଙ୍କ ନାମ ମଧ୍ୟ ଟ୍ୟାଗ କରିଛନ୍ତି । ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଢେର ସାରା ଭଲ ପାଇବା ମିଳିସାରିଲାଣି । ପାଖାପାଖି ୧୨ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି ।

ଏହା ପୂର୍ବରୁ କିଲି ଆଉ ନୀମା ଇନ୍‌ଷ୍ଟାଗ୍ରାମରେ ଶାହାରୁଖ-ଦୀପିକାଙ୍କ ଅଭିନୀତ ହିଟ୍‌ ଗୀତ ‘ବେସରମ ରଙ୍ଗ’ ଗାଇଥିବାର ଏକ ଭିଡିଓ ସେୟାର କରିଥିଲେ। ସେତେବେଳେ କିଲି ଓ ନୀମା ଲିପ୍ସିଂ କରିନଥିଲେ। ଉଭୟେ ଏହି ଗୀତଟି ଗାଇଥିଲେ। ଯାହା ଆପଣଙ୍କୁ ପ୍ରଭାବିତ କରିବ।








View this post on Instagram






A post shared by Kili Paul (@kili_paul)






କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ଯ ‘ମନ କୀ ବାତ୍’ରେ ତାଞ୍ଜାନିଆର ଟିକଟକ୍ ଷ୍ଟାର କିଲି ଓ ନୀମାଙ୍କ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, “ଭାରତୀୟ ସଂସ୍କୃତି ଓ ଆମର ଦେଶର ଐତିହ୍ୟ ବିଷୟରେ ଆଲୋଚନା କରି ଆଜି ମୁଁ ଆପଣଙ୍କୁ ‘ମନ୍ କି ବାତ୍’ ରେ ଦୁଇ ଜଣଙ୍କ ସହ ପରିଚିତ କରିବାକୁ ଚାହୁଁଛି। ମୁଁ ନିଶ୍ଚିତ, ଆପଣ ମଧ୍ୟ ସେମାନଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଲ ଓ ନୀମାଙ୍କର ଭାରତୀୟ ସଙ୍ଗୀତ ପ୍ରତି ଏକ ଉତ୍ସାହ ଅଛି ଏବଂ ସେଥିପାଇଁ ସେମାନେ ମଧ୍ୟ ବହୁତ ଲୋକପ୍ରିୟ ।

ନିଶା କହିଲେ... ମୁଁ ଫୁଲ୍ ଡ୍ରେସ୍ ପିନ୍ଧି ନାଚୁଛି, ସମ୍ପୂର୍ଣ୍ଣ ଭଦ୍ରାମୀର ସହ ଡ୍ୟାନ୍ସ କରେ- ରାନୀ

କିଲି ଓ ନୀମା ହେଉଛନ୍ତି ତାଞ୍ଜାନିଆର ଭାଇ-ଭଉଣୀ ଯୋଡି, ଯେଉଁମାନେ ଅନ୍-ପଏଣ୍ଟ୍ ଲିପ୍-ସିଙ୍କ୍ ଭିଡିଓ ଓ ଗ୍ରୋଭି କୋରିଓଗ୍ରାଫି ସହିତ ନେଟିଜେନ୍ସର ହୃଦୟକୁ କାବୁ କରିଛନ୍ତି । କିଲିଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଅନୁସାୟୀ ସେ ଜଣେ ନୃତ୍ୟଶିଳ୍ପୀ ଓ ବିଷୟବସ୍ତୁ ନିର୍ମାତା । ଇନଷ୍ଟାଗ୍ରାମରେ କିଲି ପଲଙ୍କର ୨.୬ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି । ସେହିପରି ଭଉଣୀ ନୀମାଙ୍କର ୨୫୯ ହଜାର ଫଲୋର୍ସ ରହିଛନ୍ତି ।

ଆଫ୍ରିକୀୟ ଦେଶ ତାଞ୍ଜାନିଆର ନୃତ୍ୟ ତାରକା କିଲି ପଲଙ୍କୁ ନିକଟରେ ତାଞ୍ଜାନିଆରେ ଅବସ୍ଥିତ ହାଇ କମିଶନ ଅଫ୍ ଇଣ୍ଡିଆ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଭାରତର ଡିପ୍ଲୋମାଟ ବିନାୟା ପ୍ରଧାନ ଏହି ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଥିଲେ।
Published by:Soumya Das
First published: